ନଦୀରୁ ବେଧଡ଼କ ବାଲି ଉଠାଣ: ଦୁର୍ବଳ ହେଉଛି ନଦୀବନ୍ଧ

ପଟ୍ଟାମୁଣ୍ଡାଇ, ୩।୧(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ରାଜସ୍ବ ସମ୍ପତ୍ତିର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ରାଜସ୍ବ ବିଭାଗକୁ କଡ଼ା ଚେତାବନୀ ଦେଇଛନ୍ତି। ଏହାର ବ୍ୟତିକ୍ରମ କରୁଥିବା ବାଲି ବ୍ୟବସାୟୀ ଓ ଅଧିକାରୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ହେଲେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏହାର ପ୍ରଭାବ ସେତେଟା ପଡୁନାହିଁ। ବେଆଇନ ଭାବେ ମେଶିନ ଲଗାଇ ବାଲି, ମାଟି ଆଦି ଉତ୍ତୋଳନ ହୋଇ ଚୋରା ଚାଲାଣ ହେଉଛି। ରାଜନୈତିକ ଓ ପ୍ରଶାସନିକ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ବାଲି ବ୍ୟବସାୟୀମାନେ ଆଇନକାନୁନକୁ ଦଳିମକଚି ଦେଇ ବ୍ୟବସାୟ କରୁଛନ୍ତି। ନଦୀ ମଧ୍ୟରୁ ବେଆଇନ ବାଲି ଉଠାଣ ଯୋଗୁ ବନ୍ଧ କ୍ଷତିଗ୍ରସ୍ତ ହୋଇ ବନ୍ୟା ବିପତ୍ତି ସୃଷ୍ଟି କରୁଛି। ହେଲେ ଏଥିପ୍ରତି ସରକାର ନା ପ୍ରଶାସନ କାହାରି ନିଘାନାହିଁ। ଏ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।
ତହସିଲ ଅଧୀନ ବ୍ରାହ୍ମଣୀ ନଦୀର ବାଲିଘାଟ ନିଲାମ ଧାର୍ଯ୍ୟ ପରିମାଣଠାରୁ ଢେର ଅଧିକ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ ହେଉଛି। ହେଲେ ନିଲାମ ଏରିଆ ବାହାରୁ ମନଇଚ୍ଛା ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ ହୋଇଛି। ପଟ୍ଟାମୁଣ୍ଡାଇ ତହସିଲ ଅଧୀନରେ ଥିବା ତରଡ଼ିପାଳ, ଅଳପୁଆ, ପେଣ୍ଠପାଳ ଓ ଅମୃତମଣୋହି ବାଲିଘାଟ ସରକାରୀ ଭାବେ ନିଲାମ ହୋଇଛି। ନିଲାମଧାରୀ ସରକାରୀ ନିୟମ ଅନୁଯାୟୀ, ଘାଟ ନିଲାମ ନେଇ ବ୍ରାହ୍ମଣୀ ନଦୀରୁ ବାଲି ଉଠାଇ ବ୍ୟବସାୟ କରୁଛନ୍ତି। କିନ୍ତୁ ସରକାରୀ ଭାବେ ଘାଟ ନିଲାମ ହୋଇ ନ ଥିବା ନୀଳକଣ୍ଠପୁର-ଜଗନ୍ନାଥପୁର ଏବଂ ଅଲଭା-ନରେନ୍ଦ୍ରପୁର ବାଲିଘାଟରୁ ବେଆଇନ ଭାବେ ବାଲି ଉଠାଣ କରାଯାଉଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ନିଲାମ ହୋଇ ନ ଥିବା ନୀଳକଣ୍ଠପୁର ବାଲିଘାଟରୁ ପ୍ରତ୍ୟହ ଶତାଧିକ ଟ୍ରକ୍‌, ଟ୍ରାକ୍ଟର ବାଲି ଉଠାଉ ଥିବା ନେଇ କେନ୍ଦ୍ରାପଡ଼ା ଉପଜିଲାପାଳ ଓ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ନିକଟରେ ଅଭିଯୋଗ କରାଯାଇଛି। ମାତ୍ର ଏହାର କୌଣସି ଫରକ ପଡୁନାହିଁ। ଏକାଧିକ ମେଶିନ ଲଗାଇ ନୀଳକଣ୍ଠପୁର ଘାଟରୁ ଦିନରାତି ବାଲି ଚାଲାଣ ହେଉଥିବା ଅଞ୍ଚଳବାସୀ କହିଛନ୍ତି। ସମାନ ଘଟଣା ଅଳଭା ଘାଟରେ ମଧ୍ୟ ଦେଖିବାକୁ ମିଳୁଛି। ଫଳରେ ବ୍ରାହ୍ମଣୀ ନଦୀପଠା ସଂଲଗ୍ନ ଗ୍ରାମଗୁଡ଼ିକର ରାସ୍ତା ବିପର୍ଯ୍ୟସ୍ତ ସହିତ ନଦୀବନ୍ଧ ଦୁର୍ବଳ ହେବା ଘଟଣା ଲୋକଙ୍କୁ ଚିନ୍ତିତ କରିଛି। ବାଲି ମାଫିଆମାନଙ୍କ ବିରୋଧରେ ମୁହଁ ଖୋଲିଲେ ମାଡ଼ ଖାଇବା ସହିତ ହତ୍ୟା ଧମକ ମିଳୁଛି । ସୂଚନା ଅନୁଯାୟୀ, ୨୦୨୨ରୁ ୨୦୨୭ ଯାଏ ୫ ବର୍ଷ ପାଇଁ ମୋଟ ୪ଟି ବାଲିଘାଟକୁ ସରକାରୀ ଭାବେ ଲିଜ୍‌ ଦିଆଯାଇଛି। ହେଲେ ଆବଶ୍ୟକ ଅନୁଯାୟୀ ରାଜସ୍ବ ଆଦାୟ ହେଉ ନ ଥିବାରୁ ସରକାରଙ୍କ ବିପୁଳ ପରିମାଣରେ ରାଜସ୍ବହାନି ଘଟୁଛି। ପ୍ରତିଦିନ ଶତାଧିକ ଟ୍ରିପ୍‌ ବାଲି ଜିଲା ବାହାରକୁ ଚାଲାଣ କରି ଯେଉଁ ବିପୁଳ ଟଙ୍କା ରୋଜଗାର ହେଉଛି ସେଥିରୁ ସିଂହଭାଗ ଦୁର୍ନୀତିଖୋର ସରକାରୀ କର୍ମଚାରୀମାନଙ୍କ ପକେଟକୁ ଯାଉଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାଜସ୍ବ ବିଭାଗ କିମ୍ବା ଜିଲା ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖୁବ୍‌ଶୀଘ୍ର ଏହାର ସ୍ଥାୟୀ ସମାଧାନ ନ ହେଲେ ନଦୀବନ୍ଧ ପାଇଁ ଭୟଭୀତ ଥିବା ଗ୍ରାମବାସୀ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ବାବଦରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରୁ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ତରଡ଼ିପାଳ, ଅଳପୁଆ, ପେଣ୍ଠପାଳ ଓ ଅମୃତମଣୋହି ଘାଟରୁ ବାଲି ଉତ୍ତୋଳନ ପାଇଁ ସରକାରୀ ଭାବେ ନିଲାମ ଦିଆଯାଇଛି। ମାତ୍ର ଅଳଭା ଓ ନୀଳକଣ୍ଠପୁର ଘାଟରୁ ବାଲି ଉଠୁଥିବା ଖବର ମିଳିଛି। ଖୁବ୍‌ଶୀଘ୍ର ବାଲି ଉଠାଉଥିବା ବ୍ୟକ୍ତିଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri