ନାଲିଫିତା ତଳେ ନିରାକରଣ ନିଷ୍ପତ୍ତି

ତାଳଚେର,୬ା୩(ନି.ପ୍ର.) – ରାଜ୍ୟ ସରକାରଙ୍କ ରାଜସ୍ବ ତାଲିକାରେ ନମ୍ବର ଓ୍ବାନ ସ୍ଥାନରେ ଥିବା ଅନୁଗୋଳ ଜିଲାର ତାଳଚେର ଶିଳ୍ପାଞ୍ଚଳ ପ୍ରଦୂଷଣରେ ମଧ୍ୟ ଏକ ନମ୍ବର ସ୍ଥାନ ଦଖଲ କଲାଣି। ହେଲେ ଏଥିପ୍ରତି ନା ରାଜ୍ୟ ସରକାରଙ୍କ ଦୃଷ୍ଟି ଅଛି ନା ତାଳଚେର ଉପଖଣ୍ଡ ପ୍ରଶାସନର। ଜିଲା ପ୍ରଶାସନ ମଧ୍ୟ କିଛି ନ ଜାଣିଲା ଭଳି ଆଖିବୁଜି ବସିଛି। ୫୩ନଂ. ଜାତୀୟ ରାଜପଥରେ ଦୈନିକ ହଜାର ହଜାର କୋଇଲା ଟ୍ରକ୍‌ ଚଳାଚଳ ଯୋଗୁ ଧୂଳି, ଧୂଅଁ।ର ପ୍ରଦୂଷଣ ଭୟଙ୍କର ରୂପ ନେଉଥିବା ବେଳେ ଏହାର ନିରାକରଣ ଦିଗରେ ପ୍ରଶାସନ ନେଉଥିବା ନିଷ୍ପତ୍ତି ବର୍ଷ ବର୍ଷ ଧରି ନାଲିଫିତା ତଳେ ରହିଆସିଛି। ଫଳରେ ଏହାର ସିଧାସଳଖ ପ୍ରଭାବ ତାଳଚେରବାସୀଙ୍କ ଉପରେ ପଡ଼ୁଛି। ବଢ଼ୁଥିବା ପ୍ରଦୂଷଣର ବିଷ ବଳୟ ଯୋଗୁ ଏଠାକାର ପ୍ରାୟ ୭୦ ପ୍ରତିଶତ ଲୋକ ଶ୍ୱାସ ଜନିତ ସମସ୍ୟା ଭୋଗୁଥିବା ଅଭିଯୋଗ ହେଉଛି।
କଳାହୀରାର ସହର ଭାବେ ପରିଚିତ ତାଳଚେରରୁ ରାଜ୍ୟ ଓ କେନ୍ଦ୍ର ସରକାର ବାର୍ଷିକ ହଜାର ହଜାର କୋଟି ଟଙ୍କା ରାଜସ୍ବ ବାବଦରେ ପାଉଛନ୍ତି। ହେଲେ ଏଠାକାର ମୁଖ୍ୟ ସମସ୍ୟା ପ୍ରଦୂଷଣ ହ୍ରାସ ଦିଗରେ ସେପରି କୌଣସି ଦୃଢ଼ ପଦକ୍ଷେପ ନିଆଯାଉନାହିଁ। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଦୀର୍ଘ ବର୍ଷ ଧରି ଡେରା-ହାଣ୍ଡିଧୂଆଁ-ପବିତ୍ରମୋହନ ଛକ ଦେଇ ସମସ୍ତ କୋଇଲା ଟ୍ରକ୍‌ ଯାତାୟାତ କରୁଥିଲା। ଲୋକଙ୍କ ପ୍ରବଳ ବିରୋଧ, ବାରମ୍ବାର ଆନ୍ଦୋଳନ ପରେ ୨୦୧୭ ଡିସେମ୍ବର ୧୬ଠାରୁ ଉକ୍ତ ରାସ୍ତାରେ କୋଇଲା ପରିବହନ ବନ୍ଦ କରାଯାଇ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ କୋଇଲା ଟ୍ରକ୍‌ ଚଳାଚଳ କଲା। ପ୍ରଶାସନର ଏହି ନିଷ୍ପତ୍ତିକୁ ଅଞ୍ଚଳବାସୀ ସ୍ବାଗତ କରିଥିଲେ। କିନ୍ତୁ ଧୀରେ ଧୀରେ ଅଧିକ ସଂଖ୍ୟକ କୋଇଲା ଟ୍ରକ୍‌ ଚଳାଚଳ କରିବାରୁ ସମସ୍ୟା ଏବେ ଅଣଆୟତ୍ତ ହୋଇପଡ଼ିଛି। ସହରର ବାଙ୍କଧରା ଛକ, କଲେଜ, ବସ୍‌ଷ୍ଟାଣ୍ଡ, ବାଇପାସ୍‌ ଛକ, ପବିତ୍ରମୋହନ ଛକ, ବହ୍ଲର ଛକ ଦେଇ ଦୈନିକ ୫ ହଜାର କୋଇଲା ଟ୍ରକ୍‌ ଯାତାୟାତ କରୁଛି। ଏଥିଯୋଗୁ ପ୍ରବଳ ଧୂଳି ଉଡ଼ିବା ସହ କଳା ଧୂଅଁ।ରେ ସହର ଓ ଆଖପାଖ ଅଞ୍ଚଳରେ ଭୟଙ୍କର ପ୍ରଦୂଷଣ ସୃଷ୍ଟି ହେଉଛି। ଏହି ରାସ୍ତା ଦେଇ ଉପଜିଲାପାଳ ଅଫିସ, ବ୍ଲକ, ସ୍କୁଲ କଲେଜ, ତହସିଲ, ଡାକ୍ତରଖାନା, ବଜାର, କୋର୍ଟକୁ ଅଞ୍ଚଳବାସୀ ଓ ଛାତ୍ରୀଛାତ୍ର ଯାତାୟାତ କରିଥାନ୍ତି। କିନ୍ତୁ ଏତେ ସଂଖ୍ୟକ କୋଇଲା ଟ୍ରକ୍‌ ସହ ଧୂଳି ଓ ଧୂଅଁ। ଯୋଗୁ ରାଜପଥରେ ଯାତାୟାତ ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଛି। ପରିସ୍ଥିତି ଏପରି ହୋଇଛି ଯେ ଦିନରେ ମଧ୍ୟ ଏହି ରାସ୍ତାରେ ଗାଡ଼ି ଚାଳକ ଲାଇଟ୍‌ ଦେଇ ଯିବାଆସିବା କରୁଛନ୍ତି। ସେହିପରି ରାଜପଥ ପାର୍ଶ୍ୱରେ ଗଦା ହେଉଥିବା ଧୂଳି ସାମାନ୍ୟ ବର୍ଷାରେ ମୋଟା କାଦୁଅରେ ପରିଣତ ହେଉଥିବାରୁ ବହୁ ସମୟରେ ଦୁର୍ଘଟଣାରେ ଧନଜୀବନ ହାନି ହେଉଛି। ଗାଡ଼ିଗୁଡ଼ିକ ବେଆଇନ ଭାବେ ପାର୍କିଂ କରାଯାଉଥିବାରୁ ମଧ୍ୟ ଏହା ଦୁର୍ଘଟଣାର କାରଣ ସାଜୁଛି। ଏପରି ବିଭିନ୍ନ କାରଣରୁ ରାଜପଥ ସଙ୍କୁଚିତ ହେଉଥିବାବେଳେ ରାସ୍ତାରୁ କିପରି ଧୂଳି ସଫା କରାଯିବ, ନିୟମିତ ପାଣି ସିଞ୍ଚନ ହେବ, ବେଆଇନ ପାର୍କିଂ କରା ନ ଯିବ ସେ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ କି ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ସବୁ କାର୍ଯ୍ୟକାରୀ କରୁନାହିଁ। ଏହି ରାସ୍ତା ଦେଇ ରାଜନେତା, ପ୍ରଶାସକ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀମାନେ ଯାତାୟାତ କରୁଥିଲେ ବି ସମସ୍ୟାର ନିରାକରଣ ଦିଗ ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ବର୍ଷ ବର୍ଷ ଧରି ଅଞ୍ଚଳବାସୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ୭୦ ପ୍ରତିଶତ ଲୋକ ଶ୍ୱାସ ଜନିତ ରୋଗର ଶିକାର ହେଲେଣି। ଆଗକୁ ଏହି ସମସ୍ୟା ଭୟଙ୍କର ରୂପ ନେବାର ଆଶଙ୍କା ଥିବାରୁ ତୁରନ୍ତ ତାଳଚେର ଉପଖଣ୍ଡ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ପରେଶ ଚନ୍ଦ୍ର ନାୟକଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଏକ ବୈଠକରେ ଥିବାରୁ କୌଣସି ମତାମତ ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri