Categories: ଜାତୀୟ

ନଳିନୀଙ୍କୁୁ ମିଳିଲା ୩୦ ଦିନ ପାରୋଲ

ନୂଆଦିଲ୍ଲୀ,୨୫।୭: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ୍‌ଙ୍କୁ ୩୦ ଦିନିଆ ପାରୋଲ ମିଳିଛି। ଗୁରୁବାର ସେ ଜେଲ୍‌ରୁ ବାହାରକୁ ଆସିଛନ୍ତି। ଝିଅ ବାହାଘର ପାଇଁ ସେ ମାଡ୍ରାସ୍‌ ହାଇକୋର୍ଟରେ ସେ ୬ ମାସ ପାରୋଲ ଲାଗି ଆବେଦନ କରିଥିଲେ। ସୂଚନାଯୋଗ୍ୟ, ନଳିନୀ ୧୯୯୧ ମେ ୨୧ରେ ପେରାରିବଲନ୍‌, ମୁରୁଗନ୍‌, ଶାନ୍ତନ, ରବିଚନ୍ଦନ, ଜୟକୁମାର ଏବଂ ରର୍ବଟ ପାୟସ୍‌ଙ୍କ ସହିତ ମିଶି ରାଜୀବଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ।

Share