Posted inଜାତୀୟ

ନାମାଙ୍କନପତ୍ର ଦାଖଲ କଲେ ଜୟଶଙ୍କର

ନୂଆଦିଲ୍ଲୀ,୨୬ା୬(ପି.ଟି.): ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗୁଜରାଟରୁ ଭାଜପାର ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି। ଜୁଲାଇ ୫ରେ ହେବାକୁ ଥିବା ଉପନିର୍ବାଚନ ଲାଗି ସେ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।
ଭାଜପାରେ ବିଧିବଦ୍ଧ ଭାବେ ଯୋଗଦେବା ପରେ ଅହମଦାବାଦରେ ସୋମବାର ସନ୍ଧ୍ୟାରେ ପହଞ୍ଚତ୍ଥିଲେ। ଜୟଶଙ୍କର ମଙ୍ଗଳବାର ପ୍ରଥମ ରାଜ୍ୟ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ଗୁଜରାଟ ଭାଜପା ଓବିସି ସେଲ୍‌ ଅଧ୍ୟକ୍ଷ ଯୁଗଲ୍‌ଜୀ ଠାକୁର ଦ୍ୱିତୀୟ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ରିଟର୍ନିଂ ଅଫିସର ସି.ବି. ପାଣ୍ଡେୟଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ ବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ ଭାଜପା ରାଜ୍ୟ ସଭାପତି ଜୁତୁ ବଘାନୀ ଉପସ୍ଥିତ ଥିଲେ।
ପ୍ରକାଶ ଯେ, ୬୪ ବର୍ଷୀୟ ଜୟଶଙ୍କର ମୋଦି ସରକାରଙ୍କ ପ୍ରଥମ ପାଳିରେ ବହିର୍ବ୍ୟାପାର ସଚିବ ଭାବେ କାର୍ଯ୍ୟକରିଥିଲେ। ଦ୍ୱିତୀୟ ପାଳି ସରକାରରେ ତାଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଛି। ନିୟମାନୁସାରେ ପାର୍ଲାମେଣ୍ଟର ସଦସ୍ୟ ନ ଥିବା ଜଣେ ମନ୍ତ୍ରୀଙ୍କୁ ଶପଥ ନେବାର ୬ ମାସ ମଧ୍ୟରେ ଗୃହକୁ ନିର୍ବାଚିତ ହେବାକୁ ପଡ଼ିଥାଏ। ମଙ୍ଗଳବାର ନାମାଙ୍କନପତ୍ର ଦାଖଲର ଶେଷଦିନ ଥିବାବେଳେ ଜୁନ୍‌ ୨୬ରେ ଯାଞ୍ଚ କରାଯିବ। ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଶେଷଦିନ ହେଉଛି ଜୁନ୍‌ ୨୮। ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଦୁଇ ଆସନରେ ଭିନ୍ନ ଭିନ୍ନ ଭାବେ ନିର୍ବାଚନ ହେବାକୁ ଥିବାରୁ ଆସନସଂଖ୍ୟା ଦୃଷ୍ଟିରୁ ଭାଜପା ଜିତିବା ସମ୍ଭାବନା ରହିଛି। କଂଗ୍ରେସ ଦୁଇଟି ରାଜ୍ୟ ସଭା ଆସନ ପାଇଁ ଗୌରବ ପାଣ୍ଡେୟ ଓ ଚନ୍ଦ୍ରିକା ଚୂଡ଼ାସମାଙ୍କୁ ପ୍ରାର୍ଥୀ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ମୁଣ୍ଡନ ପୂଜା ପାଇଁ ଯାଉଥିଲେ ଘଟିଲା ଭୟଙ୍କର ଦୁର୍ଘଟଣା: ୫ ଜଣଙ୍କ ଅବସ୍ଥା ଗୁରୁତର

ଦିଗପହଣ୍ଡି,୮|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ପିଲିକାଢ଼ିଅ ଗ୍ରାମ ନିକଟ କେରାଣ୍ଡି ମାଳ ପାହାଡ଼ ବାଙ୍କେଶ୍ୱରୀ ଘାଟି ରାସ୍ତାରେ ରବିବାର…

ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବେପରୁଆ ନୀତି : ବିଭାଗକୁ ସିଧା ସଳଖ ଦାୟୀ

ଗଞ୍ଜାମ,୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଐତିହାସିକ ଦୋଳ ପୂର୍ଣ୍ଣମୀ ଯାତ୍ରା ସମାପନ ହେବା ପରେ ଆରମ୍ଭ ହୋଇଛି ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା । ପ୍ରତି ବର୍ଷ ଭଳି…

“ମୁଁ ଚାହୁଁଛି ଫାଇନାଲରେ ଭାରତ ହାରିଯାଉ” ବିସ୍ଫୋରକ ବୟାନ ଦେଲେ…

ନୂଆଦିଲ୍ଲୀ,୮।୩: ଦକ୍ଷିଣ ଆଫ୍ରିକାର କିମ୍ୱଦନ୍ତୀ ଦ୍ରୁତ ବୋଲର ଡେଲ ଷ୍ଟେନ, ଯିଏ ୪୦୦ ରୁ ଅଧିକ ଟେଷ୍ଟ ୱିକେଟ ନେଇଛନ୍ତି, ୨୦୨୬ ଟି-୨୦ ବିଶ୍ୱକପ ଫାଇନାଲ ପୂର୍ୱରୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ଫାଇନାଲ ପୂର୍ୱରୁ ICCର ନିଷ୍ପତ୍ତିକୁ ନେଇ ହଇଚଇ; ଭାରତ ଛାଡିବାକୁ ଜିଦ୍‌ ଧରିଲେଣି ଏହି ଖେଳାଳି

ନୂଆଦିଲ୍ଲୀ,୮।୩: ୨୦୨୬ ଟି୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ, ଭାରତରେ…

ନିଜର ସେବା ଜରିଆରେ ନିଆରା ଉଦାହରଣ ସୃଷ୍ଟି କରିଥିଲେ ଡା. ନାରାୟଣୀ ପଣ୍ଡା: ମହିଳା ଦିବସରେ ବୁଜିଲେ ଆଖି

ସମ୍ବଲପୁର,୮।୩(ପ୍ରମୋଦ ବହିଦାର): ସମ୍ବଲପୁରର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଜଣାଶୁଣା ସମାଜସେବୀ ଡା. ନାରାୟଣୀ ପଣ୍ଡାଙ୍କର ରବିବାର ପୂର୍ବାହ୍ନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…

ଯୁଦ୍ଧ ମଇଦାକୁ ଓହ୍ଲାଇଲା ରୁଷିଆ! ଏବେ ବିଶ୍ୱଯୁଦ୍ଧ ଥୟ

ମସ୍କୋ,୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନକୁ ରୁଷିଆର ସହାୟତା ଆମେରିକାରେ ଉତ୍ତେଜନା ସୃଷ୍ଟି କରିଥିଲା। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଦୂତଙ୍କ ମାଧ୍ୟମରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଏକ ବାର୍ତ୍ତା…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri