Posted inଖେଳ

ନିକାରାଗୁଆରେ ବକ୍ସିଂ ଆରମ୍ଭ

ମାନାଗୁଆ (ନିକାରାଗୁଆ), ୨୭ା୪ (ଏପି)- କରୋନାଭାଇରସ୍‌ ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ କ୍ରୀଡ଼ା କାର୍ଯ୍ୟକଳାପ ସ୍ଥାଣୁ ପାଲଟିଯାଇଥିବାବେଳେ  ନିକାରାଗୁଆରେ ବକ୍ସିଂ ଆରମ୍ଭ ହୋଇଛି।  ୮ଟି ଫାଇଟ୍‌ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଦର୍ଶକଙ୍କ ଉପସ୍ଥାନ ଯଦିଓ କମ୍‌ ରହିଥିଲା ଟେଲିଭିଜନରେ ଲଢେଇଗୁଡ଼ିକର ସିଧାପ୍ରସାରଣ କରାଯାଇଥିଲା।  ପୂର୍ବତନ ଦୁଇଥର ବିଶ୍ୱ ଚାମ୍ପିୟନ ତଥା ପ୍ରମୋଟର ରୋସେଣ୍ଡୋ ଅଲଭାରେଜ ଭାଇରସ୍‌ ଆଶଙ୍କାକୁ ଖଣ୍ଡନ କରିଛନ୍ତି।  ସେ କହିଛନ୍ତି, ଏଠାରେ ଆମର କରୋନା ଭାଇରସ୍‌ର କୌଣସି ଭୟ ନାହିଁ। ଦେଶରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା ନାହିଁ।  ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ କୋଭିଡ୍‌-୧୯ରେ ଯେଉଁ ୩ ଜଣଙ୍କର ମୃତ୍ୟୁ ଘଟିଛି ସେମାନେ ଦେଶ ବାହାରର।  ଦେଶ ଭିତରେ କେହି ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇ  ନ ଥିବା  ‘ଏଲ୍‌ ବଫାଲୋ’ ଭାବେ ପରିଚିତ ଅଲଭାରେଜ  ଦୃଢତାର ସହିତ କହିଛନ୍ତି। ୮,୦୦୦ ଆସନ କ୍ଷମତା ବିଶିଷ୍ଟ  ଆଲେକ୍ସିସ୍‌ ଆର୍ଗୋଏଲୋ ଜିମ୍‌ରେ ଦର୍ଶକଙ୍କ ଉପସ୍ଥିତି ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।  ଫାଇଟ୍‌ ଗୁଡ଼ିକର ସିଧାପ୍ରସାରଣ ନିକାରାଗୁଆ ସରକାରଙ୍କ ନିଜସ୍ବ କାନାଲ-୬ ଏବଂ ଇଏସ୍‌ପିଏନ୍‌ ଲାଟିନ୍‌ ଆମେରିକା ଚ୍ୟାନେଲରେ ପ୍ରସାରଣ କରାଯାଇଥିଲା। ନିକାରାଗୁଆ ହେଉଛି ଏକ ଗରିବ ରାଷ୍ଟ୍ର। ବକ୍ସରମାନଙ୍କୁ ଆୟ ଦରକାର। ସେମାନେ ଘରେ ଚୁପ୍‌ ହୋଇ ବସିପାରିବେ ନାହିଁ ବୋଲି ସେ କହିଛନ୍ତି।  ନିକାରାଗୁଆରେ ବେସ୍‌ବଲ ଓ ଫୁଟ୍‌ବଲ ଲିଗ୍‌ ଏବେ ମଧ୍ୟ ଜାରି ରହିଛି।  ସ୍ଥାନୀୟ ଖବରକାଗଜଗୁଡ଼ିକର କ୍ରୀଡ଼ା ପୃଷ୍ଠାରେ ଏକ ଟ୍ରାଇଥଲନ ଏବଂ ସ୍କୁଲ ରେସ୍‌ଲିଂ ଟୁର୍ନାମେଣ୍ଟକୁ ନେଇ ଖବରମାନ ପ୍ରକାଶ ପାଇଛି।  ୧୫ ଦିନ ଛୁଟି ପରେ  ରାଷ୍ଟ୍ରପତି ଡାନିଏଲ୍‌ ଓର୍ଟେଗା ୧୭୦,୦୦୦ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।  ଏହାଛଡ଼ା ୧.୮ ନିୟୁତ ଛାତ୍ରଙ୍କୁ ସ୍କୁଲରେ ଯୋଗଦେବାଲାଗି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri