Categories: ବାଣିଜ୍ୟ

ନାଲ୍‌କୋ ସହାୟତାରେ ସ୍ବତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ

ଭୁବନେଶ୍ୱର,୧୨।୪: ନାଲ୍‌କୋ ପକ୍ଷରୁ ନବରଙ୍ଗପୁରଠାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏହି ପରିପ୍ରେକ୍ଷୀରେ ଜିଲା ପ୍ରଶାସନ, ଖ୍ରୀଷ୍ଟିଆନ ହସ୍ପିଟାଲ ଏବଂ ନାଲ୍‌କୋ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। କୋଭିଡ୍‌-୧୯ ସଂକ୍ରମଣଜନିତ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସ୍ବତନ୍ତ୍ର ସୁବିଧା ରହିଛି। ନବରଙ୍ଗପୁରର ହିର୍ଲିଂଠାରେ ଅବସ୍ଥିତ ବି.ଏଡ୍‌ କଲେଜ ପରିସରରେ ଏକ ସ୍ବତନ୍ତ୍ର ଆଇସୋଲେଶନ କେନ୍ଦ୍ରର ସଞ୍ଚାଳନ ପାଇଁ ବ୍ୟବସ୍ଥା କରାଯାଇଛି। ଏହି ମେଡିକାଲ ଦ୍ୱାରା ନବରଙ୍ଗପୁର ଜିଲାର ଲୋକମାନେ ଉପକୃତ ହେବା ସହ ଆଖପାଖ ଜିଲା ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡି ଜିଲାର ଲୋକମାନେ ଉପକୃତ ହୋଇପାରିବେ। ଏହି କାର୍ଯ୍ୟ ପାଇଁ ନାଲ୍‌କୋ ଅଧ୍ୟକ୍ଷ ଶ୍ରୀଧର ପାତ୍ର କୃତଜ୍ଞତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ନାଲ୍‌କୋ ବିପତ୍ତି ସମୟରେ ସବୁବେଳେ ରାଜ୍ୟର ଲୋକମାନଙ୍କ ସହ ଛିଡ଼ାହୋଇଛି। ବର୍ତ୍ତମାନର ବିପତ୍ତି ସମୟରେ ନାଲ୍‌କୋ ପୂର୍ଣ୍ଣମାତ୍ରାରେ ସାହାଯ୍ୟର ହାତ ବଢ଼ାଇବ ବୋଲି ପାତ୍ର ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ନାଲ୍‌କୋ କର୍ମଚାରୀମାନେ ୨ ଦିନର ଦରମା ବାବଦକୁ ୫.୨ କୋଟି ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି।

Share