ନିଜେ ପଢିବି, ନିଜକୁ ଗଢିବି

ମାଲକାନଗିରି, ୫।୯(ସ୍ବ.ପ୍ର.): ଶିକ୍ଷାର ବିକାଶ ତଥା ଗୁଣାତ୍ମକ ଶିକ୍ଷା ନିମନ୍ତେ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି। ମଧ୍ୟାହ୍ନ ଭୋଜନ, ପୋଷାକ, ଜୋତା ଏବଂ ସାଇକେଲ ଇତ୍ୟାଦି ପ୍ରଦାନ କରାଯାଇ ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରାଯାଉଛି। ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପରେ ପ୍ରଶିକ୍ଷଣ ଦେଲା ପରେ ଗୁଣାତ୍ମକ ଶିକ୍ଷାର ବିକାଶ ହୋଇପାରୁନାହିଁ। ଏହାକୁ ଲକ୍ଷ୍ୟ କରି ମାଲକାନଗିରି ଜିଲା ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରକୈନ୍ଦ୍ରିକ ଶିକ୍ଷା ପାଇଁ ଏକ ନୂତନ ଯୋଜନା କରିଛନ୍ତି। ଯାହାର ନାମ ରଖାଯାଇଛି ‘ନିଜେ ପଢିବି, ନିଜକୁ ଗଢିବି’। ଅର୍ଥାତ୍‌ ପିଲାଟି କେମିତି ନିଜେ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବ ସେଥିପାଇଁ ପିଲାମାନଙ୍କୁ କେତୋଟି ସାଧାରଣ ନିୟମାବଳୀ ଦିଆଯାଇଛି। ଯେଭଳି ନିୟମିତ ବିଦ୍ୟାଳୟକୁ ଅସିବା, ପାଠ ପଢାବେଳେ ମନଯୋଗ ସହକାରେ ଶୁଣିବା, ଅବୁଝା ପାଠକୁ ସାଥୀ ପିଲା କିମ୍ବା ଶିକ୍ଷକଙ୍କୁ ପଚାରି ବୁଝିବା, ପ୍ରଶ୍ନୋତ୍ତର ବହି ପଢି ନିଜେ ଉତ୍ତର ଲେଖିବା, ସାଥୀ ବହି ବହି ବଦଳରେ ଖାତାରୁ ଉତ୍ତର ପଢିବା, ପାଠପଢା ବହିକୁ ସବୁଠାରୁ ଭଲ ସାଙ୍ଗ ମନେ କରିବା, ପାଠପଢା କାର୍ଯ୍ୟକୁ ମୁଖ୍ୟକାର୍ଯ୍ୟ ରୂପେ ଗ୍ରହଣ କରିବା ଇତ୍ୟାଦି ନିୟମମାନ ପବିତ୍ର ଗୁରୁଦିବସରେ ପିଲାମାନଙ୍କୁ ଶପଥ ପାଠ କରାଯାଇଛି। ଯଦି ପିଲାଟି ନିଜେ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିବ ତେବେ ପାଠ କେବେ ବି କଷ୍ଟ ଲାଗିବନି, ସେଥିପାଇଁ ପାଠ ପଢିବା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଏହା ଏକ ନୂତନ ପ୍ରୟାସ ବୋଲି ପ୍ରଧାନଶିକ୍ଷକ କରୁଣାକର ମଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନମୋହୁଛି ମାଲ୍ୟବନ୍ତ ମହୋତ୍ସବ: ଆଜି ଆସିବେ ଓଡ଼ିଆ ସୁପରଷ୍ଟାର ବାବୁଶାନ

କାଲିମେଳା, ୪।୧୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲାର ସବୁଠାରୁ ବଡ଼ ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଏବେ ପୂରା ଜିଲା ସମେତ ବ୍ଲକ ସ୍ତରରେ ମହାଆଡମ୍ବର...

ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା: ଆତ୍ମସମର୍ପଣ କଲେ ୩୭ ମାଓବାଦୀ

ମାଲକାନଗିରି,୨୨ା୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନାରେ ୩୭ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୋଲିସ ପାଇଁ ଏହା ବଡ ସଫଳତା ହୋଇଥିବା ମାଓବାଦୀ ସଂଗଠନକୁ ଶକ୍ତ...

ଜଳପ୍ରପାତରେ ନିଖୋଜ: ୩ ଦିନ ପରେ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ

ଗୋବିନ୍ଦପାଲି,୨୧।୧୧(କାର୍ତ୍ତିକ ରଥ): ମାଲକାନଗିରି ଜିଲା ଗୋବିନ୍ଦପାଲି ନିକଟ ଗୁମ୍ମାଝରଣ ଜଳପ୍ରପାତରେ ବୁଡି ୨ ଛାତ୍ର ନିଖୋଜ ଘଟଣାରେ ବୁଧବାର ଜଣେ ଛାତ୍ରଙ୍କ ମୃତଦେହ ମିଳିଥିବା ବେଳେ...

ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ଆସିଲା ହାର୍ଟଆଟାକ୍‌: ନିଜେ ଚାଲିଗଲେ, ହେଲେ…

ପଟାଙ୍ଗି,୨୦।୧୧(ଶରତ କୁମାର ଧଳ): ମଲାକାନଗିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହାର୍ଟଆଟାକ୍‌ ଆସିଥିଲା। ସେ ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ...

ଆମକୁ ୧୮ ହଜାର ଦରମା ଦିଅ

ମାଲକାନଗିରି, ୧୬।୧୧(ଦୁର୍ଯୋ୍ୟଧନ ପାତ୍ର): ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ପିଅନ ମହାସଂଘ, ମାଲକାନଗିରି ଜିଲା ଶାଖାର...

ପ୍ରେମିକାଙ୍କୁ iphone ଦେବା ପାଇଁ କରୁଥିଲେ ଏମିତି କାମ, ପୋଲିସ ହାବୁଡ଼ରେ ପଡ଼ିଗଲେ…

ଏମ୍‌ଭି୭୯(ଭିକି ବାରିକ )୧୫।୧୧: ଗାର୍ଲଫ୍ରେଣ୍ଡଙ୍କୁ Birthdayରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଜୋଗାଡ଼ କରିବା ପାଇଁ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକ ମାଲକାନଗିରି...

ଯବାନଙ୍କ ଗୁଳିରେ ଟଳିପଡ଼ିଲ ୩ ମାଓବାଦୀ, କୋମ୍ବିଂ ଅପରେଶନ ଜାରି

ମାଲକାନଗିରି,୬।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ଅନାରାମ ଓ ମରିଙ୍ଗମଲ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି।...

ଫାର୍ମାସିଷ୍ଟଙ୍କ ମିଳିଲା ଝୁଲନ୍ତା ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ 

ମାଲକାନଗିରି,୧ା୧୧(ଦୁର୍ଯ୍ୟୋଧନ ପାତ୍ର/ସୁଚିତ୍ରା ଦାସ): ମାଲକାନଗିରି ଜିଲା ସଦର ବ୍ଲକ ଏମ୍‌ଭି ୭ ଗ୍ରାମରେ ଜଣେ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଶନିବାର ଜବତ ହୋଇଥିବା ବେଳେ ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri