ନବଜାତ ଶିଶୁ କଳାଧଳା ବ୍ୟତୀତ ଅନ୍ୟ ରଙ୍ଗ ଜାଣି ପାରନ୍ତି ନାହିଁ

ଶିଶୁ ଜନ୍ମ ହେବା ପରେ ତା’ର ବିଶେଷ ଯତ୍ନ ନିଆଯାଇଥାଏ। କାରଣ ସେ ପ୍ରକୃତି ସହ ଖାପ ନ ଖାଇବା ପର୍ଯ୍ୟନ୍ତ ତା’ର ବିଶେଷ ଧ୍ୟାନ ଦେବା ଜରୁରୀ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି। ତେବେ ନବଜାତ ଶିଶୁଙ୍କ ପାଖରେ ଏମିତି କିଛି ଗୁଣ ରହିଛି ଯାହା ବିଷୟରେ ଅନେକଙ୍କୁ ଜଣା ନ ଥାଏ। କୁହାଯାଏ ସମୟ ପୂର୍ବରୁ ଜନ୍ମ ନେଇଥିବା ଅଧିକାଂଶ ଶିଶୁ ଲେକ୍ଟି ବା ବାଉଁଆ ହୋଇଥାଆନ୍ତି। ନବଜାତକ ଦେହରେ ଗୋଟିଏ କପ୍‌ରୁ କମ୍‌ ପରିମାଣର ରକ୍ତ ଥାଏ। ଏମାନଙ୍କ ଦେହରେ ଆଦୌ ବ୍ୟାକ୍ଟେରିଆ ନ ଥାଏ। ନବ ଜନ୍ମିତ ସନ୍ତାନମାନଙ୍କୁ କିଛିମାସ ପର୍ଯ୍ୟନ୍ତ ସବୁ କେବଳ କଳାଧଳା ଦେଖାଯାଇଥାଏ। କୁହାଯାଏ ଏମାନଙ୍କ କାନରେ ଅଧିକ ଗେଲ କଲେ ଭିବଷ୍ୟତରେ ବଧିର ହେବାର ଭୟ ରହିଥାଏ। ୪ ମାସ ପର୍ଯ୍ୟନ୍ତ ନବଜାତ ଶିଶୁ ଲୁଣର ସ୍ବାଦ ବାରିପାରି ନ ଥାଏ। କାରଣ ତା’ର କିଡ୍‌ନୀ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇ ନ ଥାଏ। ବିଶେଷଜ୍ଞଙ୍କ କହିବା କଥା ହେଲା ଶିଶୁମାନେ ୨-୩ ବର୍ଷ ପର୍ଯ୍ୟନ୍ତ ସ୍ବପ୍ନ ଦେଖି ନ ଥାଆନ୍ତି।

Share