Posted inଖେଳ

ନିର୍ବାଚନକୁ ନେଇ ଦ୍ୱନ୍ଦ୍ୱରେ ଓସିଏ

କଟକ ଅଫିସ,୧୩ା୮-
ଦ୍ୱନ୍ଦ୍ୱ ଭିତରେ ରହିଛି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ । ଓସିଏ ପକ୍ଷରୁ ଘୋଷଣା ହେଉଛି ଯେ, ନିର୍ବାଚନ ଅଧିକାରୀ ନିଯୁକ୍ତ କରି ନିର୍ବାଚନ ପ୍ରକ୍ରିୟାକୁ ଓହ୍ଲାଇବା ପାଇଁ ସଂଘ ପ୍ରସ୍ତୁତ । ହେଲେ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବାରେ ରାଜ୍ୟ ପକ୍ଷରୁ କୌଣସି ସହାୟତା ମିଳିଲା ନାହିଁ । ଯାହା ଫଳରେ ଏବେ ଅନ୍ୟ ରାଜ୍ୟ ଉପରେ ଭରସା କରାଯାଇଛି। ମିଳିଥିବା ଖବର ମୁତାବକ ବିହାର, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ସହ ଓସିଏ ପକ୍ଷରୁ ଯୋଗାଯୋଗ କରାଯାଇ ନିର୍ବାଚନ ଅଧିକାରୀ ପାଇଁ ନିବେଦନ କରାଯାଇଥିଲା। ବିହାରର ପୂର୍ବତନ ନିର୍ବାଚନ କମିଶନର ନିର୍ବାଚନ ଅଧିକାରୀ ଭାବେ ଓସିଏରେ ନିଯୁକ୍ତ ହେବେ ବୋଲି ମଧ୍ୟ ଆଶା ଦୃଢ଼ୀଭୂତ ହୋଇଥିଲା । ହେଲେ ଏବେ ଏହି ଆଶା ମଉଳି ଗଲାଣି । ବିହାରର ଏହି ନିର୍ବାଚନ ଅଧିକାରୀ ବ୍ୟକ୍ତିଗତ କାରଣ ଦର୍ଶାଇ ଓଡ଼ିଶା ଆସିବେ ନାହିଁ ବୋଲି ଜଣାଇଛନ୍ତି । ଏହି ରାଜ୍ୟର ଅନ୍ୟଜଣେ ନିର୍ବାଚନ ଅଧିକାରୀ ଏଯାଏ ଉତ୍ତର ରଖିନାହାନ୍ତି । ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ପକ୍ଷରୁ ମଧ୍ୟ ସ୍ପଷ୍ଟ ଉତ୍ତର ମିଳିନାହିଁ। କମିଟି ଅଫ ଆଡମିନିଷ୍ଟ୍ରେଟର(ସିଓଏ) ପକ୍ଷରୁ ହୋଇଥିବା ପୂର୍ବ ଘୋଷଣା ଅନୁଯାୟୀ ଅଗଷ୍ଟ ୧୪ରୁ ନିର୍ବାଚନ ବିଧି ଓ ଭୋଟର ତାଲିକା ପ୍ରଚଳନ ଲାଗୁ ହେବ । ଏହି ତାରିଖକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଓସିଏ ଏପରି ଦ୍ୱନ୍ଦ୍ୱ ଭିତରେ ଝୁଲି ରହିବା ଆଗାମୀ ନିର୍ବାଚନକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ଦେଶର ବିଭିନ୍ନ କ୍ରିକେଟ ସଂଘର ନିର୍ବାଚନ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦିନକୁ ଦିନ ତତ୍ପରତା ପ୍ରକାଶ କରୁଛି । ୩୭ଟି ସଂଘ ଭିତରୁ ଏବେ ସୁଦ୍ଧା ୨୬ଟି କ୍ରିକେଟ ସଂଘ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରିବା ସହିତ ନିର୍ବାଚନ ଅଧିକାରୀ ନିଯୁକ୍ତ କରି ସାରିଲେଣି । ଏହି ସଂଖ୍ୟା ୩୦ରେ ପହଞ୍ଚିଲେ ନିର୍ବାଚନ ହେବ ବୋଲି ସିଓଏ ଅଧ୍ୟକ୍ଷ ବିନୋଦ ରାୟ ଘୋଷଣା କରିଛନ୍ତି । ପ୍ରଥମେ ଯେଉଁ ସଂଘଗୁଡ଼ିକୁୁ ନେଇ ନିର୍ବାଚନ ହେବ ସେହି ସଂଘର ପ୍ରତିନିଧି ବୋର୍ଡ ନିର୍ବାଚନରେ ଭାଗ ନେଇ ପାରିବ। ଏହାଛଡ଼ା ବିଭିନ୍ନ ଗ୍ରାଣ୍ଟ ମଧ୍ୟ ପାଇବାକୁ ପ୍ରଥମ ହକଦାର ହେବ । ହେଲେ ଓସିଏ ନିର୍ବାଚନକୁ ଓହ୍ଲାଇବାକୁ ବହୁ ଦୂରରେ ଥିବା ଭଳି ଦୃଶ୍ୟମାନ ହେଉଛି । ଏଯାଏ ନିର୍ବାଚନ ଅଧିକାରୀ ମିଳି ନ ଥିବା ବେଳେ କେବେ ଏହି ପ୍ରକ୍ରିୟା ପରବର୍ତ୍ତୀ ପର୍ଯ୍ୟାୟ ଛୁଇଁବ ତାହାର ହିସାବ ମଧ୍ୟ ଓସିଏର କୌଣସି ଅଧିକାରୀମାନଙ୍କ ପାଖରେ ନାହିଁ । ଗତ ଜୁଲାଇ ୧ ତାରିଖ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବାର ଅନ୍ତିମ ତାରିଖ ଧାର୍ଯ୍ୟ ହୋଇଥିଲା । ରାଜ୍ୟର ଯୁଗ୍ମ କିମ୍ବା ସହକାରୀ ନିର୍ବାଚନ ଅଧିକାରୀ କ୍ରିକେଟ ସଂଘ ଗୁଡ଼ିକର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇ ପାରିବେ ନାହିଁ । ଭାରତର ପୂର୍ବତନ ନିର୍ବାଚନ କମିଶନର କିମ୍ବା ରାଜ୍ୟର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏହି ଦାୟିତ୍ୱ ଗ୍ରହଣ କରିବାକୁ ଯୋଗ୍ୟ ବୋଲି ସିଓଏ ଘୋଷଣା କରିଥିଲା । ଏହି ତାରିଖକୁ ପ୍ରାୟ ଦେଢ଼ ମାସ ଅତିକ୍ରମ କରି ସାରିଲାଣି । ଇତି ମଧ୍ୟରେ ରାଜ୍ୟ ସଂଘ ଗୁଡ଼ିକର ଅସହାୟତା ନଜରରେ ରଖି ନିର୍ବାଚନ ଅଧିକାରୀ ନିଯୁକ୍ତ ନେଇ ନିର୍ଦ୍ଧାରିତ ତାରିଖକୁ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ସିଓଏ ଘୁଞ୍ଚାଇ ଦେଇଥିଲା । ହେଲେ ଅନ୍ୟ ରାଜ୍ୟ ଗୁଡ଼ିକ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବାରେ ସଫଳ ହେଉଥିବା ବେଳେ ଓଡ଼ିଶା ଏଥିରେ କାହିଁକି ପଛୁଆ ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଓସିଏ ନିର୍ବାଚନ ଅଧିକାରୀ ଖୋଜୁଛି ବୋଲି ଘୋଷଣା କରିଥିଲା । ସେପ୍ଟେମ୍ବର ୧୪ ସୁଦ୍ଧା ରାଜ୍ୟ ଆସୋସିଏଶନ ଗୁଡ଼ିକର ନିର୍ବାଚନ ହେବ ବୋଲି ସିଓଏ ସ୍ଥିର କରିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ବାଚନ କରିବାରେ ଓସିଏ ଫେଲ ମାରିଲେ ଏବେ ଲାଗି ରହିଥିବା ବିଭିନ୍ନ ସଙ୍କଟ ବଡ଼ରୂପରେ ଛିଡ଼ା ହେବ ବୋଲି ରାଜ୍ୟର ଜଣେ ପୂର୍ବତନ କ୍ରୀଡ଼ା ସଙ୍ଗଠକ ମତ ଦେଇଛନ୍ତି ।
”ସମସ୍ତ ଚେଷ୍ଟା କରାଯାଉଛି । ରାଜ୍ୟ କ୍ରିକେଟର ବିକାଶ ପାଇଁ ଆମେ ମଧ୍ୟ ଚିନ୍ତିତ । ସଂଘ କିପରି ସୁଧୁରିବ, ଭଲ ଅବସ୍ଥାକୁ ଫେରିବ ସେ ନେଇ ସବୁବେଳେ ପ୍ରଚେଷ୍ଟା ଚାଲିଛି। ନିର୍ବାଚନ ଅଧିକାରୀ ନିଯୁକ୍ତ କରିବା ନେଇ ଓଡ଼ିଶାରୁ ନିରାଶ ହେବା ପରେ ଅନ୍ୟ ରାଜ୍ୟ ସହ ଆଲୋଚନା କଲୁ । ଏବେ ସେମାନଙ୍କ ହାତରେ ସବୁ କିଛି । ନିର୍ବାଚନ କରିବା ନେଇ ଆମେ କି କି ପଦକ୍ଷେପ ନେଉଛୁ ସେ ସବୁର ଟିକନିକ ହିସାବ ସିଓଏକୁ ମେଲ ଯୋଗେ ପଠାଯାଉଛି। ଖୁବଶୀଘ୍ର ନିର୍ବାଚନ ଅଧିକାରୀ ନିଯୁକ୍ତ ହେବେ ବୋଲି ଆମର ଆଶା“ ।
– ଧୀରେନ ପଲାଇ, ଅଧ୍ୟକ୍ଷ, ଓସିଏ କାର୍ଯ୍ୟକାରୀ କମିଟି


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri