ନାଳରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ପାଟଣା,୫।୮(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳୀ ପଞ୍ଚାୟତ ଭୁଲୁଦା ଗ୍ରାମ ନିକଟ କୁଣ୍ଡିଆ ନାଳରେ ବୁଡ଼ି ରବିବାର ରାତିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଧ୍ରୁବଚରଣ ନାଏକଙ୍କ ପୁଅ ପ୍ରିୟବ୍ରତ(୨୯)। ବିଳମ୍ବିତ ରାତିରେ ପାଟଣା ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ତୁରୁମୁଙ୍ଗା ପୋଲିସ ମୃତଦେହ ଉଦ୍ଧାରକରି ତଦନ୍ତ ଜାରି ରଖିଛି। ତେବେ ପ୍ରିୟବ୍ରତ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବସତଃ ପାଣିରେ ବୁଡ଼ିିଯିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।