Categories: ଫୁରସତ

ନିଆରା ମନ୍ଦିର: ଶୁଭ କାର୍ଯ୍ୟରେ ଗଣେଶଙ୍କୁ ଚିଠି ଦେଇ ଲୋକେ କରନ୍ତି ନିମନ୍ତ୍ରଣ…

ଯୋଧପୁର: ଭାରତର ବିଭିନ୍ନ ସ୍ଥାନରେ ଥିବା ମନ୍ଦିରରେ ଭିନ୍ନ ଭିନ୍ନ ରୋଚକ ତଥ୍ୟ ଦେଖିବାକୁ ମିଳିଥାଏ। ରାଜସ୍ଥାନ ରନ୍ଥଭୋରରେ ରହିଛି ପ୍ରଭୁ ଶ୍ରୀଗଣେଶଙ୍କ ମନ୍ଦିର। ମନ୍ଦିରରେ ଥିବା ଗଣେଶ ମୂର୍ତ୍ତିଙ୍କର ୩ ଆଖି ରହିଛି। ପ୍ରଭୁଙ୍କ ସହିତ ଆସ୍ଥାନରେ ଶ୍ରୀଗଣେଶଙ୍କ ପତ୍ନୀ ରିଦ୍ଧି, ସିଦ୍ଧି ଏବଂ ପୁତ୍ର ଶୁଭ-ଲାଭଙ୍କର ମୂର୍ତ୍ତି ମଧ୍ୟ ରହିଛି। ପାଖରେ ବାହନ ମୂଷିକ ମଧ୍ୟ ରହିଛନ୍ତି। ଶୁଭକାର୍ଯ୍ୟରେ ପ୍ରଭୁଙ୍କ ପାଖକୁ ଲୋକେ ନିମନ୍ତ୍ରଣ ପତ୍ର ପଠାଇଥାନ୍ତି। ତେଣୁ ପ୍ରଭୁଙ୍କ ଆସ୍ଥାନ ନିକଟରେ ନିମନ୍ତ୍ରଣ ପତ୍ର ଗଦା ହୋଇ ରହିଥାଏ। ଏହାଦ୍ୱାରା ସମସ୍ତ କାର୍ଯ୍ୟ ମଙ୍ଗଳ ହୋଇଥାଏ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରିଥାନ୍ତି। ୧୦ମ ଶତାବ୍ଦୀରେ ମନ୍ଦିରର ନିର୍ମାଣ ରନ୍ଥଭୋରର ରାଜା ହମିରଙ୍କ ଦ୍ୱାରା ହୋଇଥିଲା। ଏକ ଯୁଦ୍ଧ ସମୟରେ ପ୍ରଭୁ ରାଜାଙ୍କୁ ସ୍ବପ୍ନରେ ଆସି ତାଙ୍କୁ ବିଜୟୀ ହେବାର ଆଶୀର୍ବାଦ ଦେଇଥିଲେ। ରାଜା ଯୁଦ୍ଧରେ ବିଜୟୀ ମଧ୍ୟ ହୋଇଥିଲେ। ଏହା ପରେ ମନ୍ଦିରର ମହିମା ବଢ଼ିବାରେ ଲାଗିଥିଲା। ଲୋକ ମନ୍ଦିରକୁ ଶ୍ରୀ ଗଣେଶ, ରନ୍ଥଭୋର କିଲ୍ଲା, ଜିଲା- ସବାଇ ମାଧୋପୁର, ରାଜସ୍ଥାନ ଠିକଣାରେ ନିଜ ମାନସିକ ପୂରଣ ପାଇଁ ଚିଠି ଦିଅନ୍ତି। ଏସବୁକୁ ପୂଜାରୀ ପ୍ରଭୁଙ୍କୁ ପଢ଼ି ଶୁଣାଇବା ସହିତ ଶ୍ରୀଚରଣରେ ରଖି ଦିଅନ୍ତି। ଏହାଦ୍ୱାରା ମାନସିକ ପୂରଣ ହୋଇଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି। ପ୍ରତିବର୍ଷ ଗଣେଶ ଚତୁର୍ଥୀରେ ମନ୍ଦିରରେ ସ୍ବତନ୍ତ୍ର ପୂଜା ସମ୍ପନ୍ନ ହୋଇଥାଏ।

Share