ନାବାଳକଙ୍କୁ ସାବାଳକ ଦର୍ଶାଇ କୋର୍ଟଚାଲାଣ ଘଟଣା : ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ମାଗିଲେ ସିପି

ଭୁବନେଶ୍ୱର,୧୨ା୮(ବ୍ୟୁରୋ) : କ୍ୟାପିଟାଲ ଥାନା ପୋଲିସର ଖାମଖିତ୍ଆଲ ତଦନ୍ତ ପାଇଁ ଜଣେ ନାବାଳକ ଛାତ୍ରଙ୍କୁ ଜେଲ୍‌ ଯିବାକୁ ପଡିଛି। ସମ୍ପୃକ୍ତ ଛାତ୍ରଙ୍କ ବୟସ ୧୭ବର୍ଷ ୪ମାସ ୧୭ ଦିନ ହୋଇଥିବାବେଳେ ପୋଲିସ ଏକ ମାମଲାରେ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ସହ ୧୯ବର୍ଷ ବୋଲି ଦର୍ଶାଇ ଭୁଲ୍‌ ରିପୋର୍ଟ ଦାଖଲ କରିଥିଲା। ଫଳରେ କୋର୍ଟ ତାଙ୍କୁ ବିଚାରବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦେଇଥିଲେ। ଏନେଇ ରବିବାର ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି। ଏଥିସହ ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି। କେଉଁ ପରିସ୍ଥିତିରେ ସେ ନାବାଳକଙ୍କୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କଲେ ସେସଂକ୍ରାନ୍ତ କାଗଜପତ୍ର ପ୍ରଦାନ କରିବାକୁ କୁହାଯାଇଛି। ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, କୌଣସି ଏକ ମାମଲାରେ ତଦନ୍ତବେଳେ ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କ ବୟସ, ପରିଚୟ ଆଦି ସଂକ୍ରାନ୍ତରେ ଟିକିନିଖି ଯାଞ୍ଚ କରିଥାନ୍ତି। ଏମିତି ଭୁଲ୍‌ ହେବା କଥା ନୁହେଁ। ଯଦି ଜେଲ ଯାଇଥିବା ନାବାଳକଙ୍କ ପରିବାର ଲୋକେ ମୋ ନିକଟରେ ଅଭିଯୋଗ କରନ୍ତି, ଅଭିଯୋଗ ସତ୍ୟ ବୋଲି ଜଣାପଡ଼ିବ, ତେବେ ତଦନ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଭୁଲ୍‌ କରି ଦୋଷକୁ ସ୍ବୀକାର ନ କରି ସିଆଣିଆ ହେଉଛି କ୍ୟାପିଟାଲ ଥାନା ପୋଲିସ। ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଏସଂକ୍ରାନ୍ତରେ କହିଛନ୍ତି, ସେହି ପିଲା ତା’ର ବୟସ ଯାହା କହିଲା, ଆମେ ସେହି ଅନୁଯାୟୀ କେସ୍‌ କରି ଗିରଫ କଲୁ। ଆମର କ’ଣ ଭୁଲ ରହିଲା ବୋଲି ସେ ସଫେଇ ଦେଇଛନ୍ତି। ଅନ୍ୟପକ୍ଷରେ ପୋଲିସର ଏଭଳି ଭୁଲ୍‌ ପାଇଁ ପରିବାର ଲୋକେ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି। ନାବାଳକଙ୍କ ମା’ ମଧ୍ୟ ସମାନ ଅଭିଯୋଗକୁ ଦୋହରାଇଛନ୍ତି, ଗତ ୩ ତାରିଖରେ ୩୦ରୁ ଊର୍ଦ୍ଧ୍ୱ ଯୁବକ ଓ ମହିଳା ତାଙ୍କ ସହ ନାବାଳକ ପୁଅକୁ ଆକ୍ରମଣ କଲେ। ପୁଅକୁ ଚିକିତ୍ସା କରାଇ ପରଦିନ କ୍ୟାପିଟାଲ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲି। ପୋଲିସ ଅଭିଯୋଗପତ୍ରକୁ ଛଡ଼ାଇ ନେଇ ଥାନାରେ ବସାଇଥିଲା। ତାଙ୍କ ଅଭିଯୋଗକୁ ଗୁରୁତ୍ୱ ନ ଦେଇ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମିଥ୍ୟା ଅଭିଯୋଗ ଆଧାରରେ ତାଙ୍କ ପୁଅକୁ ଗିରଫ କଲା। ପୁଣି ବାଳସୁଧାର ଗୃହକୁ ପଠାଇବା ବଦଳରେ କୋର୍ଟ ଚାଲାଣ କରିଥିଲା। ଏପରିକି ଏ ସଂକ୍ରାନ୍ତରେ ତାଙ୍କୁ ଜଣାଇ ନ ଥିଲା ବୋଲି ନାବାଳକଙ୍କ ମା’ କହିବା ସହ ଏ କି ଆଇନ ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି।
କେବଳ ଏହି ଗୋଟିଏ ଘଟଣା ନୁହେଁ, କ୍ୟାପିଟାଲ ଥାନା ପୋଲିସ ପୂର୍ବରୁ ମଧ୍ୟ ତଦନ୍ତରେ ଅନେକ ଭୁଲ୍‌ କରିଥିବା ନଜିର ରହିଛି। ଗତବର୍ଷ କ୍ୟାପିଟାଲ ଥାନା ପୋଲିସ ଏକ ଚେନ୍‌ ଲୁଟ ମାମଲାରେ ଜଣେ ଜେଲ୍‌ ଫେରନ୍ତା ଯୁବକଙ୍କୁ ଗିରଫ କରିଥିଲା। ହେଲେ ଯେଉଁ ସମୟରେ ଲୁଟ୍‌ ହୋଇଥିଲା ସେହି ସମୟରେ ଉକ୍ତ ଯୁବକ ଜଣକ ଜେଲ୍‌ରେ ଥିଲେ। ଏନେଇ ଅଭିଯୋଗ ଉଠିବା ପରେ କ୍ୟାପିଟାଲ ଥାନା ପୋଲିସର ଅସଲ ଚେହେରା ପଦାରେ ପଡିଥିଲା। କେତେଜଣ ପୋଲିସ ଅଧିକାରୀଙ୍କ ଏଭଳି କାର୍ଯ୍ୟଧାରା ପାଇଁ କେବଳ କମିଶନରେଟ ପୋଲିସ ନୁହେଁ, ପୂରା ରାଜ୍ୟ ପୋଲିସ ବଦନାମ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଷ୍ଟାଲିନ ସରକାରଙ୍କୁ ଭାଜପାର କଡ଼ା ନିନ୍ଦା

ଭୁବନେଶ୍ୱର,୩୦ ।୧୨: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri