Categories: ଫୁରସତ

ନିଜ ପାଇଁ ପୋଖରୀ ତିଆରି କରୁଥିବା ବେଙ୍ଗ

ପୃଥିବୀର ସବୁଠାରୁ ବଡ଼ ବେଙ୍ଗ ହେଉଛି ଗୋଲିଆଥ୍‌। ୩୪ ସେ.ମି. ଲମ୍ବ ଓ ୩.୨ କି.ଗ୍ରା ଓଜନ ବିଶିଷ୍ଟ ଏହି ବେଙ୍ଗ କେବଳ କାମେରୁନ୍‌ ଓ ଇକ୍ୱାଟୋରିଆଲ୍‌ ଗୁଏନାରେ ଦେଖିବାକୁ ମିଳନ୍ତି। ଏମାନେ ଝରଣା ନିକଟରେ ବସବାସ କରନ୍ତି। ଏହା ଏକ ବିଲୁପ୍ତପ୍ରାୟ ପ୍ରାଣୀ। କାରଣ ମାଂସ ପାଇଁ ଏହାକୁ ଶିକାର କରାଯାଇଥାଏ। ତେବେ ଏହି ବେଙ୍ଗର ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ବେଙ୍ଗଟି ରହିବା ପାଇଁ ନିଜେ ଏକ ପୋଖରୀ ତିଆରି କରିଥାଏ। ସେ ପୁଣି ଝରଣା କୂଳରେ ଅବା କମ୍‌ ପାଣି ଥିବା ଝରଣା ପାଣି ଭିତରର ପଥରକୁ ନିଜେ ଆଡେଇ ପୋଖରୀ ତିଆରି କରେ। ବିରାଟକାୟ ଶରୀର ଥିବାରୁ ବେଙ୍ଗଟି ୨ କି.ଗ୍ରା. ପର୍ଯ୍ୟନ୍ତ ଓଜନର ପଥରକୁ ଟେକି ଅନ୍ୟ ସ୍ଥାନରେ ରଖିପାରେ। ବୟସ୍କ ବେଙ୍ଗ ଏହି ପୋଖରୀ ତିଆରି କରିବା ସହ ଜଗିଥାଆନ୍ତି।

Share