ନିଜେ ଭିନ୍ନକ୍ଷମ, ମାଏକିନା ମାନ୍‌ସିକ ରୁଗୀ:ଭଗବାନ ଭରସାରେ ବୁରୁଧ୍‌ ଦମ୍ପତି

ଲୋଇସିଂହା,୧୫।୮(ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଭାଲିଆମୁଣ୍ଡା ଗାଁର ବୁରୁଧ୍‌ ଦମ୍ପତି ଶଙ୍କର ମିଶ୍ର(୭୫) ଆର ମାଏକିନା ସୁଗନ୍ଧା(୭୦)। ଦମ୍ପତିକଁର ପିଲାଛୁଆ ନାଇଁ। ଏହେଦେ ଇ ଅସାହା ଦମ୍ପତି ବଡା ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌। ଗଲା ୫ ଦିନ୍‌ ହେଲା ବୁରୁଧ୍‌ ଶଙ୍କରକଁର ଦିହିପା ଖରାପ ଅଛେ। ଯେନ୍‌ଥିରଲାଗି ସେ ଅଥାଥାଲି ହେଇଯାଉଛନ୍‌, ଶୁଇବସି ନାଇଁ ପାରବାର। ଏନ୍‌ତାଥି ନିସାହା ଅବସ୍‌ତାରେ ବୁଢ଼ାବୁଢ଼ି ନିଜର ଭାଏଗ୍‌କେ ଆଦ୍‌ରି ଘରେ ପଡ଼ି ରହିଛନ୍‌।
ସୂଚନା ଅନ୍‌ସାରେ ବାଦିବାହାଲ ପଁଚେତ୍‌ ଭାଲିଆମୁଣ୍ଡାର ଇ ନିସାହା ଦମ୍ପତିକଁର ପିଲାଛୁଆ ନାଇଁ। ଇମାନେ ନିହାତି ଗରିବ୍‌ ହେଇଥିଲାବେଲେ ଜମିବାଡ଼ି ବି ନଁାଇଁନ। ପଁଚେତ୍‌ରୁ ମିଲୁଥିବାର ସରକାରୀ ଚାଉଲ ଆର ବୁଢ଼ାବୁଢ଼ି ଭତା ବୁରୁଧ୍‌ ଦମ୍ପତିକଁର ସାହାଭରସା। ଇଆଡ଼େ ପାଖ୍‌ପଡ଼ିଶାକଁର କହେବାର ହିସାବେ ବୁଢ଼ାବୁଢ଼ି ରଁଧାବଢ଼ା କରବାକେ ଅକ୍ଷମ ଆଏ, ଖାଏବାକେ ମୁଠେ ନାଇଁ ପାଏବାର। ଏନ୍‌ତାଥି ବୁରୁଧ୍‌ ଶଙ୍କର ୫ ଦିନ୍‌ ହେଲା ପେଟବଥାରେ ସଁଥ୍‌ଲି ହେଉଛନ୍‌। ପେଟ୍‌ ଦରଦ୍‌ ଲାଗି ସେ ଶୁଇବସି ନାଇଁ ପାରବାର, ଖାଲି ଛାଟିପିଟି ହେଇ କିରଲଉଛନ୍‌। ଇଆଡ଼େ ଡୁଂଗି ଦେଖ୍‌ବାକେ ପାସେ କେହି ନାଇଁ। ପାଖ୍‌ପଡ଼ିଶାକର କହେବାର ହିସାବେ ବଛର କେତେ ହେଲା ବୁଢ଼ାବୁଢ଼ିକର ମାନସିକ୍‌ ଥିତି ବି ଠିକ୍‌ ନଁାଇଁନ। ଗଲା ବଛର ବୁରୁଧ୍‌ ଶଙ୍କର ଗୁଟେ ଗାତେ ପଡ଼ି ଅକରମା ହେଇଯାଇଛନ୍‌, ଚାଲବୁଲ କରି ନାଇଁ ପାରବାର। ରେଁଗ୍‌ସି ଘେଷ୍‌ରି ଯିବାର ଆଏବାର କରୁଛନ୍‌। ଏନ୍‌ତା ପରିସ୍ଥିତିରେ ପଡ଼ିଶା ଘର ପଁଚେତ୍‌ରୁ ପିଡିଏସ୍‌ ସାମାନ ଆନି ଦେଉଥିବାର ଶଙ୍କର କହିଛନ୍‌। ଇଆଡ଼େ ସୁଗନ୍ଧାକଁର ମାନ୍‌ସିକ ଥିତି ଠିକ୍‌ ନଁାଇଁନ, ସେ ଇଆଡ଼େ ସେଆଡ଼େ ବୁଲୁଛନ୍‌। ଏନ୍‌ତାଥି ଘରେ ଚୁଲି ନାଇଁ ଜଲବାର। ଖାଏଦ୍‌ ପାଏନ୍‌ ଅଭାବୁ ବୁରୁଧ୍‌ ଶଙ୍କରକଁର ଦିହିପା ବିଗ୍‌ଡିଯାଇଛେ। ୫ ଦିନ୍‌ ହେଲା ସେ ରାତିରେ ଶୁଇ ନାଇଁପାରୁଥିବାର କହିଛନ୍‌। ଦୁଇ ମାଏଝି ମୁନୁଷ୍‌କର ଚିକିସତ୍ା ସାହାଯ୍‌ ଲାଗି ଶଙ୍କର ଗଣମାଧ୍ୟମ ଜରିଆରେ ଥାନୀୟ ପରଶାସନକେ ଆକୁଲବିକୁଲ ହେଇ ନିବେଦନ କରିଛନ୍‌। ପୂରବର ସୂଚନା ହିସାବେ ୨୦୧୭ରେ ଇ ଅସାହା ବୁରୁଧ୍‌ ଦମ୍ପତିକଁର ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରିଥିଲା। ତା’ପରେ ବ୍ଲକ ପରଶାସନ ଦମ୍ପତିକୁଁ ସରକାରୀ ଯୋଜନାରେ ଘରଖଁଡ଼େ ଯୁଗେଇ ଦେଇଥିଲା। ହେଲେ ଦମ୍ପତି ଘର ତିଆରିବାରେ ଅକ୍ଷମ ହେଲାରୁ ଝନେ ଠିକାଦାର ତାକର ଘର ତିଆରି ଦେଇଥିଲେ। ଘରଟା ଏଭେ ବି ଦରଖଁଡ଼ିଆ ହେଇ ପଡ଼ିଛେ। ଘରେ ଲାଗିଥିବାର ଲୁହା କବାଟ ୨ ମାସ ତଲେ ରାତିରେ ପଡ଼ି ଯାଇଛେ। ହେଲେ ବୁଢ଼ାବୁଢ଼ି ଗୁଟେ ବଡ଼ ବିପଦ୍‌ରୁ ଅଲପ୍‌କେ ବରତି ଯାଇଥିବାର ପଡ଼ିଶା ଲୋକ୍‌ କହିଛନ୍‌। ଥାନୀୟ ପରଶାସନ ଇ ଅସାହା ବୁଢ଼ାବୁଢ଼ିକୁଁ ଉଧାର କରି ଚିକିସତ୍ା ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri