Posted inଜାତୀୟ

ନାଗରିକତା ସଂଶୋଧନ ବିଲ୍‌: ରାଜ୍ୟସଭାରେ ଭାଜପା ପାଇଁ ଅଡୁଆ ସ୍ଥିତି

ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏବେ ବିଲ୍‌କୁ ଲୋକ ସଭା ଏବଂ ରାଜ୍ୟ ସଭାରେ ଆଗତ କରାଯିବ। ଲୋକ ସଭାରେ ଏହା ପାରିତ ହେବାରେ କୌଣସି ଅସୁବିଧା ହେବ ନାହିଁ। ଭାଜପା ପାଖରେ ନିଜର ୩୦୩ ସଦସ୍ୟ ରହିଛନ୍ତି। ଅନ୍ୟ କାହାର ସହାୟତା ବିନା ଲୋକସଭାରେ ଏହି ବିଲ୍‌ ପାରିତ କରିବାରେ ଭାଜପାକୁ ଅସୁବିଧା ହେବ ନାହିଁ। ତେବେ ରାଜ୍ୟ ସଭାରେ ଭାଜପା ଲାଗି ଅଡୁଆ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ରାଜନୈତିକ ସମୀକ୍ଷକ କହୁଛନ୍ତି। ରାଜ୍ୟ ସଭାର ବର୍ତ୍ତମାନର ମୋଟ ସଦସ୍ୟ ସଂଖ୍ୟା ୨୩୯। ସେଥିମଧ୍ୟରୁ ଭାଜପାକୁ ୧୨୦ ଜଣ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ରହିଛି। ରାଜ୍ୟ ସଭାରେ ଭାଜପା ପାଖରେ ୮୧ ଜଣ ସଦସ୍ୟ ରହିଛନ୍ତି। ଅବଶିଷ୍ଟ ୩୯ ସଦସ୍ୟ ଯୋଗାଡ଼ କରିବା ଭାଜପା ଲାଗି କଷ୍ଟକର ହେବ ବୋଲି କୁହାଯାଉଛି। ଏନଡିଏରେ ଭାଜପାର ସହଯୋଗୀ ଥିବା ଜେଡିୟୁ ସବୁବେଳେ ଏହାର ବିରୋଧ କରୁଛି। ତେଣୁ ଜେଡିୟୁର ୬ ଜଣ ସଦସ୍ୟଙ୍କ ସମର୍ଥନ ଭାଜପାକୁ ମିଳିବ ନାହିଁ। ସେହିପରି ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ କରିଥିବା ଶିବସେନାର ୩ ଜଣ ସଦସ୍ୟ ଭାଜପାକୁ ସମର୍ଥନ ନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ଭାଜପାକୁ ସମର୍ଥନ କରିଆସୁଥିବା ଟିଆର୍‌ଏସ୍‌ ମଧ୍ୟ ଏହାର ବିରୋଧ କରିବାର ଆଶା ରହିଛି। ଟିଆର୍‌ଏସ୍‌ର ୬ ଜଣ ସଦସ୍ୟ ଭାଜପାକୁ ସମର୍ଥନ ନ ଦେଇ ପାରନ୍ତି ବୋଲି କୁହାଯାଉଛି। ଅପରପକ୍ଷରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମ୍‌କେ, ଆର୍‌ଜେଡି, ଏସ୍‌ପି, ବିଏସ୍‌ପି, ଏନସିପି ଆଦି ଏହାର ବିରୋଧ କରିବା ନିଶ୍ଚିତ। ତେବେ ଏଆଇଏଡିଏମ୍‌କେର ୧୧ ଜଣ ସଦସ୍ୟଙ୍କୁ ହୁଏତ ବାହାରୁ ସମର୍ଥନ କରିପାରନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri