ନାବାଳିକାଙ୍କୁ ବଳାତ୍କାର ଓ ବ୍ଲାକମେଲିଂ ଘଟଣା:ଜେଲ୍‌ ଗଲେ ୩ ଭାଇ

ଧାମନଗର, ୫।୧୨ (ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଖପରପଦା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଓ ବ୍ଲାକମେଲିଂ ଘଟଣାରେ ଧୂଷୁରୀ ଥାନା ପୋଲିସ ଅଟକ ୩ ଭାଇଙ୍କୁ ଗିରଫ କରିଛି। ନାବାଳିକାଙ୍କ ମା’ଙ୍କୁ ଆକ୍ରମଣ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କ ଦୁଇ ବଡ଼ଭାଇଙ୍କୁ ପୋଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତଙ୍କୁ ଡାକ୍ତରୀମାଇନା କରାଯାଇ ୩ ଭାଇଙ୍କୁ ଗୁରୁବାର କୋର୍ଟ ଚାଲାଣ ପରେ ଭଦ୍ରକ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସେମାନେ ହେଲେ ବିଚିତ୍ର ମାଝୀ, ପବିତ୍ର ମାଝୀ ଓ ମଧୁସୂଦନ ମାଝୀ। ନାବାଳିକାଙ୍କୁ ଡାକ୍ତରୀମାଇନା କରାଯିବା ସହିତ କୋର୍ଟରେ ତାଙ୍କ ବୟାନ ରେକର୍ଡ କରାଇ ତଦନ୍ତରେ ସାମିଲ କରାଯିବ ବୋଲି ଆଇଆଇସି ପ୍ରଫୁଲ୍ଲ କୁମାର ସିଂ ସୂଚନା ଦେଇଛନ୍ତି।