ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନ, ୯ା୩ (ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ରବି ଗୁରୁ ରବିବାର ଗାଧୋଇବାକୁ ଯାଇ ଘରକୁ ଫେରି ନ ଥିବାବେଳେ ଗ୍ରାମ ନିକଟ ପୋରୋଇଝରା ନାଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବହୁ ଖୋଜାଖୋଜି ପରେ ପରିବାର ଲୋକେ ତାଙ୍କ ସନ୍ଧାନ ପାଇ ନ ଥିଲେ । ସ୍ଥାନୀୟ ଲୋକେ ରବିଙ୍କ ମୃତଦେହ ଭାସୁଥିବା ଦେଖି ତାଙ୍କ ଘରେ ଜଣାଇଥିଲେ । ଖବରପାଇ ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ମୁରଲୀଧର ନାୟକ ମୃତଦେହ ଜବତ କରିଥିଲେ। ଭୁବନ ଡାକ୍ତରଖାନାରେ ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏ ସଂକ୍ରାନ୍ତରେ ଭୁବନ ଥାନାରେ ନଂ. ୪/୨୦୨୦ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।