‘ନାଗିନ୍‌-୪’ ଛାଡ଼ିଲେ ଜାସ୍ମିନ

ବମ୍ବେ: ଟେଲି ଜଗତର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ନାଗିନ୍‌-୪’ ଅନ୍ୟତମ। ଏବେ ପ୍ରସାରିତ ହେଉଛି ଏହାର ଚତୁର୍ଥ ସିଜନ୍‌। ଶୋ’ରେ ବିଭିନ୍ନ ଭୂମିକାରେ ନିୟା ଶର୍ମା, ବିଜୟେନ୍ଦ୍ର କୁମାରିଆ ଏବଂ ଜାସ୍ମିନ ଭାସିନ ନଜରକୁ ଆସୁଛନ୍ତି। ହେଲେ ଆଗାମୀ ଦିନରେ ଜାସ୍ମିନ ଶୋ’ ଛାଡ଼ିବାକୁ ଯାଉଛନ୍ତି, ଯାହାକି ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଝଟକା।

ଜାସ୍ମିନ ନିଜେ ଏହା ସ୍ପଷ୍ଟ କରିଛନ୍ତି। ସେ କେବଳ ଧାରାବାହିକରେ ନୂଆ ମୋଡ଼ ଦେବା ପାଇଁ ରହିଥିଲେ। ନାଗିନ୍‌ରେ ଦେଖାଯିବାକୁ ଥିବା ଟୁଇଷ୍ଟମାନଙ୍କ ମଧ୍ୟରୁ ଏହା ଗୋଟିଏ। ସେ ଆଉ ନୟନତାରା ଭୂମିକାରେ ନଜରକୁ ଆସିବେ ନାହିଁ। ଇତିମଧ୍ୟରେ ସେ ଶେଷ ଏପିସୋଡ୍‌ ଶୁଟିଂ କରିସାରିଛନ୍ତି।

ଜାସ୍ମିନ ନିଜ ଭୂମିକାକୁ ନେଇ ସନ୍ତୁଷ୍ଟ ନ ଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏହାକୁ ଖଣ୍ଡନ କରିଛନ୍ତି ସେ। ଏଭଳି କିଛି ନାହିଁ। ବହୁତ କମ୍‌ ସମୟ ପାଇଁ ସେ ଶୋ’ ସହ ଜଡ଼ିତ ହୋଇଥିବା ଜାଣିଥିଲେ। ଶେଷରେ ତାହା ହିଁ ହୋଇଛି।

Share