ନିଜ ପାଇଁ ଟିକେ…

ସ୍ନେହ ପ୍ରେମ ଆଉ ଭଲପାଇବାର ପରଶ ଦେଇ ସମସ୍ତଙ୍କୁ ନିଜର କରିବାକୁ ସବୁବେଳେ ଚେଷ୍ଟା କରିଥାଏ ଗୃହିଣୀ। ପରିବାରକୁ ଏକ ସୂତ୍ରରେ ବାନ୍ଧି ରଖିବାର ପ୍ରୟାସ ଭିତରେ ସେ କିନ୍ତୁ ଭୁଲି ଯାଏ ନିଜକୁ । ହେଲେ ସତ କଥା ହେଲା ସମସ୍ତଙ୍କୁ ଭଲପାଇବାକୁ ହେଲେ ପ୍ରଥମେ ନିଜକୁ ଭଲପାଇବାକୁ ହୁଏ। ଏଥିପାଇଁ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ବି ଜରୁରୀ…

ସବୁବେଳେ ପିଲାଙ୍କ ପାଇଁ କିମ୍ବା ଘର ଲାଗି ବିଭିନ୍ନ ପ୍ରକାରର କାମ କରିଥାନ୍ତି ଗୃହିଣୀ। ସମସ୍ତଙ୍କର ଭଲମନ୍ଦ ଖବର ବୁଝିବା ଭିତରେ ସେମାନେ କିନ୍ତୁ ନିଜ କଥା ପୂରା ଭୁଲି ଯାଇଥାନ୍ତି। ଏମିତି କି ନିଜର ଖିଆପିଆ କିମ୍ବା ସ୍ବାସ୍ଥ୍ୟର ଯତ୍ନ ନେବା ଯେ ଉଚିତ ଏକଥାକୁ ସମ୍ପୂର୍ଣ୍ଣ ଅବହେଳା କରିଥାନ୍ତି। ମାତ୍ର ନିଜେ ସୁସ୍ଥ ରହିଲେ ହିଁ ପରିବାର ସୁସ୍ଥ ରହିବ, ଜୀବନର ଏହି ଗୂଢ଼ ରହସ୍ୟକୁ ଭୁଲିବା ଉଚିତ ନୁହେଁ। ତେଣୁ ସବୁ କାମ ଭିତରେ ବି ନିଜ ପାଇଁ କିଛି ସମୟ ବାହାର କରନ୍ତୁ ଓ ନିଜର ଆବଶ୍ୟକତା ବିଷୟରେ ଚିନ୍ତା କରନ୍ତୁ।
ନା କହିବା ଶିଖନ୍ତୁ:ଆବଶ୍ୟକ ହେଲେ ନିଜର ସୁବିଧା ପାଇଁ କେବେକେବେ ଭଦ୍ରଭାବରେ ନା କହିବା ଶିଖନ୍ତୁ। କାଳେ କେହି ଖରାପ ଭାବିବେ ବୋଲି ଚିନ୍ତା କରି ଆମେ ଅନେକ ସମୟରେ ସବୁକଥାକୁ ମୁଣ୍ଡପାତି ଗ୍ରହଣ କରି ନେଇଥାଉ। କିନ୍ତୁ ଏପରି କରିବା ଦ୍ୱାରା ଅନେକାଂଶରେ ନିଜପ୍ରତି ଅନ୍ୟାୟ ହୋଇଥାଏ।
ମଜା, ମସ୍ତି, ଖୁସି: ଜୀବନରେ କ୍ୟାରିୟର, ଦରମା କିମ୍ବା ଘରକାମ ବ୍ୟତୀତ ମଜା ମସ୍ତି ବି ଜରୁରୀ। ତେଣୁ ନିଜର ଖୁସିକୁ ବି ଗୁରୁତ୍ୱ ଦିଅନ୍ତୁ। ନିଜ ପସନ୍ଦ ଅନୁସାରେ କିଛି କାମ କିମ୍ବା ବୁଲାବୁଲି ଆଦି କରିବାକୁ ଭୁଲନ୍ତୁ ନାହିଁ। ଅବଶ୍ୟ ସବୁବେଳେ ଏ ଦିଗକୁ ଗୁରୁତ୍ୱ ଦେବା ଠିକ୍‌ ନୁହେଁ। କିନ୍ତୁ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ୟୁଜର ଖୁସି ମନାଇବାକୁ ଭୁଲନ୍ତୁ ନାହିଁ।
ନିଜ ପାଇଁ ସମୟ: ସୁସ୍ଥ ରହିବା ପାଇଁ ନିଜ ନିମନ୍ତେ କିଛି ସମୟ ବାହାର କରି ଯୋଗ ଓ ମେଡିଟେସନ୍‌ ନିଶ୍ଚୟ କରନ୍ତୁ। ଜୀବନର ସବୁଠୁ ଭଲ ଏବଂ ଅତି ଆପଣାର ସାଥୀ ହେଉଛି ଆପଣଙ୍କ ଶରୀର ଓ ମନ। ତେଣୁ ଏହି ଦୁଇଟିର ଯତ୍ନ ନେବାକୁ ଯୋଗ ଏବଂ ମେଡିଟେସନ୍‌ ହିଁ ସର୍ବୋତ୍ତମ ଉପାୟ। ଥକ୍କାପଣ କିମ୍ବା ଡିପ୍ରେସନରୁ ଏହା ରକ୍ଷା କରିଥାଏ। ଆଉ ଶରୀର ତଥା ମନ ସୁସ୍ଥ ରହିଲେ ହିଁ ଆପଣ ଉର୍ଜାସମ୍ପନ୍ନ ହୋଇ ଅଧିକ କାମ କରିପାରିବେ।
ତୁଳନା କରନ୍ତୁ ନାହିଁ: କାହା ସହିତ ନିଜକୁ ତୁଳନା କରି ଦୁଃଖୀ ହୁଅନ୍ତୁ ନାହିଁ। ନିଜ ପାଖରେ ଯାହା ଅଛି ସେଥିରେ ସନ୍ତୁଷ୍ଟ ହେବାକୁ ଚେଷ୍ଟା କରନ୍ତୁ। ନିଜର ସବୁ ସଫଳତାକୁ ମନେପକାନ୍ତୁ, ଯାହାଫଳରେ ଆପଣ ଖୁସିରେ ରହିପାରିବେ। ତା’ ଛଡ଼ା ବାସ୍ତବତାକୁ ସ୍ବୀକାର କରନ୍ତୁ ଏବଂ ନିଜ ପରିସ୍ଥିତି ଓ ଯୋଗ୍ୟତାଠାରୁ ବହୁତ ଅଧିକ ପାଇବାର ଇଚ୍ଛା ରଖନ୍ତୁ ନାହିଁ।
ନିଜକୁ କ୍ଷମା ଦିଅନ୍ତୁ: କୌଣସି କାରଣରୁ ଆପଣ ଯଦି ଭୁଲ୍‌ କରି ଦେଇଛନ୍ତି ତେବେ ସେକଥା ଭାବି ସାରା ଜୀବନ ପଶ୍ଚାତ୍ତାପ କରିବା ଠିକ୍‌ ନୁହେଁ। ସେହି ଭୁଲ୍‌ ପାଇଁ ଦୁଃଖରେ ଭାଙ୍ଗିପଡ଼ିଲେ ଜୀବନରେ ଆଗକୁ ବଢ଼ିପାରିବେ ନାହିଁ। ତେଣୁ ସେହି ଭୁଲ୍‌ରୁ ଶିକ୍ଷାଲାଭ କରି ନିଜ ଭୁଲ୍‌କୁ ସୁଧାରି ନିଅନ୍ତୁ। ଆଉ ନିଜର ଭୁଲ୍‌ ପାଇଁ ପ୍ରଥମେ ନିଜକୁ କ୍ଷମା ଦେଇ ଆଗକୁ ପୁଣି ଥରେ କାମ କରିବା ପାଇଁ ଚେଷ୍ଟା କରନ୍ତୁ।
ସମସ୍ତଙ୍କ ସ୍ନେହ ଆଦର: ସମସ୍ତଙ୍କୁ ସନ୍ତୁଷ୍ଟ କରିବା ସମ୍ଭବ ନୁହେଁ। ତେଣୁ ସମସ୍ତେ ଯେ ଆପଣଙ୍କୁ ଭଲପାଇବେ ଏପରି ଆଶା କରନ୍ତୁ ନାହିଁ। ଆପଣଙ୍କର ଯଥାସମ୍ଭବ ପ୍ରୟାସ ପରେ ବି ଯଦି କେହି ଆପଣଙ୍କୁ ଗ୍ରହଣ କରି ପାରୁ ନାହାନ୍ତି ତେବେ ମନ ଦୁଃଖ କରନ୍ତୁ ନାହିଁ। ଯଦି ସବୁ ସ୍ଥାନରେ ସମସ୍ତଙ୍କୁ ଖୁସି କରିବାକୁ ଚାହୁଁଥିବେ ତାହା ଏକ ଅସମ୍ଭବ କାମ ବୋଲି ଜାଣି ରଖନ୍ତୁ। ତେଣୁ ସମସ୍ତଙ୍କୁ ଖୁସିରେ ରଖିବା ଚିନ୍ତାରେ ଆପଣ ନିଜର ସବୁ ଖୁସିକୁ ଜଳାଞ୍ଜଳି ଦିଅନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ ପରାଗରେ ଶନିଙ୍କ ରାଶିରେ ଖରାପ ପ୍ରଭାବ, ଏହି ୩ଟି ରାଶିରେ ଘୋଟିଯିବ ବିପଦ!

ସୂର୍ଯ୍ୟ ବର୍ତ୍ତମାନ ମକର ରାଶିରେ ଅଛନ୍ତି। ଏହା ଫେବୃଆରୀ ୧୩ ତାରିଖରେ କୁମ୍ଭ ରାଶିରେ ପ୍ରବେଶ କରିବ ଏବଂ ତା’ପରେ ଫେବୃଆରୀ ୧୭ ତାରିଖରେ ସୂର୍ଯ୍ୟଗ୍ରହଣ ହେବ।…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

Weight Loss Tips: ରାତିରେ ଖାଆନ୍ତୁ ଏହି ୫ ଜିନିଷ, ଶୀଘ୍ର କମିଯିବ ପେଟର ଚର୍ବି

ଆଜିର ଦ୍ରୁତ ଗତି ଜୀବନରେ, କାମର ଚାପ ଏବଂ ପରିବର୍ତ୍ତନଶୀଳ ଅଭ୍ୟାସ ସିଧାସଳଖ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ସମୟ ଅଭାବରୁ ଲୋକମାନେ ସଠିକ ସମୟରେ…

ଘରର ଛାତ ଉପରେ ରଖନ୍ତୁନି ଏପରି ଜିନିଷ: ହୋଇପାରେ ବଡ଼ କ୍ଷତି

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଛାତ ଉପରେ କିଛି ଜିନିଷ ରଖିବା ବର୍ଜିତ। କାହିଁକି ନା ଏହାଦ୍ୱାରା ବାସ୍ତୁଦୋଷ ଲାଗିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଅନାବଶ୍ୟକ ସାମଗ୍ରୀ ରଖିବା ଦ୍ୱାରା…

କୁମ୍ଭ ରାଶିରେ ବୁଧଙ୍କ ଉଦୟ, ଚମକିବ ୩ ରାଶିର ଭାଗ୍ୟ

ଫେବୃଆରୀ ୯ ତାରିଖରେ ବୁଧ କୁମ୍ଭ ରାଶିରେ ଉଦିତ ହୋଇଛନ୍ତି। ବୁଧଙ୍କ ଏହି ଉଦିତ ଫେବୃଆରୀ ମାସରେ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ଆଣିପାରେ।…

ଭୂତଳ ଜଳରେ ୟୁରାନିୟମ

ଦ୍ରୁତ ସହରୀକରଣ, ଶିଳ୍ପାୟନ ତଥା ସଘନ କୃଷି ସହିତ ତାଳଦେଇ ବଢ଼ି ଚାଲିଛି ସମଗ୍ର ପୃଥିବୀରେ ଜଳ ପ୍ରଦୂଷଣ, ବିଶେଷ କରି ନଦୀ ଜଳ। ଏଣୁ ଅଧିକରୁ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଅଦୃଶ୍ୟ ଆକ୍ରମଣକାରୀ : ମାଇକ୍ରୋପ୍ଲାଷ୍ଟିକ

ବିଶ୍ୱ ସ୍ତରରେ, ମାଇକ୍ରୋପ୍ଲାଷ୍ଟିକ୍‌ ଏକ ସର୍ବବ୍ୟାପୀ ପ୍ରଦୂଷକ ପାଲଟିଛି। ଏଗୁଡ଼ିକୁ ଗଭୀର ସମୁଦ୍ର ଅବଶେଷ, ଧ୍ରୁବୀୟ ବରଫ ପାହାଡ଼, ଉଷ୍ଣକଟିବନ୍ଧୀୟ ବର୍ଷାଜଳ ଏବଂ ମାନବ ରକ୍ତପ୍ରବାହରେ ଆବିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri