ନିଜ ହାତ ତିଆରି ସିଙ୍ଗଡା ମୋଦିଙ୍କ ସହ ଶେୟାର କରିବାକୁ ଚାହିଁଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/କାନବେରା,୩୧।୫: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିଶନ ରବିବାର ସିଙ୍ଗଡାର ସହ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ସିଙ୍ଗଡାକୁ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶେୟାର କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆମ୍ବ ଚଟଣି ସହ ସିଙ୍ଗଡାର ଫଟୋ ମୋରିଶନ ଶେୟାର କରିଥିବା ଦେଖାଯାଇଛି। ଏହାକୁ ସେ ମୋଦିଙ୍କ ସହ ଟ୍ୟାଗ କରିଛନ୍ତି। ମୋରିଶନ ନିଜ ଅନୁଯାୟୀ ସିଙ୍ଗଡାର ନାମ ‘ସ୍କୋମୋସା’ ରଖିଛନ୍ତି। ମୋରିଶନ କହିଛନ୍ତି ଆମ୍ବ ଚଟଣିଠାରୁ ସିଙ୍ଗଡା ପର୍ଯ୍ୟନ୍ତ ସବୁ ସେ ନିଜ ହାତରେ ପ୍ରସ୍ତୁତ କରିଛନ୍ତି। ଏହା ନିରାମିଷ ହୋଇଥିବାରୁ ସେ ଏହାକୁ ମୋଦିଙ୍କ ସହ ଶେୟାର କରିବାକୁ ପସନ୍ଦ କରିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିଶନଙ୍କ ମଧ୍ୟରେ ଜୁନ୍‌ ୪ରେ ଏକ ଭିଡିଓ ଲିଙ୍କ ଜରିଆରେ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀର ଆୟୋଜନ କରାଯାଇଛି।

Share