Categories: ଜାତୀୟ

ନିଜର ନାମ ପରିବର୍ତ୍ତନ କରନ୍ତୁ ପ୍ରିୟଙ୍କା: ନିରଞ୍ଜନ ଜ୍ୟୋତି

ନୂଆଦିଲ୍ଲୀ,୩୧।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦେଇଥିବା ମନ୍ତବ୍ୟ ନେଇ କେନ୍ଦ୍ରମନ୍ତ୍ରୀ ସ୍ବାଧୀ ନିରଞ୍ଜନ ଜ୍ୟୋତି କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ପ୍ରିୟଙ୍କା ଗାନ୍ଧୀ ନିଜର ନାମ ପରିବର୍ତ୍ତନ କରି ଏହାକୁ ଫିରୋଜ ପ୍ରିୟଙ୍କା ରଖନ୍ତୁ। କାରଣ ସେ ଗୈରିକୀକରଣ ସମ୍ପର୍କରେ କିଛି ମଧ୍ୟ ଜାଣି ନାହାଁନ୍ତି। ଅଳ୍ପ ଜ୍ଞାନଯୋଗୁ ପ୍ରିୟଙ୍କା ଏଭଳି ମନ୍ତବ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରିୟଙ୍କା ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ଗୈରିକୀକରଣ ଜାରି ରହିଥିବା କହିଥିଲେ।

Share