Categories: ବାଣିଜ୍ୟ

ନଭେମ୍ବରରେ ଶକ୍ତି ଚାହିଦା ୪.୨୮% କମିଲା

ନୂଆଦିଲ୍ଲୀ,୧୨-୧୨: ଲଗାତର ଭାବେ ୪ ମାସ ଲାଗି ଦେଶର ଶକ୍ତି ଚାହିଦା ୪.୨୮% ହ୍ରାସ ଘଟି ୯୪.୬ ବିଲିୟନ ୟୁନିଟ ରହିଛି। ବିଶେଷ କରି ଋତୁ ପରିବର୍ତ୍ତନ ଯୋଗୁ ଚାହିଦାରେ ଏଭଳି ହ୍ରାସ ଘଟିଥିବା ସେଣ୍ଟ୍ରାଲ ଇଲେକଟ୍ରିସିଟି ଅଥରିଟି ଡାଟାରୁ ଏହା ଜଣାପଡିଛି। ଚଳିତ ବର୍ଷ ଅକ୍ଟୋବରରେ ଶକ୍ତି ଚାହିଦା ୧୨.୯୪% ହ୍ରାସ ଘଟି ୯୮.୩୬ ବିଲିୟନ ୟୁନିଟ ରହିଥିଲା। ଏହା ୨୦୧୮ ଅକ୍ଟୋବରରେ ୧୧୨.୯୮ ବିଲିୟନ ୟୁନିଟ ଥିଲା। ଚଳିତ ବର୍ଷ ଅକ୍ଟୋବରରୁ ଚାହିଦା ହ୍ରାସ ଧାରା ଆରମ୍ଭ ହୋଇଥିଲା। ଏହି ମାସରେ ୦.୫୩% ଚାହିଦା କମି ୧୧୨.୧ ବିଲିୟନ ୟୁନିଟକୁ ଖସିଥିଲା। ଡାଟା ମୁତାବକ ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ଶକ୍ତି ଚାହିଦା ୭.୨% ବଢିଛି।

Share