ନାଲ୍‌କୋ କ୍ୟାଣ୍ଟିନରେ ସ୍ପେଶାଲ ଲଞ୍ଚ, ଡିନର : ବ୍ୟବସ୍ଥାକୁ ନେସ୍‌ର ନାପସନ୍ଦ

ବଅଁରପାଳ, ୧୨।୫ (ଡି.ଏନ୍‌.ଏ.)- ସାମୁଦ୍ରିକ ଝଡ଼ ଫନୀ ରାଜ୍ୟରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ପୁରୀ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି। ଖାଦ୍ୟ, ପାନୀୟ ଅଭାବରୁ ସେଠାରେ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ଲୋକେ ଘରଦ୍ୱାରା ହରାଇ ଗଛମୂଳେ, ରାସ୍ତାକଡ଼େ ପଡ଼ି ରହିଛନ୍ତି। ରାଜ୍ୟରେ ଏପରି ପରିସ୍ଥିତି ଥିବା ବେଳେ ନାଲ୍‌କୋ ପକ୍ଷରୁ ଉତ୍ପାଦନରେ ସଫଳତାକୁ ନେଇ ଶନିବାର ଉତ୍ସବ ମନାଯାଇଛି। କ୍ୟାଣ୍ଟିନରେ ହଜାର ହଜାର କର୍ମଚାରୀଙ୍କୁ ପାଇଁ ସ୍ପେଶାଲ ଲଞ୍ଚ, ଡିନର ଦିଆଯାଇଛି। ନାଲ୍‌କୋ କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହାକୁ ନାପସନ୍ଦ କରିଛି ନାଲ୍‌କୋ ଏମ୍ପ୍ଲୋଇ ସଂଘ (ନେସ୍‌)। ଏପରି ଉତ୍ସବ ମନାଇବା ପରିବର୍ତ୍ତେ ଲଞ୍ଚ, ଡିନର ବାବଦରେ ଖର୍ଚ୍ଚ ହୋଇଥିବା ଅର୍ଥକୁ ବାତ୍ୟା ବିପନ୍ନଙ୍କ ପାଇଁ ଦାନ କରିବା ଉଚିତ ହୋଇଥାନ୍ତା ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏଥିସହ ନାଲ୍‌କୋ ୫ଶହ କୋଟି ଟଙ୍କା ସହାୟତା ବାବଦରେ ଦେଉ ବୋଲି ସଂଘ ଦାବି କରିଛି।

ନେସ୍‌ ସାଧାରଣ ସମ୍ପାଦକ ନିର୍ମଳ ସାମଲ କହିଛନ୍ତି ଯେ, ୨୦୧୮-୧୯ ବର୍ଷରେ ନାଲ୍‌କୋ ଉପତ୍ାଦନ କ୍ଷେତ୍ରରେ ସଫଳତା ହାସଲ କରିଛି। ଏହାକୁ ଆଖି ଆଗରେ ରଖି କର୍ତ୍ତୃପକ୍ଷ ଶନିବାର କ୍ୟାଣ୍ଟିନ ପରିସରରେ କର୍ମଚାରୀଙ୍କ ପାଇଁ ଏକ ସ୍ପେଶାଲ ଲଞ୍ଚର ବ୍ୟବସ୍ଥା କରିଥିଲେ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ୩୦ ମଧ୍ୟରେ ଏହି ଲଞ୍ଚ ବ୍ୟବସ୍ଥା ହୋଇଥିଲା। ସେହିପରି ରାତି ୮ଟା ୩୦ରୁ ୯ଟା ୩୦ ମଧ୍ୟରେ ଡିନର ବ୍ୟବସ୍ଥା କରାଯାଇଥିଲା। ପ୍ଲାଣ୍ଟର ମୁଖ୍ୟ କ୍ୟାଣ୍ଟିନ ପରିସରରେ ପ୍ଲାଣ୍ଟରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଥିଲା। ସେହପରି ହସ୍ପିଟାଲ, ଇଷ୍ଟେଟ, ଉଦ୍ୟାନ, ଗେଷ୍ଟ ହାଉସ, ଇଲେକ୍ଟ୍ରି,, ସିଭିଲ୍‌, ମେଣ୍ଟେନାନ୍ସ କର୍ମଚାରୀଙ୍କ ପାଇଁ ପ୍ରଶାସନିକ କାର୍ଯ୍ୟାଳୟ ପରିସର କ୍ୟାଣ୍ଟିନରେ ଲଞ୍ଚର ବ୍ୟବସ୍ଥା ହୋଇଥିଲା। ୩ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀମାନଙ୍କ ପାଇଁ ଏହି ସ୍ପେଶାଲ ଲଞ୍ଚ, ଡିନର ବ୍ୟବସ୍ଥା କରାଯାଇଥିବାବେଳେ ବହୁ କର୍ମଚାରୀ ଖାଇନାହାନ୍ତି। ବାତ୍ୟା ପାଇଁ ବହୁ ଲୋକ ଦୁଃଖ ଦୁର୍ଦ୍ଦଶାରେ ଥିବାବେଳେ ନାଲ୍‌କୋ କର୍ତ୍ତୃପକ୍ଷ କିଭଳି ଉତ୍ସବ ପାଳନ କରୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି ସ୍ପେଶାଲ ବ୍ୟବସ୍ଥା ନ କରି ଉକ୍ତ ଅର୍ଥକୁ ବାତ୍ୟା ବିପନ୍ନ ଲୋକମାନଙ୍କ ରିଲିଫ ଓ ଥଇଥାନ ନିମନ୍ତେ ପ୍ରଦାନ କରିବା ଉଚିତ ପଦକ୍ଷେପ ହୋଇଥାନ୍ତା। ଏଥିପାଇଁ ପୂର୍ବରୁ ନେସ୍‌ ପକ୍ଷରୁ ନାଲ୍‌କୋ କର୍ତ୍ତୃପକ୍ଷଙ୍କୁ ଅବଗତ ମଧ୍ୟ କରାଯାଇଥିଲା। ତଥାପି କର୍ତ୍ତୃପକ୍ଷ ଉତ୍ସବ ପାଳନ କଲେ। ତେଣୁ ବାତ୍ୟା ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ମୁକାବିଲା ପାଇଁ ନାଲ୍‌କୋ ୫ ଶହ କୋଟି ଟଙ୍କା ପ୍ରଦାନ କରୁ ବୋଲି ସାମଲ ଦାବି କରିଛନ୍ତି।

ଏ ସମ୍ପର୍କରେ ନାଲ୍‌କୋର ଜଣେ ଅଧିକାରୀ କହିଛନ୍ତି, ବାତ୍ୟା ବିପନ୍ନଙ୍କ ପାଇଁ ନାଲ୍‌କୋ ତରଫରୁ ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଛି। ଏଥିସହ ଲୋକଙ୍କ ପାଇଁ ସହାୟତା ମଧ୍ୟ ପଠାଯାଇଛି। ନାଲ୍‌କୋ ଉତ୍ପାଦନ କ୍ଷେତ୍ରରେ ସଫଳତା ହାସଲ କରିଥିବାରୁ କର୍ମଚାରୀଙ୍କ ପାଇଁ ଏହି ସତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri