Categories: ବାଣିଜ୍ୟ

ନିବେଶକଙ୍କ ସମ୍ପତ୍ତି ୨ ଲକ୍ଷ କୋଟି ବଢ଼ିଲା

ନୂଆଦିଲ୍ଲୀ,୨୮।୫: ବୁଧବାର ଭାରତୀୟ ପୁଞ୍ଜିବଜାରରେ କାରବାର ଉନ୍ନତ ରହିବାରୁ ନିବେଶକଙ୍କ ସମ୍ପତ୍ତିରେ ୨.୦୧ ଲକ୍ଷ କୋଟି ଟଙ୍କା ବଢିଛି। ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୯୯୫.୯୨ ପଏଣ୍ଟ ବା ୩.୨୫% ବଢିବା ଯୋଗୁ ୩୧,୬୦୫.୨୨ ପଏଣ୍ଟରେ ବନ୍ଦ ହୋଇଛି। ବିଶ୍ୱ ବଜାରରେ କାରବାର ଉନ୍ନତ ରହିବା ସହ ବ୍ୟାଙ୍କିଙ୍ଗ୍‌ ଏବଂ ଫାଇନାନ୍ସ ଷ୍ଟକ୍‌ ଉନ୍ନତ ରହିବା ଫଳରେ ବଜାରରେ ଏଭଳି ସ୍ଥିତି ଉପୁଜିଛି ବୋଲି ରେଲିଗାରେ ବ୍ରୋକିଂ ଲିମିଟେଡ୍‌ ରିସର୍ଚ୍ଚ ବିଭାଗ ଉପସଭାପତି ଅଜିତ ମିଶ୍ର କହିଛନ୍ତି। ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରିବା ନେଇ ନିବେଶକ ଆଶା ରଖିଛନ୍ତି। ବୁଧବାର ଆକ୍ସିସ ବ୍ୟାଙ୍କର କାରବାର ଉନ୍ନତ ରହିଛି। ସେହିଭଳି ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଇଣ୍ଡସ ଇଣ୍ଡ ବ୍ୟାଙ୍କ ଏବଂ ବଜାଜ ଫାଇନାନ୍ସର କାରବାର ମଧ୍ୟ ଭଲ ରହିଛି।

Share