Categories: ଖେଳ

ନାଡାଲଙ୍କୁ ମେକ୍ସିକୋ ଓପନ ଟାଇଟଲ

ଲସ ଏଞ୍ଜେଲ୍ସ,୧ା୩- ବିଶ୍ୱର ଦ୍ୱିତୀୟ ର଼୍ୟାଙ୍କଧାରୀ ରାଫାଲ ନାଡାଲ ଚଳିତ ଏଟିପି ମେକ୍ସିକୋ ଓପନ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ଅଣ ସିଡ୍‌ ଟେଲର ଫ୍ରିଜଙ୍କୁ ସିଧାସଳଖ ୬-୩, ୬-୨ ସେଟ୍‌ରେ ହରାଇ ଦେଇଛନ୍ତି ନାଡାଲ। ଏହା ସ୍ପାନିଶ ଖେଳାଳିଙ୍କ ଚଳିତବର୍ଷର ପ୍ରଥମ ଓ କ୍ୟାରିୟର ୮୫ତମ ଟାଇଟଲ। ୩୩ ବର୍ଷୀୟ ନାଡାଲ ଗତମାସରେ ଅଷ୍ଟ୍ରେଲିଆନ ଓପନ କ୍ୱାର୍ଟର ଫାଇନାଲରେ ପରାସ୍ତ ହେବା ପରେ ସିଧା ଏହି ଟୁର୍ନାମେଣ୍ଟରେ ଭାଗ ନେଇଥିଲେ। ପୂରା ସପ୍ତାହରେ ସେ ଗୋଟିଏ ହେଲେ ସେଟ୍‌ ହରାଇ ନ ଥିଲେ। ୧୯ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନାଡାଲ ଅଷ୍ଟ୍ରେଲିଆନ ଓପନ ବେଳେ ବିଶ୍ୱର ଶୀର୍ଷ ର଼୍ୟାଙ୍କ ମାନ୍ୟତା ହରାଇଥିଲେ।

Share