Categories: ଜାତୀୟ

ନିଜେ ଉଦ୍‌ଘାଟନ କରିଥିବା କୋଠାରେ ରାତ୍ରିଯାପନ କଲେ

ନୂଆଦିଲ୍ଲୀ,୨୩ା୮(ପି.ଟି./ଆଇଏଏନ୍‌ଏସ୍‌): ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ ବୁଧବାର ରାତିରେ ସିବିଆଇ ମୁଖ୍ୟାଳୟ ଗେଷ୍ଟ୍‌ହାଉସ୍‌ର ଲକ୍‌-ଅପ୍‌ ସୁଟ୍‌ ୩ରେ ରାତି ବିତାଇଥିଲେ, ଯାହାକୁ ସେ ୮ ବର୍ଷ ତଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସହ ମିଶି ଉଦ୍‌ଘାଟନ କରିଥିଲେ। ୨୦୧୧ ଏପ୍ରିଲ ୩୦ରେ ନୂଆଦିଲ୍ଲୀସ୍ଥିତ ଜିସିଓ କମ୍ପ୍ଲେକ୍ସର ଏହି ବିଲ୍ଡିଂ ଉଦ୍‌ଘାଟନ ବେଳେ ତତ୍କାଳନୀ ଆଇନମନ୍ତ୍ରୀ ଏମ୍‌. ବୀରାପ୍ପା ମୋଇଲି ଓ ମାନବସମ୍ବଳ ବିକାଶ ମନ୍ତ୍ରୀ କପିଲ ସିବଲ ମଧ୍ୟ ଉପସ୍ଥିତ ଥିଲେ। ଉକ୍ତ କୋଠା ଯେଉଁ ସ୍ଥାନରେ ଅଛି ସେଠାରେ ପୂର୍ବରୁ ଏକ ସମାଧି ପୀଠ ଥିଲା ଏବଂ ଏହାର ବାସ୍ତୁ ଠିକ୍‌ ନାହିଁ ବୋଲି ସିବିଆଇର କେତେଜଣ ଅଧିକାରୀ ମତ ଦେଇଛନ୍ତି। କାରଣ ଏଠାରେ ସିବିଆଇ ମୁଖ୍ୟାଳୟ ଖୋଲାଯିବା ପରଠୁ ତଦନ୍ତକାରୀ ସଂସ୍ଥାର ସମସ୍ତ ନିର୍ଦ୍ଦେଶକ ବିବାଦୀୟ ହୋଇ ରହିଛନ୍ତି।

Share