Categories: ବାଣିଜ୍ୟ

ନିବେଶକଙ୍କ ଅର୍ଥ ଫେରାଇବ ଫ୍ରାଙ୍କ୍‌ଲିନ ଟେମ୍ପଲଟନ

ନୂଆଦିଲ୍ଲୀ,୨୮।୪: ବଣ୍ଡ ବଜାରରେ ନଗଦ ସମସ୍ୟା ଯୋଗୁ ଫ୍ରାଙ୍କ୍‌ଲିନି ଟେମ୍ପଲଟନ ଏହାର ୬ ସ୍କିମ୍‌କୁ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛି। ଏହି ସ୍କିମ୍‌ଗୁଡିକରେ ଲାଗିଥିବା ନିବେଶ ଅର୍ଥ ଫେରିବ କି ନାହିଁ ତାକୁ ନେଇ ନିବେଶକ ଚିନ୍ତାରେ ରହିଥିବା ବେଳେ କମ୍ପାନୀ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଛି। କମ୍ପାନୀ ନିବେଶକଙ୍କ ନିବେଶ ଅର୍ଥ ଫେରାଇବ ବୋଲି କହିଛି। ସ୍କିମ୍‌ ବନ୍ଦ ହୋଇଗଲେ ନିବେଶ ଅର୍ଥ ବୁଡ଼ିଗଲା ବୋଲି ନିବେଶକ ଭାବିବା ଭୁଲ୍‌ ବୋଲି କମ୍ପାନୀ ସ୍ପଷ୍ଟ କରିଛି। ଯେତେ ଶୀଘ୍ର ସମ୍ଭବ ଲୋକଙ୍କୁ ସେମାନଙ୍କ ଅର୍ଥ ଫେରାଇବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାପଡିଛି। କମ୍ପାନୀର ସଭାପତି ସଞ୍ଜୟ ସାପ୍ରେ କହିଛନ୍ତି ଯେ, ବ୍ରାଣ୍ଡର ବିଶ୍ୱସନୀୟତାକୁ ବିଚାର କରି ଲୋକଙ୍କ ନିବେଶ ଅର୍ଥ ଶୀଘ୍ର ଫେରାଇ ଦିଆଯିବ। ପ୍ରତିବଦ୍ଧତା ସ୍ବରୂପ ଏଭଳି ପଦକ୍ଷେପ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଭାରତରେ ଏହି କମ୍ପାନୀ ଗତ ୨୫ ବର୍ଷ ହେବ କାମ କରୁଛି। ବନ୍ଦ କରାଯାଇଥିବା ୬ ସ୍କିମ୍‌ରେ ପ୍ରାୟ ୨୫ ହଜାର କୋଟି ଟଙ୍କାର ପରିଚାଳନା ଗତ ସମ୍ପତ୍ତି(ଏୟୁଏମ୍‌)ରହିଥିବା ଜଣାପଡିଛି।

Share