ନାବାଳିକା ଛାତ୍ରୀ ବଳାତ୍କାର ଘଟଣା: ଛାତ୍ରୀନିବାସରେ ନୁହେଁ ପଡ଼ୋଶୀଙ୍କ ଦ୍ୱାରା ଛାତ୍ରୀ ଗର୍ଭବତୀ ହୋଇଥିବା କହିଲେ ମନ୍ତ୍ରୀ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟରେ ଅନୁସୂଚିତ ଜାତି ଏବଂ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ସରକାରୀ ଛାତ୍ରୀନିବାସରେ ରହୁଥିବା ଆଦିବାସୀ ଛାତ୍ରୀମାନେ ସୁରକ୍ଷିତ ନାହାନ୍ତି। ବିଭିନ୍ନ ସମୟରେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରାଯାଉଛି। ଖୋଦ ଭୁବନେଶ୍ୱରର ଏକ ଛାତ୍ରୀନିବାସରେ ନାବାଳିକାଙ୍କୁ ବଳାତ୍କାର କରିବା ନେଇ ଚଳିତ ବିଧାନସଭାର ପ୍ରଥମ ଅଧିବେଶନରେ ବିରୋଧୀ ଦଳ ସଦସ୍ୟମାନେ ସରକାରଙ୍କୁ ଘେରିଥିଲେ। ଏହି ଘଟଣାର ତଦନ୍ତ କରିବା ସହ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ବିବୃତି ଦେବା ଲାଗି ସେମାନେ ଦାବି କରିଥିଲେ। ଏହାକୁ ନେଇ କଂଗ୍ରେସ ଦଳ ସଦସ୍ୟମାନେ ବିଧାନସଭାକୁ ଅଚଳ କରିଥିଲେ। ବାଧ୍ୟ ହୋଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏସ୍‌ସିଏସ୍‌ଟି ଉନ୍ନୟନ ବିଭାଗ ମନ୍ତ୍ରୀଙ୍କୁ ଗୃହରେ ବିବୃତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବାଚସ୍ପତିଙ୍କ ନିର୍ଦ୍ଦେଶାନୁଯାୟୀ ଏସ୍‌ସିଏସ୍‌ଟି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଶୁକ୍ରବାର ବିଧାନସଭାରେ ଆଦିବାସୀ ନାବାଳିକା ବଳାତ୍କାର ଘଟଣା ସମ୍ପର୍କରେ ବିବୃତି ଦେଇଛନ୍ତି।

ସେ କହିଛନ୍ତି ଯେ, ଏସ୍‌ସିଏସ୍‌ଟି ବର୍ଗର ପିଲାଙ୍କର ଶିକ୍ଷା ଓ ସୁରକ୍ଷା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି। ଖୋର୍ଦ୍ଧା ଜିଲା ମଙ୍ଗଳ ଅଧିକାରୀଙ୍କ ସୂଚନାନୁଯାୟୀ ଗ୍ରୀଷ୍ମଛୁଟିରେ ସମସ୍ତ ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷାରୁ ୪ଜଣ ଛାତ୍ରୀ ଗର୍ଭବତୀ ଥିବା ସନ୍ଦେହ କରାଯାଇଥିଲା। ଏହାପରେ ସମ୍ପୃକ୍ତ ଛାତ୍ରୀମାନଙ୍କର ପୁନର୍ବାର ସ୍ବାସ୍ଥ୍ୟ ପରୀକ୍ଷା କ୍ୟାପିଟାଲ ହସ୍ପିଟାଲରେ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କ ବ୍ୟତୀତ ୩ଜଣଙ୍କ ନେଗେଟିଭ ବାହାରିଥିଲା। ଏହାପରେ ସମ୍ପୃକ୍ତ ଛାତ୍ରୀଙ୍କୁ ଆବଶ୍ୟକ କାଉନସିଲିଂ କରାଯାଇ ଦରକାର ମୁତାବକ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଇଥିଲା। ଏହାଛଡ଼ା ଛାତ୍ରୀଙ୍କ ଅଭିଭାବକଙ୍କୁ ଡକାଯାଇ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା। ଉକ୍ତ ଘଟଣା ସମ୍ପର୍କରେ ମଧ୍ୟ ପୋଲିସକୁ ସୂଚନା ଦିଆଯାଇଥିଲା।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ୨୦୧୯ ଗ୍ରୀଷ୍ମଛୁଟିରେ ସମ୍ପୃକ୍ତ ଛାତ୍ରୀ ତାଙ୍କ ନିଜ ଘରକୁ ଯାଇଥିଲେ। ସେହି ସମୟରେ ଛାତ୍ରୀଙ୍କ ପଡ଼ୋଶୀ ଭାବେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ଘରକୁ ବାରମ୍ବାର ଯିବା ଆସିବା କରିଥିଲେ। ଏହି ସମୟରେ ଉକ୍ତ ବ୍ୟକ୍ତି ତାଙ୍କ ନିଜ ଘରେ ଛାତ୍ରୀଙ୍କ ସହ ସମ୍ପର୍କ ରଖିଥିଲେ। ୨୦୧୯ ଜୁଲାଇ ୨ତାରିଖରେ ପୋଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାଛଡ଼ା ୨୦୧୯ ଜାନୁୟାରୀ ଏବଂ ଫେବୃୟାରୀରେ ଢେଙ୍କାନାଳ ଏବଂ ମୟୂରଭଞ୍ଜ ଜିଲାର ୨ଜଣ ଛାତ୍ରୀ ଅସଦାଚରଣର ଶିକାର ହୋଇଥିଲେ। ଏହାକୁ ପୋଲିସ ତଦନ୍ତ କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଛାତ୍ରୀମାନେ ଛୁଟିରେ ନିଜ ଘରକୁ ଯାଇଥିବା ସମୟରେ ଏଭଳି ଅଶୋଭନୀୟ ପରିସ୍ଥିତିର ଶିକାର ହୋଇଥିଲେ। ଏସବୁ ଘଟଣା ଛାତ୍ରୀମାନେ ଛୁଟିରେ ନିଜ ଗ୍ରାମରେ ଥିବା ବେଳେ ଘଟିଛି ବୋଲି ମନ୍ତ୍ରୀ ସଫେଇ ଦେଇଛନ୍ତି। ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କ ସୁରକ୍ଷା, ନିରାପତ୍ତା ଏବଂ ସ୍ବାସ୍ଥ୍ୟ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri