ନାବାଳିକା ବଳାତ୍କାର ଘଟଣା: ମାମୁଙ୍କୁ ମାଡ଼,୩ ଗିରଫ

ଅନୁଗୋଳ ଅଫିସ, ୫।୮: ଅନୁଗୋଳ ସହର ବସ୍‌ଷ୍ଟାଣ୍ଡ ନିକଟରେ ଗତ ୨୧ ତାରିଖରେ ବଳାତ୍କାର ଶିକାର ହୋଇଥିବା ୮ ବର୍ଷୀୟା ନାବାଳିକାଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ରବିବାର ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ପୁରୁଣାକୋଟ ଥାନା ବାଲିଜେରାଙ୍ଗ ଗାଁର ଚା ବ୍ୟବସାୟୀ ଗୌତମ ସାହୁ, ହେମସୁରପଡ଼ାର ପାନ ଦୋକାନୀ ବିନୋଦ ସାହୁ ଓ ନିଶା ଥାନା ବଡ଼କେରଜାଙ୍ଗ ଗ୍ରାମର ବିନୋଦ ସାହୁ। ମରଣାନ୍ତକ ଆକ୍ରମଣ ଓ ପ୍ରମାଣ ନଷ୍ଟ ଅଭିଯୋଗରେ ନଂ. ୫୮୭/୧୯ରେ ଏକ ମାମଲା ରୁଜୁ ହୋଇଥିବା ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି।
ମହାରାଷ୍ଟ୍ରରୁ ଅନୁଗୋଳ ଆସି କାମ କରୁଥିବା ସମ୍ପୃକ୍ତା ପୀଡିତାଙ୍କ ମାମୁ ବାଳସ୍ବଧାର ଗୃହ ନିକଟରେ ଥିବା ଦୋକାନକୁ ଚା ପିଇବାକୁ ଆସିଥିଲେ। ସେଠାରେ ଅଭିଯୁକ୍ତମାନେ ତାଙ୍କୁ ଥାନାରୁ ମାମଲା ପ୍ରତ୍ୟାହାର କରିବାକୁ ଧମକ ଦେଇଥିଲେ। ଏଥିସହ ପୀଡିତାଙ୍କ ମାମୁ, ମାଇଁ ଅନ୍ୟ ଦୁଇ ଜଣଙ୍କୁ ସେମାନେ ମାଡ଼ ମାରିଥିଲେ। ଏ ସମ୍ପର୍କରେ ନାବାଳିକାଙ୍କ ମାମୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏପରିକି ଅଭିଯୁକ୍ତମାନେ ପୀଡିତାଙ୍କ ପରିବାର ରହୁଥିବା ବସ୍ତିକୁ ଯାଇ ସେମାନଙ୍କ ଗୋଷ୍ଠୀକୁ ୨ ଭାଗ କରିବାକୁ ମଦ ବାଣ୍ଟୁଥିବା ଅଭିଯୋଗ ହୋଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଅମଲାପଡ଼ା ଅଞ୍ଚଳର ଶିବୁ ପଟ୍ଟନାୟକଙ୍କୁ ପୋଲିସ ଗତ ମାସ ୨୩ ତାରିଖରେ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌…

ବିଚ୍‌ ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ଜନ୍ମ ପରେ…

ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍‌…

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଛତ୍ରପୁର,୨୦ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ଛତ୍ରପୁର ଥାନା ଅଧୀନ ରିକାପଲ୍ଲୀ ଗେଟ୍‌ ପାଖରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି।…

୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯିବା ଘଟଣା: ତଦନ୍ତ ଆରମ୍ଭ କଲା ଯୋଗାଣ ବିଭାଗ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନକିଣାରେ ଫଲ୍ସ ଏଣ୍ଟ୍ରି ଜଣାପଡ଼ିଛି। ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯାଇଥିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା…

ବ୍ୟାନର, ପୋଷ୍ଟର ପାଇଁ ଗଛରେ କଣ୍ଟାପିଟା, ସବୁ ଦେଖି ବନ ବିଭାଗ ଚୁପ

ଦାରିଙ୍ଗବାଡ଼ି,୨୦ା୨(ଅରୁଣ ସାହୁ): ଦାରିଙ୍ଗବାଡ଼ି ବନାଞ୍ଚଳର ଜାତୀୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛରେ ବ୍ୟାନର, ପୋଷ୍ଟର ପାଇଁ ଗଛରେ କଣ୍ଟାପିଟା କରାଯାଉଛି। ବିଭିନ୍ନ ସରକାରୀ ବେସରକାରୀ…

ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ

ଭବାନୀପାଟଣା,୨୦।୨(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଶୁକ୍ରବାର…

ଅଫୁଟା ବାଣରେ ନିଆଁ ଲଗାଉଥିଲେ ୩ ପିଲା, ହଠାତ୍‌ ହେଲା ବିସ୍ଫୋରଣ, ଆଉ ତା’ ପରେ…

ଦେବଗଡ଼,୨୦ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡାସିଂହା ଗ୍ରାମରେ ବାଣ ବିସ୍ଫୋରଣରେ ୩ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri