ନାଳରେ ଭାସିଯାଇ ଜଣଙ୍କ ଜୀବନ ଗଲା

ଓଡ଼ଗାଁ,୨୪।୧୦(ସ୍ବ.ପ୍ର.): ଲଘୁଚାପ ପ୍ରଭାବରେ ନୟାଗଡ଼ ଜିଲା ଓଡ଼ଗାଁ ଅଞ୍ଚଳରେ ଦୁଇଦିନ ଧରି ବର୍ଷା ଲାଗିରହିଛି। ଫଳରେ ବିଭିନ୍ନ ନଦୀ ନାଳରେ ବର୍ଷା ଜଳ ବୃଦ୍ଧି ପାଇଛି। ଏପରିସ୍ଥଳେ ଓଡ଼ଗାଁ ବ୍ଲକ ଗୌଡ଼ପୁଟ ପଞ୍ଚାୟତର ନାଳରେ ଭାସିଯାଇ ଗୁଆନ୍ଦ ଗ୍ରାମର ଗଣେଶ ନାୟକ(୩୫)ଙ୍କ ମୃତ୍ୟୁ ଘଟିଛି। ଗୁରୁବାର ସକାଳେ ସେ ଶୌଚ ହେବାକୁ ଗୁଆନ୍ଦନାଳକୁ ଯାଇଥିବାବେଳେ ଭାସିଯାଇଥିବା ଅନୁମାନ କରାଯାଉଛି। ଗ୍ରାମବାସୀ ଗଣେଶଙ୍କୁ ପାଣିରୁ ଉଦ୍ଧାର କରି ପରେ ସ୍ଥାନୀୟ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।