ନଳକୂପ ବ୍ୟବହାରକୁ ନେଇ ମହିଳାଙ୍କୁ ଅସଦାଚରଣ: ୨ ଭାଇ କୋର୍ଟଚାଲାଣ

ରାଇରଙ୍ଗପୁର,୧୧।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନୁରୁବାଦଡ଼ା ଗ୍ରାମରେ ନଳକୂପ ବ୍ୟବହାରକୁ ନେଇ ଜଣେ ମହିଳାଙ୍କ ପ୍ରତି ଅସଦାଚରଣ ହୋଇଥିବା ରବିବାର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁଯାୟୀ,ମହିଳାଙ୍କୁ ନଳକୂପ ବ୍ୟବହାର କରିବାକୁ ଉକ୍ତ ଗ୍ରାମର ୨ ଭାଇ ମନା କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ତାଙ୍କୁ ୨ ଭାଇ ଅସଦାଚରଣ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏ ନେଇ କେସ ନଂ. ୩୦/୨୦ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଥିଲା। ମଙ୍ଗଳବାର ପୋଲିସ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ କାଳୀଚରଣ ମହାନ୍ତ ଓ ତାଙ୍କ ସାନ ଭାଇ ବାଦଲ ମହାନ୍ତ।