ନିବେଶକଙ୍କ ପସନ୍ଦ ପାଲଟୁଛି ସୁନା

ନୂଆଦିଲ୍ଲୀ, ୯-୯: ଦେଶରେ ଆର୍ଥତ୍କ ମାନ୍ଦାବସ୍ଥା ଲାଗି ରହିଥିବା ସୁନା ଏବଂ ରୁପା ଦର ବଢି ଚାଲିଛି। ବଜାରରେ ସୁନାର ଦର ବୃଦ୍ଧି ଆଗାମୀ କିଛି ସମୟ ପର୍ଯ୍ୟନ୍ତ ଲାଗି ରହିବ ବୋଲି ବଜାର ବିଶେଷଜ୍ଞ ମାନେ କହିଛନ୍ତି। ବିଶ୍ୱ ସ୍ତରରେ ମାନ୍ଦାବସ୍ଥା, ପୁଞ୍ଜି ବଜାରରେ ହ୍ରାସ ଏବଂ ପ୍ରପର୍ଟି ବଜାରର ସ୍ଥିତି ଏତେଟା ଭଲ ନ ଥିବାରୁ ସୁନାରେ ନିବେଶ କରିବାକୁ ଲୋକମାନେ ଏବେ ପସନ୍ଦ କରୁଥିବା ଜଣାପଡିଛି। ଦିପାବଳୀ ସମୟରେ ସୁନା ଦର ନୂଆ ରେକର୍ଡ କରିବା ନେଇ ବିଶେଷଜ୍ଞ ଅନୁମାନ କରିଛନ୍ତି। ଚଳିତ କ୍ୟାଲେଣ୍ଡର ବର୍ଷରେ ସୁନାରେ ନିବେଶ କରିଥିବା ବ୍ୟକ୍ତି ବିଶେଷ ୨୦%ରୁ ଅଧିକ ଲାଭ ପାଇଛନ୍ତି। ଏହା ୨୦୧୮ରେ ମାତ୍ର ୬% ରହିଥିଲା। ଗତ ବର୍ଷ ୩୧ ଡିସେମ୍ବରରେ ନୂଆଦିଲ୍ଲୀରେ ସୁନାଦର ୧୦ ଗ୍ରାମ ପିଛା ୩୨,୨୭୦ ଟଙ୍କା ରହିଥିଲା। ଏହା ବର୍ତ୍ତମାନ ୩୯,୦୦୦ ସ୍ତରରେ ରହିଛି। ସେହିଭଳି ରୁପାର ଦର କିଲୋ ପ୍ରତି ୩୯ ହଜାରୁ ୫୦ ହଜାର ଛୁଇଁଛି। ଦିଲ୍ଲୀର ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏଶନ ଅଧ୍ୟକ୍ଷ ବିମଲ ଗୋଏଲ କହିଛନ୍ତି, ମାନ୍ଦାବସ୍ଥା ଯୋଗୁ ସୁନା ଦରରେ ବୃଦ୍ଧି ଘଟୁଛି। ଏହାବାଦ ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ବିଶ୍ୱ ବଜାରର ଅନ୍ୟାନ୍ୟ ସ୍ଥିତି ଯୋଗୁ ନିବେଶକମାନେ ସୁନାରେ ନିବେଶ ଲାଗି ଆଗଭର ହେଉଥିବା ସେ ସ୍ପଷ୍ଟ କରିଛନ୍ତି। ସେହିଭଳି ଡଲାର ତୁଳନାରେ ଟଙ୍କା ମୂଲ୍ୟ କମିବା ଯୋଗୁ ସୁନା ମଜଭୁତ ହୋଇଛି। ଏଣୁ ବର୍ତ୍ତମାନ ସମୟରେ ସୁନା ନିବେଶର ଏକ ଅଭିନ୍ନ ବିକଳ୍ପ ଭାବେ ଉଭା ହୋଇଛି।

୪୨ ହଜାର ସ୍ତର ଛୁଇଁପାରେ ସୁନା
ଦୀପାବଳୀ ସମୟରେ ଦେଶରେ ସୁନାଦର ୧୦ ଗ୍ରାମ ପିଛା ୪୨ ହଜାର ଟଙ୍କା ଛୁଇଁପାରେ। ସେହିଭଳି ଚାନ୍ଦୀ କିଲୋ ପିଛା ୫୨,୦୦୦ ଟଙ୍କା ଛୁଇଁବା ନେଇ ଅନୁମାନ କରାଯାଉଛି। ଭାରତୀୟ ସରାଫା ସଂଘ ଉପାଧ୍ୟକ୍ଷ ସୁରେନ୍ଦ୍ର ଜୈନ କହିଛନ୍ତି, ଟଙ୍କା ମୂଲ୍ୟ ହ୍ରାସ ହେବାରୁ ଏହାର ପ୍ରଭାବ ସୁନା ଉପରେ ପଡୁଛି। ଦେଶର ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ପ୍ରଭାବ ଯୋଗୁ ଟଙ୍କା ମୂଲ୍ୟ ଉପରେ ଲଗାତାର ଚାପ ବଢି ଚାଲିଛି।

ବିକ୍ରି ଉପରେ ପ୍ରଭାବ
ସୁନା ଦାମ ବଢିବା ଲାଗି ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବଜାର ପ୍ରଭାବ ଦାୟୀ ବୋଲି ଅଲଇଣ୍ଡିଆ ଜେମସ ଆଣ୍ଡ ଜୁଏଲେରି ଟ୍ରେଡର୍ସ ଫେଡେରେଶନ ପୂର୍ବତନ ଅଧ୍ୟକ୍ଷ ବଛରାଜ ବମାବଲା କହିଛନ୍ତି। ସେ କହିଛନ୍ତି, ଚଳିତ ବର୍ଷ ଶେଷ ଆଡକୁ ସୁନା ଦର ୧୦ ଗ୍ରାମ ପିଛା ୪୧, ୫୦୦ ଟଙ୍କା ଟପିପାରେ। ସୁନା ଦର ବଢିବା ଯୋଗୁ ବିକ୍ରି ଉପରେ ଏହାର ନକରାତ୍ମକ ପ୍ରଭାବ ପଡିବା ନେଇ ସେ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri