Categories: ବାଣିଜ୍ୟ

ନବଜାତକକୁ ସ୍ବାଗତକଲେ ଏଲନ୍‌ ମସ୍କ, ଗ୍ରୀମ୍‌ସ

ନୂଆଦିଲ୍ଲୀ,୬।୫: ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ ଏବଂ ଗର୍ଲଫ୍ରେଣ୍ଡ ଗ୍ରୀମ୍‌ସ ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ୩୨ ବର୍ଷୀୟ ଗ୍ରୀମ୍‌ସଙ୍କ ପ୍ରକୃତ ନାମ କ୍ଲେୟାର ବାଉଚର। ଗର୍ଭବତୀ ଥିବା ଖବରକୁ ଗ୍ରୀମ୍‌ସ ଚଳିତ ବର୍ଷ ଜାନୁୟାରୀରେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଏଲନ୍‌ ମସ୍କ(୪୮) ମ୍ୟୁଜିସିଆନ ଗ୍ରୀମ୍‌ସଙ୍କୁ ୨୦୧୮ରୁ ଡେଟ୍‌ କରୁଛନ୍ତି। ନବଜାତକ ସମ୍ପର୍କରେ ମସ୍କ ତାଙ୍କୁ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ଗ୍ରୀମ୍‌ସଙ୍କ ଏହା ପ୍ରଥମ ସନ୍ତାନ ହୋଇଥିବା ବେଳେ ମସ୍କଙ୍କର ୫ ପୁତ୍ର ସନ୍ତାନ ରହିଛନ୍ତି। ବର୍ତ୍ତମାନ ଯାଏ ମସ୍କଙ୍କର ୩ଥର ଛାଡ଼ପତ୍ର ହୋଇଛି। ଗତ ସପ୍ତାହରେ ବେପରୁଆ ଟୁଇଟ ଯୋଗୁ ସେ କାମ କରୁଥିବା କମ୍ପାନୀକୁ ବୃହତ୍‌ ପରିମାଣର କ୍ଷତି ହୋଇଥିଲା। ଟେସ୍‌ଲାର ଶେୟାର ମୂଲ୍ୟ ମାତ୍ରାଧିକ ରହିଥିବା କହି ସେ ବିବାଦ ଘେରକୁ ଚାଲି ଆସିଥିଲା। ଏହା ପୂର୍ବରୁ ସେ ବିବାଦୀୟ ହୋଇ ରହିଛନ୍ତି। ଟେସ୍‌ଲା ସମ୍ପୂର୍ଣ୍ଣ ଘରୋଇ କମ୍ପାନୀ ହେବା ନେଇ ଅନ୍ୟ ଏକ ଟୁଇଟ କରି ସେ ଅଧିକ ବିବାଦୀୟ ହୋଇ ପଡ଼ିଥିଲେ। ଫଳରେ ତାଙ୍କୁ କମ୍ପାନୀରୁ ବାଦ୍‌ ଦେବା ଲାଗି ମଧ୍ୟ କଥା ଉଠିଥିଲା।

Share