Categories: ଜାତୀୟ

ନିର୍ବାଚନରେ ପରାସ୍ତ ହେବାପରେ କାନ୍ଦିଲେ ଟିକ୍‌ଟକ୍‌ ଷ୍ଟାର୍‌ ସୋନାଲି

ଚଣ୍ଡିଗଡ,୨୫।୧୦: ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗାଟ ନିର୍ବାଚନ ମୈଦାନରେ ଫେଲ୍‌ ମାରିବା ପରେ ଚିରାଚରିତ ଟିକ୍‌ଟକ୍‌ ଭିଡିଓ କରି ନିଜ ପ୍ରତିକ୍ରିୟା ଦେଇଛନ୍ତି। ପରାଜୟ ପରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ତାଙ୍କୁ କାନ୍ଦୁଥିବାର ଦେଖାଯାଇଛି। ହରିଆଣାର ଆଦମପୁରରୁ ଭାଜପା ସୋନାଲିଙ୍କୁ ପ୍ରାର୍ଥୀ କରିଥିଲା। ଟିକଟକରେ ତାଙ୍କର କ୍ରେଜ ଥିବାରୁ ଅଦାମପୁରର ଲୋକମାନେ ମଧ୍ୟ ତାଙ୍କୁ ଭୋଟ ଦେବେ ବୋଲି ଦଳ ଆଶା କରିଥିଲା। ହେଲେ ଦଳର ଟିକଟକ ଗୋଟି ଚାଳନା ଏଠାରେ ବର୍ତ୍ତମାନ ସୁଦ୍ଧା ଫେଲ ମାରିଛି। ସୋନାଲି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର କୁଲଦୀପ ବିଶୋଇଙ୍କ ଠାରୁ ୨୯, ୪୭୧ ଖଣ୍ତ ଭୋଟରେ ପରାସ୍ତ ହୋଇଛନ୍ତି। ନିଜର ପରାଜୟ ସ୍ବୀକାର କରି ସୋନାଲି କହିଛନ୍ତି, ଏଥର ପ୍ରଚାର ପାଇଁ ମୁଁ ବହୁତ କମ ସମୟ ପାଇଲି। ଆସନ୍ତା ଥରକୁ ମୁଁ କଠିନ ପରିଶ୍ରମ କିରିବି ଓ ଲୋକଙ୍କ ପାଇଁ କାର୍ଯ୍ୟ କରିବି।

Share