ନବବଧୂଙ୍କୁ ଯୌତୁକ ନିର୍ଯାତନା: ସ୍ବାମୀ ଗିରଫ

ତିହିଡ଼ି, ୩।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ବାହାବଳପୁର ପଞ୍ଚାୟତ ପାଳସାହି ଗ୍ରାମର ଦେବକୀ ବାରିକ ନାମ୍ନୀ ଜଣେ ନବବଧୂ ଯୌତୁକ ପାଇଁ ନିର୍ଯାତନା ଦିଆଯାଇଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସେ ଶୁକ୍ରବାର ଏ ସମ୍ପର୍କରେ ତିହିଡ଼ି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ. ୩୪୮/୧୯) ରୁଜୁ କରିଛି। ପୋଲିସ ଘଟଣାର ତଦନ୍ତ କରି ଶନିବାର ଦେବକୀଙ୍କ ସ୍ବାମୀ ସନ୍ତୋଷ ବାରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନା ଅନୁସାରେ, ଚାନ୍ଦବାଲି ଥାନା ଅଧୀନ ପାଗୁଡ଼ା ଗ୍ରାମର ପଞ୍ଚାନନ ବାରିକଙ୍କ ଝିଅ ଦେବକୀ ଦୁଇମାସ ତଳେ ସନ୍ତୋଷଙ୍କୁ ବିବାହ କରିଥିଲେ। ସେତେବେଳେ ବରପକ୍ଷଙ୍କ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ପରେ ଅଧିକ ଯୌତୁକ ଦାବି କରି ତାଙ୍କୁ ଶାଶୂଘର ଲୋକେ ନିର୍ଯାତନା ଦେଇଥିଲେ। ନିର୍ଯାତନା ସହି ନ ପାରି ଦେବକୀ ୫/୬ ଦିନ ପୂର୍ବେ ତାଙ୍କ ବାପଘରକୁ ଚାଲିଆସିଥିବା ଅଭିଯୋଗରେ ଦର୍ଶାଇଛନ୍ତି।