ନାଥୁରାମଙ୍କୁ ନେଇ ପୁଣି କଂଗ୍ରେସ-ଭାଜପା ମୁହାଁମୁହିଁ

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ସୋମବାର ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ନେଇ ଉଭୟ କଂଗ୍ରେସ ଏବଂ ଭାଜପା ମୁହାଁମୁହିଁ ହୋଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କ ପ୍ରସଙ୍ଗ ଉଠାଇ ପରୋକ୍ଷରେ ଭାଜପା ଓ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଥିଲେ। ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ମଧ୍ୟ ନରସିଂହଙ୍କୁ କଡା ଜବାବ ଦେଇଥିଲେ। ଏହାକୁ ନେଇ ବିଧାନସଭା ଶୂନ୍ୟକାଳରେ ଉଭୟ ଦଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ମଙ୍ଗଳବାର ମଧ୍ୟ ଏ ପ୍ରସଙ୍ଗକୁ ନେଇ ଭାଜପା ଏବଂ କଂଗ୍ରେସ ପରସ୍ପରକୁ ଆକ୍ଷେପ ଏବଂ ପ୍ରତିଆକ୍ଷେପ କରିଥିଲେ। କିଛିସମୟ ପାଇଁ ଗୃହରେ ଉତ୍ତେଜନା ଦେଖାଯାଇଥିଲା। ଶୂନ୍ୟକାଳରେ ନରସିଂହ କହିଥିଲେ ଯେ, ବିରୋଧୀଦଳର ଉପନେତା ଗତକାଲି ମୋତେ ଆକ୍ଷେପ କରିଥିଲେ। ଜାନୁୟାରୀ ୩୦ରେ, ଯେଉଁଦିନ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା, ସେହିଦିନ ତାଙ୍କ ଫଟୋକୁ ଗୁଳି ମରାଯାଇଥିଲା। କେତେକ ଗୋଷ୍ଠୀ ନାଥୁରାମଙ୍କୁ ଦେଶଭକ୍ତ ଆଖ୍ୟା ଦେଲେଣି, ତାଙ୍କ ମନ୍ଦିର ନିର୍ମାଣ କଲେଣି। ଏହି ପ୍ରସଙ୍ଗରେ ମୁଁ କୌଣସି ଦଳକୁ ଆକ୍ଷେପ କରି ନ ଥିଲି, ମାତ୍ର ବିରୋଧୀ ଦଳ ଉପନେତା ମଣିଶଙ୍କର ଆୟାର ଏବଂ ସିଦ୍ଧୁଙ୍କ ନାମ ନେଇ ସମାଲୋଚନା କରିଥିଲେ। ଯେଉଁମାନେ କି ଏହି ଗୃହର ସଦସ୍ୟ ନୁହନ୍ତି। ମୋ ବିରୋଧରେ ଯେଉଁ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରାଯାଇଛି ତାହାକୁ ଗୃହର ବିବରଣୀରୁ ବାଦ୍‌ ଦିଆଯାଉ ବୋଲି ନରସିଂହ କହିଥିଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀଙ୍କୁ କହିବାକୁ ଅନୁମତି ଦେଇଥିଲେ। ସେ କହିଥିଲେ ଯେ, ନରସିଂହ ମିଶ୍ର କାଲି ନୁହେଁ, ପୂର୍ବରୁ ଦୁଇଥର ମଧ୍ୟ ଏହିଭଳି ଟିପ୍ପଣୀ କରିଥିଲେ। ନାଥୁରାମ ଗଡ୍‌ସେ ଆର୍‌ଏସ୍‌ଏସ୍‌ର ସଦସ୍ୟ ନ ଥିଲେ। ସେ ବିଶ୍ୱ ହିନ୍ଦୁ ମହାସଭାର ସଦସ୍ୟ ଥିଲେ । କଂଗ୍ରେସ ଦଳର ସଭାପତି ମଧ୍ୟ ଅନେକ ସମୟରେ ଗଣମାଧ୍ୟମରେ ବହୁ ଅବାନ୍ତର କଥା କହିଛନ୍ତି। ତିରୁପତି ପାଣିଗ୍ରାହୀ ଗୃହର ସଦସ୍ୟ ନ ଥିଲେ ମଧ୍ୟ ତାଙ୍କ କଥା ବି ଏଠି ଆଲୋଚନା ହୋଇଛି। ନରସିଂହଙ୍କ ବିରୋଧରେ ହୋଇଥିବା ଆପତ୍ତିଜନକ ଶବ୍ଦକୁ ବିବରଣୀରୁ ବାଦଦେବା ନେଇ କଂଗ୍ରେସର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ମାଡି ଆସି ପ୍ରବଳ ପାଟିତୁଣ୍ଡ କରିଥିଲେ। ଏହି ସମୟରେ ଭାଜପା ସଭ୍ୟ ସନାତନ ବିଜୁଳି ଛିଡା ହୋଇ ପ୍ରତିବାଦ କଲେ। ବାଚସ୍ପତି ତାଙ୍କୁ ହାତ ହଲାଇ ବସ ବସ ବୋଲି ପାଟି କଲେ। ଏହାଦେଖି ବିଷ୍ଣୁ ଉତ୍ତେଜିତ ହୋଇପଡିଥିଲେ। ସେ ପ୍ରତିବାଦ କରି କହିଲେ ଯେ, ଆମେ କ’ଣ ମୂଲିଆ ଆମକୁ ଏମିତି ହାତ ହଲେଇ ବସ ବସ ବୋଲି କହିବେ। ଏହି ସମୟରେ ଭାଜପାର ଅନ୍ୟ ସଦସ୍ୟମାନେ ନିଜ ସିଟ ନିକଟରେ ଛିଡା ହୋଇ ହୋ ହଲ୍ଲା କରିଥିଲେ। ଆଗାମୀ ଦିନରେ ଗୃହର ସଦସ୍ୟ ନ ଥିବା ଲୋକଙ୍କ ବିଷୟରେ ଯେପରି ଆଲୋଚନା ନ କରନ୍ତି ସେନେଇ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବାଚସ୍ପତିଙ୍କୁ ବିଷ୍ଣୁ କହିଥିଲେ। କଂଗ୍ରେସ ସଦସ୍ୟ ହଟ୍ଟଗୋଳ ଦେଖି ବାଚସ୍ପତିି ବିରୋଧୀଦଳ ଉପନେତା ନରସିଂହଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ସନ୍ଧ୍ୟା ସୁଦ୍ଧା ଅନୁଧ୍ୟାନ କରି ରୁଲିଂ ଦେବେ ବୋଲି କହିଥିଲେ। ଶେଷରେ ବାଚସ୍ପତି ନରସିଂହଙ୍କ ପ୍ରତି ହୋଇଥିବା ଆକ୍ଷେପମୂଳକ ଶବ୍ଦକୁ ଗୃହର ବିବରଣୀରୁ ବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri