ନାଚ ଗୀତ ମାଧ୍ୟମରେ ମନ ଭୁଲାଇବାକୁ ଚାହୁଁଛନ୍ତି କରୋନାଭାଇରସ ସଂକ୍ରମିତ !

ବେଜିଂ,୧୩।୨: କରୋନାଭାଇରସରେ ଏବେ ଚାଇନାରେ ମୃତ୍ୟୁସଂଖ୍ୟା ୧୩ଶହ ଛୁଇଁଲାଣି। ବେଳକୁ ବେଳ କରୋନାଭାଇରସରେ ମୃତ ଓ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଚାଇନାର ଉହାନ ସହରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ସହର ଏକ ପ୍ରକାର ଜନଶୂନ୍ୟ ହୋଇ ଯାଇଛି କହିଲେ ଚଳେ। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା ଚାଇନାର ଉହାନ ସହରର ବୋଲି କୁହାଯାଉଛି। ଭିଡିଓରେ ଦେଖିବାକୁ ମିଳିଛି ହସ୍ପିଟାଲରେ ଥିବା କେତେଜଣ କରୋନାଭାଇରସ ସଂକ୍ରମିତ ନିଜ ମନକୁ ହାଲ୍‌କା କରିବାକୁ ଗୀତ ଗାଉଛନ୍ତି ଓ ନାଚୁଛନ୍ତି। କୁହାଯାଉଛି ଏମାନେ କରୋନାଭାଇରସ ସଂକ୍ରମଣ ଚିନ୍ତାରୁ ଦୂରେଇ ରହିବା ପାଇଁ ଏଭଳି କରୁଛନ୍ତି।

Share