Categories: ବାଣିଜ୍ୟ

ନାଲ୍‌କୋ ପକ୍ଷରୁ ବନମହୋତ୍ସବ ପାଳନ

ଭୁବନେଶ୍ୱର,୮-୭: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ) ପକ୍ଷରୁ ସପ୍ତାହବ୍ୟାପୀ ବନ ମହୋତ୍ସବ ପାଳିତ ହୋଇ ଯାଇଛି। ଏହି ଅବସରରେ କମ୍ପାନୀର ବିଭିନ୍ନ ୟୁନିଟ ଏବଂ କାର୍ଯ୍ୟାଳୟଗୁଡିକର ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ନାଲ୍‌କୋ ରିସର୍ଚ୍ଚ ଏବଂ ଟେକ୍ନାଲୋଜି ସେଣ୍ଟର( ଏନ୍‌ଆର୍‌ଟିସି) ପରିସରରେ ରାଜ୍ୟ ଜଙ୍ଗଲ ବିଭାଗର ମିଳିତ ଉଦ୍ୟମରେ ଏହି ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ନାଲକୋ ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଚନ୍ଦକା ଡିିଭିଜନ ଡିଏଫଓ କେଦାର କୁମାର ସ୍ବାଇଁ, କମ୍ପାନୀର ନିର୍ଦ୍ଦେଶକ ଏବଂ କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଫନୀ ଉପଲକ୍ଷେ ସବୁଜିମା ନଷ୍ଟ ହୋଇଥିବାରୁ ଭୁବନେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ବୃକ୍ଷରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଡ.ଚାନ୍ଦ କହିଛନ୍ତି।ସେହିଭଳି ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଏଥିଲାଗି ଉତ୍ସାହିତ କରାଯାଉଥିବା ସେ କହିଛନ୍ତି।

Share