ନିମ୍ନମାନର ପୋଷାକ ବିତରଣକୁ ବିରୋଧ

ବଡ଼ସାହି,୨୦ା୯(ସ୍ବ.ପ୍ର)- ବଡ଼ସାହି ବ୍ଲକ ଅଧୀନ ହରିପୁର ଉନ୍ନିତ ଉପ୍ରା ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ ପୋଷାକ ଓ ଜୋତା ବିତରଣକୁ ନେଇ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଛି ା ନିମ୍ନମାନର ପୋଷାକ ଓ ଜୋତାକୁ ସ୍କୁଲ ଚେୟାରମ୍ୟାନ ବିତରଣ କରୁଥିବା ଜଣାପଡିବା ପରେ ଅଭିଭାବକ ଓ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ କିମ୍ବା ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ଜାଣି ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା ା ପୋଷାକ ଓ ଜୋତା ଫେରାଇ ଦେବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀରେ ୨୫୨ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି ା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଦୁଇ ହଳ ପୋଷାକ, ହଳେ ଲେଖାଏଁ ଜୋତା ଓ ମୋଜା ପ୍ରଦାନ କରିବା ପାଇଁ ପରିଚାଳନା କମିଟିର ଚେୟାରମ୍ୟାନ ସ୍କୁଲକୁ ଆଣିଥିଲେ ା ମାତ୍ର ସେହି ଜିନିଷ ଗୁଡିକର ମାନ ଅତି ନିମ୍ନମାନର ହୋଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା ା ଖବର ପ୍ରଚାରିତ ହେବା ପରେ ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ପହଞ୍ଚି ପୋଷାକ ଓ ଜୋତା ଗୁଡିକ ଦେଖି ପାଟିତୁଣ୍ଡ କରିଥିଲେ ା ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ମନୋମୁଖି ଭାବେ ଏପରି ଜିନିଷ କିଣାଯାଇଥିବାରୁ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସ୍କୁଲ ଖୋଲିବା ସମୟରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସ୍କୁଲ ପରିସରରେ ଉତ୍ତେଜନା ଲାଗି ରହିଥିଲା। ତେବେ ବଣ୍ଟନ ପାଇଁ ଆସିଥିବା ପୋଷାକ ଓ ଜୋତା ଫେରାଇ ଦିଆଯିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଅନ୍ୟପକ୍ଷେ ପରିଚଳାନା କମିଟିର ଉପସଭାପତି ସୁକାନ୍ତ ପରମାଣିକ ଓ ସମସ୍ତ ସଦସ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରି ଉନ୍ନତମାନର ପୋଷାକ ଓ ଜୋତା କିଣାଯାଇ ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏଥିନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରାଣୀ ଦେଈ କୁହନ୍ତି, ପରିଚାଳନା କମିଟିର ଚେୟାରମ୍ୟାନ ଏହି ଜିନିଷ ଗୁଡିକ ଆଣିଥିଲେ। କିଣାଯାଇଥିବା ଜିନିଷର ମାନ କିପରି ରହିଛି ତାହା ମୁଁ ଜାଣି ନାହିଁ ା ଚେୟାରମ୍ୟାନ ସୁରଥ ବଧୁକ କୁହନ୍ତି, ପୋଷାକ ଓ ଜୋତା କିଣାରେ ଯେଉଁ ସଂସ୍ଥା ଅଧିକ ପିସି ପ୍ରଦାନ କରିବ ସେହି ସଂସ୍ଥା ଠାରୁ ସମସ୍ତ ଜିନିଷ କିଣାଯାଇ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି ା ସ୍କୁଲ ପରିଚାଳନାରେ ତ୍ରୁଟିରେ ସୁଧାର ଆଣିବା ପାଇଁ କମିଟି ଗଠନ କରାଯାଉଛି ା ମାତ୍ର କୋମଳମତି ଛାତ୍ରୀଛାତ୍ରଙ୍କ ପୋଷାକ ଓ ଜୋତା କିଣାରେ ପିସି କାରବାର, ମଧ୍ୟାହ୍ନ ଭୋଜନରେ ଅନିୟମିତତା ଓ ବିଦ୍ୟାଳୟକୁ ଆସୁଥିବା ଅର୍ଥକୁ ହଡପ କରି ଶିକ୍ଷାର ମାନକୁ ହ୍ରାସ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଉପସ୍ଥାନ କମିବ ବୋଲି ଅଭିଭାବକ ଲକ୍ଷ୍ମୀ ବଧୁକ, ଲାଲ ମୋହନ ସିଂ, ହେମନ୍ତ ଓଝା, ଅଜିତ ମହାକୁଡ, ଆକୁଳ ବାଡିକ, ସଞ୍ଜୁଲତା ସିଂ ପ୍ରମୁଖ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri