ନିଜ ବେଳକୁ କଟକଣା ମାନୁନି ଜିଲା ପ୍ରଶାସନ

ଝାରସୁଗୁଡା ଅଫିସ,୧୮ା୪: କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ପାଳନ କରାଯାଉଛି। ଲକଡାଉନ ସହିତ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବିଭିନ୍ନ ପରାମର୍ଷ ଓ କଟକଣା ମାନିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ଏହାକୁ ଖିଲାପ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ଜରିମାନା ଆଦାୟ କରାଯାଉଛି। ତେବେ ଝାରସୁଗୁଡା ଜିଲା ପ୍ରଶାସନ ପକ୍ଷରୁ କୋଭିଡ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ବେଳେ ବିଭିନ୍ନ କଟକଣାକୁ ଅବମାନନା କରାଯାଉଥିବା ଦେଖିବାକୁ ମିଳିଛି। ଏହି ହସ୍ପିଟାଲ ନିର୍ମାଣରେ ନିୟୋଜିତ ଶ୍ରମିକମାନେ ସାମଜିକ ଦୂରତା ରକ୍ଷା କରୁ ନାହାନ୍ତି। ମୁହଁରେ ମାସ୍କ ଦେଉ ନାହାନ୍ତି। ଜିଲା ପ୍ରଶାସନର ଅଧିକାରୀମାନେ ଏଠାକୁ ନିୟମିତ ଭାବେ ଆସି କାର୍ଯ୍ୟ ତଦାରଖ କରୁଥିବା ବେଳେ ଏଗୁଡିକୁ ଗୁରୁତ୍ୱ ନ ଦେବା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି।