ଫୁଲବାଣୀ ଅଫିସ/ଜି.ଉଦୟଗିରି,୧୨ା୬(ଡି.ଏନ.ଏ.)- ଦାରିଙ୍ଗବାଡି ଅଞ୍ଚଳର ଜଣେ ଅନାଥ ନାବାଳିକାଙ୍କୁ ପୋଷ୍ୟ ସନ୍ତାନ ପାଇଁ ପଠାଯିବା ଘଟଣାକୁ ନେଇ ଜିଲାବ୍ୟାପି ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାରେ ଗୋଟିଏ ପଟେ ଜିଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ସରିଥିବା ବେଳେ ଜି.ଉଦୟଗିରି ଥାନାରେ ହୋଇଥିବା ମାମଲାର ତଦନ୍ତ ଆଗକୁ ବଢ଼ିଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏସ୍ପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜଣେ ଡିଏସ୍ପି ତଦନ୍ତ କରି ଯେଉଁ ରିପୋର୍ଟ ଦେଇଛନ୍ତି ତାହାର ସୁପରଭିଜନ ଚାଲିଛି। ଅନ୍ୟପଟେ ଜି.ଉଦୟଗିରି ଥାନାର ଏକ ଟିମ୍ ପଶ୍ଚିମବଙ୍ଗ ଯାଇ ନାବଳିକାଙ୍କୁ ଆଣି ତାଙ୍କ ବୟାନ ରେକର୍ଡ କରିବ। ଦୁଇଟି ଘଟଣାରେ ଏ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରେ ମାନବ ଚାଲାଣର ସୁରାକ ମିଳିଛି। ଏହି ଘଟଣାକୁ ନେଇ ଏବେ ଜିଲା ଶିଶୁ ସୁରକ୍ଷା ଅଧିକାରୀ(ଡିସିପିଓ)ଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତାଙ୍କ କାର୍ଯ୍ୟାଳୟରୁ ଏ ସଂକ୍ରାନ୍ତ କାଗଜପତ୍ର ଜି.ଉଦୟଗିରି ପୋଲିସ ଜବତ କରିଛି। ସମ୍ପୃକ୍ତ ନାବାଳିକାଙ୍କୁ ପୋଷ୍ୟ ଦେବା କ୍ଷେତ୍ରରେ ବହୁ ତ୍ରୁଟି ବିଚ୍ୟୁତି ହୋଇଥିବା ତଦନ୍ତରେ ଧରାପଡିଛି। ଅନାଥ ପିଲାଙ୍କୁ ପୋଷ୍ୟ ଦେବା କ୍ଷେତ୍ରରେ ଆଇନ ଅନୁସାରେ ଯାହା କରାଯିବା କଥା ତାହା ହୋଇନି। ପୂର୍ବରୁ ନାବାଳିକା ରହିଥିବା ଜି.ଉଦୟଗିରିସ୍ଥିତ ସୁଭଦ୍ରା ମହତାବ ଶିଶୁ ଯତ୍ନ ଅନୁଷ୍ଠାନର ରେଜିଷ୍ଟ୍ରରରୁ କିଛି ଫର୍ଦ୍ଦକୁ ଚିରି ଦିଆଯାଇଛି। ଯାହାକୁ ପୋଲିସ ଜବତ କରିଛି। ଏହା ମାନବ ଚାଲାଣକୁ ନେଇ ଅଧିକ ସନ୍ଦେହ ସୃଷ୍ଟି କରିଛି। ସେହିପରି ପୋଷ୍ୟ ସନ୍ତାନ ଦେବା ପୂର୍ବରୁ ବିଭିନ୍ନ ଖବରକାଗଜରେ ବାହାରି ଥିବା ବିଜ୍ଞାପନରେ ମଧ୍ୟ ତ୍ରୁଟି କରାଯାଇଛି। ଯେଉଁଥିରେ ନାବାଳିକାଙ୍କ ଠିକଣା ତଥା ତାଙ୍କ ଅଭିଭାବକଙ୍କ ନାମକୁ ଗୋପନ ରଖାଯାଇଛି। ଜି.ଉଦୟଗିରି ଥାନାଧିକାରୀ ଜଗଦାନନ୍ଦ ଜେନା କହିଛନ୍ତି, ନାବାଳିକାଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ପ୍ରକାରେ ନଂ.୩୧/୧୯ରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଖୁବଶୀଘ୍ର ସରିବ। ପୋଲିସର ଏକ ଟିମ୍ ପଶ୍ଚିମବଙ୍ଗ ଯାଇ ସମ୍ପୃକ୍ତ ନାବାଳିକାଙ୍କୁ ଆଣିବ। ତାଙ୍କ ବୟାନ ରେକର୍ଡ କରାଯିବ। ପୋଷ୍ୟ ଗ୍ରହଣରେ ତ୍ରୁଟି ବାହାରିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମୀତା କରଣ ପୋଷ୍ୟ ଗ୍ରହଣରେ ସମସ୍ତ ନୀତି ନିୟମ ପାଳନ କରାଯାଇଥିବା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଦାରିଙ୍ଗିବାଡ଼ିର ନାବାଳିକାଙ୍କୁ ସରକାରୀ ନିୟମ ଉଲଂଘନ କରାଯାଇ ପୋଷ୍ୟ ସନ୍ତାନ ଭାବେ ବିକ୍ରି ବା ଚାଲାଣ କରାଯାଇଛି ବୋଲି ତାଙ୍କ ପିଉସା ମାର୍ଚ୍ଚ ୭ରେ ଜି.ଉଦୟଗିରି ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିଲା। ପିଉସା ଜିଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ଜିଲାପାଳ ଏହାର ତଦନ୍ତ କରିବା ପାଇଁ ଏସ୍ପିଙ୍କୁ କହିଥିଲେ। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଜଣେ ଡ଼ିଏସପି ତଦନ୍ତ କରିଥିଲେ।
‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ
ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…
ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…
ଝଡତୋଫାନ, ବଜ୍ରପାତରେ ନେଲା ଜୀବନ
ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…
‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’
ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…
ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ
ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…
ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ
ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…
ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…
ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…
Archives

