ନିର୍ବନ୍ଧ ଭୋଜିରେ ମହିଳାଙ୍କୁ ଛୁରି ଦେଖାଇ ଲୁଟ୍‌ ୪ ଗିରଫ, ଚୋରି ସାମଗ୍ରୀ ଉଦ୍ଧାର

ନୟାଗଡ଼ ଅଫିସ,୨୭ା୮: ନୟାଗଡ଼ ସହରସ୍ଥିତ ଜଗନ୍ନାଥ ମନ୍ଦିରରେ ରବିବାର ଏକ ଭୋଜି ଚାଲିଥିବାବେଳେ ୪ ଯୁବକ ମହିଳାମାନଙ୍କୁ ଛୁରି ଦେଖାଇ ଲୁଟ୍‌ କରିଥିଲେ। ଖବର ପାଇ ଟାଉନ ଥାନା ପୋଲିସ ସମ୍ପୃକ୍ତ ଯୁବକମାନଙ୍କୁ ଗିରଫ କରିବା ସହିତ ଚୋରି ସାମଗ୍ରୀ ଉଦ୍ଧାର କରିଛି। ଯୁବକମାନେ ବ୍ୟବହାର କରୁଥିବା କଳା ପଲସର ବାଇକ୍‌ (ଓଡ଼ି୨୫ଏଚ୍‌-୫୩୦୫) ମଧ୍ୟ ପୋଲିସ ଜବତ କରିଛି। ଗିରଫ ୪ ଯୁବକ ହେଲେ ଓଲ୍‌ଡ଼ ଟାଉନ ଶଗଡ଼ିଆସାହିର ତାପସ ଦାସ (୨୧), ଜିତୁନ ବାରିକ (୨୪), ତୁଳସୀପୁର ଗ୍ରାମର ସରୋଜ କୁମାର ନାୟକ (୧୯) ଓ ଦଶପଲ୍ଲା ଥାନା ଭୋଗବାଡ଼ି ଗ୍ରାମର ପଞ୍ଚୁ ବେହେରା। ଏମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଚୋରି ମାମଲା ରହିଥିବା ବେଳେ ପୋଲିସ ଏହାର ତଦନ୍ତ କରୁଥିବା ଟାଉନ ଥାନା ପକ୍ଷରୁ ସୂଚନା ମିଳିଛି।
ଥାନାରୁ ମିଳିଥିବା ସୂଚନା ଅନୁସାରେ ରବିବାର ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ସାଗୁର ଗ୍ରାମର ଚିନ୍ମୟ ରଞ୍ଜନ ଅଟାଙ୍କ ଶାଳୀ ପ୍ରତିଭା ପ୍ରିୟଦର୍ଶିନୀଙ୍କ ସହିତ ରଣପୁର ଅଞ୍ଚଳର ଜଣେ ଯୁବକଙ୍କ ନିର୍ବନ୍ଧ ନୟାଗଡ଼ ସହର ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ହୋଇଥିଲା। ମୁଦି ପିନ୍ଧା କାର୍ଯ୍ୟକ୍ରମ ପରେ ଦୁଇ ପରିବାର ଓ ସେମାନଙ୍କ ବନ୍ଧୁବାନ୍ଧବ ଅପରାହ୍ନ ୨ଟା ସମୟରେ ଭୋଜି ଖାଇବାକୁ ବାହାରିଥିଲେ। ଏହି ସମୟରେ ଉପରୋକ୍ତ ୪ ଯୁବକ କଳା ପଲସରରେ ଆସି ସେଠାରେ ପହଞ୍ଚତ୍ଥିଲେ। ଜଣେ ମନ୍ଦିର ବାହାରେ ରହିଥିବାବେଳେ ଅନ୍ୟ ୩ଜଣ ଭିତରକୁ ପ୍ରବେଶ କରିଥିଲେ। ସେମାନେ ମହିଳାମାନଙ୍କୁ ଧମକଚମକ ଦେବା ସହ ଛୁରି ଦେଖାଇ ଭ୍ୟାନିଟିଗୁଡିକୁ ଛଡାଇନେଇ ମନ୍ଦିର ପଛପଟକୁ ପକାଇ ଦେଇଥିଲେ। ପରେ ଉକ୍ତ ଭ୍ୟାନିଟିଗୁଡିକୁ ଧରି ସମସ୍ତେ ଫେରାର ହୋଇଯାଇଥିଲେ। ସନ୍ଧ୍ୟାରେ ଏ ନେଇ ଚିନ୍ମୟ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସଙ୍ଗେ ସଙ୍ଗେ ଜଗନ୍ନାଥ ମନ୍ଦିରରେ ପହଞ୍ଚତ୍ ତାପସ ବୁଲୁଥିବା ଦେଖି ତାଙ୍କୁ ଧରିଥିଲା। ପରେ ରାତି ୮ଟାରେ ପୋଲିସ ଚଢାଉ କରି ଖଣ୍ଡପଡ଼ା ରୋଡ଼ରୁ ଅନ୍ୟ ୩ ଜଣଙ୍କୁ କାବୁ କରିବା ସହ ବାଇକ୍‌ ଜବତ କରିଥିଲା। ଏ ନେଇ ଥାନାରେ ୧୨୦/୧୯ରେ ଏକ ମାମଲା ରୁଜୁ କରାଯାଇ ଗିରଫ ୪ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜୟଦୀପ ମହାନ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri