‘ନିର୍ବାଚନ ବାତିଲ, ଗଣତନ୍ତ୍ରର ହତ୍ୟା’

ବ୍ରହ୍ମପୁର ଅଫିସ୍‌,୨୪ା୮-କ୍ୟାମ୍ପସ୍‌ରେ ବିଶୃଙ୍ଖଳା ଆଶଙ୍କାରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବନ୍ଦକରି ଦିଆଯାଇଛି। ଏହାକୁ ଅନେକ ଛାତ୍ର ସଂଗଠନ ନିନ୍ଦା କରୁଥିବା ବେଳେ ଆଉ କେତେକ ସ୍ବାଗତ କରୁଛନ୍ତି। ବ୍ରହ୍ମପୁରରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ପୂର୍ବାହ୍ନରେ ଅଲ୍‌ ଇଣ୍ଡିଆ ଡିଏସ୍‌ଓ ପକ୍ଷରୁ ସ୍ଥାନୀୟ କମାପଲ୍ଲୀ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଛାତ୍ର ସଂସଦ ନିର୍ବାଚନ ବାତିଲ ଘୋଷଣା ଗଣତନ୍ତ୍ରର ହତ୍ୟା ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ଯଦି କ୍ୟାମ୍ପସ୍‌ରେ ହିଂସା ଦେଖାଦେଉଛି, ତେବେ ସରକାର ଏହା ବିରୋଧରେ ଦୃଢ଼ ପଦକ୍ଷେପ ନେଇ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି କରିବା କଥା ।
କିନ୍ତୁ ବାତିଲ୍‌ କରିବା ଅପରଗତାର ପରିଚୟ। ନିର୍ବାଚନ ବଦଳରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ମନୋନୀତ ପ୍ରକ୍ରିୟାରେ ଛାତ୍ର ପ୍ରତିନିଧି ଚୟନ ଦ୍ୱାରା ଶାସକ ଦଳ ସମର୍ଥିତ ପ୍ରାର୍ଥୀମାନେ ହିଁ ସୁଫଳ ପାଇବେ। ଅନ୍ୟପଟେ କର୍ତ୍ତୃପକ୍ଷ ନିଜ ଇଚ୍ଛା ମୁତାବକ କ୍ୟାମ୍ପସ୍‌ ଚଳାଇବେ । ଫଳରେ କ୍ୟାମ୍ପସ୍‌ର ମୂଳ ସମସ୍ୟାଗୁଡ଼ିକ ଦୂର ହୋଇପାରିବନି । ଯଦି ସରକାର ନିଜ ନିଷ୍ପତ୍ତିରେ ପରିବର୍ତ୍ତନ ନ କରନ୍ତି, ତେବେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଜିଲା ସଭାପତି ଶିବାନୀ ଶଙ୍କର ମିଶ୍ର, ସମ୍ପାଦକ ନିମାଇଁ ଚରଣ ସାହୁ, ନାରାୟଣ ସାହୁ, ଉଦ୍ଧବ ମହାଙ୍କୁଡ଼, ଡି.ତିରୁପତି ଦୋରା, ରଞ୍ଜନ ସେଠୀ, କିଶାନ୍‌ ସାହୁ ଓ ପପୁନ୍‌ ସାହୁ ପ୍ରମୁଖ ଭାଗ ନେଇଥିଲେ ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ମଧ୍ୟ ନିର୍ବାଚନ ବାତିଲ୍‌ ନିଷ୍ପତ୍ତିକୁ ବିରୋଧ କରାଯାଇଛି। ସଂଗଠନର ଗଞ୍ଜାମ ବିଭାଗ ସଂଯୋଜକ ତୁତୁନ୍‌ ପାତ୍ର କହିଛନ୍ତି, ନିର୍ବାଚନ ବନ୍ଦ କରିଦେବା ପଛର ରହସ୍ୟ କ’ଣ ହେଇଥାଏ ପରେ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗତ ବିଧାନସଭା ନିର୍ବାଚନରେ ବିଜେଡ଼ି ୧୧୨ ଆସନ ଜିତିବା ପରେ ମଧ୍ୟ ସାଧାରଣ ଛାତ୍ରୀଛାତ୍ରଙ୍କୁ ଏତେ ଭୟ କାହିଁକି। ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ନିଜେ ଦିନେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଥିଲେ। ସେ ନିଜେ ନିର୍ବାଚନ ବାତିଲ ନିଷ୍ପତ୍ତି ନେବା ବେଳେ ଟିକେ ମଧ୍ୟ ଚିନ୍ତା କଲେ ନାହିଁ। ଗତ କିଛି ଦିନ ହେବ ମନ୍ତ୍ରୀ ସାହୁ ଉତ୍କଳ ବିଶ୍ୱବିଦ୍ୟାଳୟର ନୂତନ ବିଦ୍ୟାର୍ଥୀଙ୍କ ସ୍ବାଗତ ଉତ୍ସବରେ ଯୋଗଦେବା, ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ଅଧକ୍ଷମାନଙ୍କ ସହ କଥା ହେବା ସବୁ ନାଟକ ବାଜି ଥିଲା। ଆଜିର ଛାତ୍ର, ଆଗାମୀ ଦିନର ନାଗରିକ। ସେମାନଙ୍କୁ ଗଣତାନ୍ତ୍ରିକ ବ୍ୟବସ୍ଥା ସହ ପରିଚିତ କରିବା ବଦଳରେ ଅଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ବନ୍ଦ କରିବା ନିନ୍ଦନୀୟ। ଏହାର ଜବାବ୍‌ ଆଗାମୀ ଦିନରେ ଛାତ୍ର ସମାଜ ଦେବ ବୋଲି ସେ କହିଛନ୍ତି । ସେହିଭଳି ପୂର୍ବତନ ଛାତ୍ର ନେତା ତଥା ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ପୂର୍ବତନ ସମ୍ପାଦକ, କଂଗ୍ରେସ ନେତା ପୀତବାସ ପଣ୍ଡା ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଛାତ୍ର ସଂସଦ ନିର୍ବାଚନରେ କଳା ଟଙ୍କା, ବାହୁବଳ, ଶାସନକଳ ଓ ରାଜନତିକ କ୍ଷମତାର ଅପବ୍ୟବହାର ହିଁ ହିଂସାର କାରଣ। ଏହାର ନିରାକରଣ ପରିବର୍ତ୍ତେ ନିର୍ବାଚନ ବନ୍ଦ କରିବା କିମ୍ବା ପଛ ଦୁଆର ଦେଇ ନିଜ ସମର୍ଥିତ ଛାତ୍ରୀଛାତ୍ରଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ସରକାରଙ୍କ ଷଡଯନ୍ତ୍ର ନିନ୍ଦନୀୟ। ବିଜୁ ଯୁବ ଜନତା ଦଳ ଜିଲା ସଭାପତି ଏନ୍‌. ଧନଞ୍ଜୟ ରାଓ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ସେହିଭଳି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ସଚିନ କୁମାର ପଣ୍ଡା ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ।
କ୍ୟାମ୍ପସ୍‌ରେ ଶିକ୍ଷାର ମାନ ବଢ଼ିବ।
ବିଶୃଙ୍ଖଳା ଦେଖାଦେବ ନାହିଁ।
୭୫ପ୍ରତିଶତ ଉପସ୍ଥାନକୁ ଗୁରୁତ୍ୱ ଦେଇ ଶିକ୍ଷାନୁଷ୍ଠାନର ଉନ୍ନତି ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri