ନାବାଳିକାଙ୍କୁ ପ୍ରେମ ମହଙ୍ଗା ପଡ଼ିଲା:ଜେଲ ଗଲେ ୩ ଯୁବକ

ବିଞ୍ଝାରପୁର,୧୫।୩(ଡିଏନଏ): ବିଞ୍ଝାରପୁର ବ୍ଲକ ବାଙ୍ଗରା ପଞ୍ଚାୟତର ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିବା ଅଭିଯୋଗରେ ୩ଜଣ ଯୁବକଙ୍କୁ ଜେଲ ଯିବାକୁ ପଡ଼ିଛି। ଗିରଫ ଯୁବକମାନେ ହେଲେ ବାଙ୍ଗରା ପଞ୍ଚାୟତର ରବୀଦ୍ର ବିଶ୍ୱାଳ(୨୫), ମଳୟ ଜେନା(୨୫) ଓ ଭୁବନେଶ୍ୱର ଅଞ୍ଚଳର ତାପସ ରାଉତରାୟ (୨୬)।

ନାବାଳିକାଙ୍କର ସେହି ଗ୍ରାମର ରବୀନ୍ଦ୍ରଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏହାପରେ ୨୦୧୯ ଜୁଲାଇ ୧୫ରେ ଉଭୟ ଘରୁ ପଳାଇ ଯାଇଥିଲେ। ନାବାଳିକାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଓ ନାବାଳିକା ନିଜ ଜାତିର ପୁଅ ସହିତ ଚାଲିଯାଇଥିବାରୁ ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇ ନ ଥିଲା। ହେଲେ ୬ମାସ ପରେ ଉକ୍ତ ନାବାଳିକା ଅନ୍ୟଜଣେ ଦଳିତ ଯୁବକଙ୍କ ସହିତ ଫେରାର ହୋଇଯିବାରୁ ନାବାଳିକାଙ୍କ ପରିବାର ଲୋକେ ରବୀନ୍ଦ୍ର ତାଙ୍କୁ ପ୍ରେମ ଜାଲରେ ଫସାଇ ଫେରାର କରି ନେଇଯାଇଥିବା ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ଏକ ମାମଲା (ନଂ.୫୭/୨୦) ରୁଜୁ କରି ରବୀନ୍ଦ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ନାବାଳିକାଙ୍କୁ ସେହି ପଞ୍ଚାୟତର ମଳୟ ଯେନା ନେଇ ଯାଇଥିବା ବିଞ୍ଝାରପୁର ପୋଲିସ ସୁରାକ ପାଇଥିଲା। ହେଲେ ମଳୟଙ୍କୁ ବିଞ୍ଝାରପୁର ପୋଲିସ ହାଇଦ୍ରାବାଦରୁ ଗିରଫ କରିଥିଲେ ମଧ୍ୟ ନାବାଳିକାଙ୍କ ପତ୍ତା ପାଇ ନ ଥିଲା। ପଚରାଉଚରା ପରେ ନାବାଳିକା ଜଣକ ଭୁବନେଶ୍ୱରରେ ତାପସ ନାମକ ଯୁବକଙ୍କୁ କୋର୍ଟରେ ବିବାହ କରିବାକୁ ସଜବାଜ ହେଉଥିଲାବେଳେ ଶୁକ୍ରବାର ଅପରାହ୍ନରେ ବିଞ୍ଝାରପୁର ପୋଲିସ ତାଙ୍କୁ ଗିରଫ କରିବା ସହିତ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଶନିବାର ପୂର୍ବାହ୍ନରେ ପୋଲିସ ମଳୟ ଓ ତାପସଙ୍କୁ କୋର୍ଟଚାଲାଣ କରିଥିବା ଜଣାପଡିଛି। ଜଣେ ନାବାଳିକାଙ୍କ ପ୍ରେମରେ ୩ଜଣ ଜଣ ଯୁବକ ଉବୁଟୁବୁ ହୋଇ ଶେଷରେ ଜେଲଯିବା ଘଟଣା ସମଗ୍ର ବିଞ୍ଝାରପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ନାବାଳିକା ଗତ ୧୦ରେ ସାବାଳିକା ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ଅଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri