ନଦୀକୁ ଖସିଲା ବସ୍‌:୨୭ ମୃତ

ପାଲେମ୍‌ବାଙ୍ଗ୍‌, ୨୫ା୧୨: ଇଣ୍ଡୋନେସିଆର ଦକ୍ଷିଣ ସୁମାତ୍ରା ପ୍ରଦେଶ ଅନ୍ତର୍ଗତ ଉପାନ୍ତ ପଗାର ଆଲମ୍‌ ଅଞ୍ଚଳରେ ଏକ ବସ୍‌ ୫୦୦ ଫୁଟ ତଳ ନଦୀ ଭିତରକୁ ଖସିବାରୁ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୭ ଜଣଙ୍କ ପ୍ରାଣହାନି ଘଟିଛି। ସୋମବାର ମଧ୍ୟରାତ୍ରରେ ଏଭଳି ଅଘଟଣ ଘଟିଥିବାବେଳେ ବ୍ୟାପକ ଉଦ୍ଧାର ଓ ତଲାସି କରାଯାଇଥିଲା। ଅନେକ ଯାତ୍ରୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସ୍ଥାନୀୟ ପୋଲିସ ମୁଖ୍ୟ ଡୋଲି ଗୁମରାଙ୍କ କହିବାନୁଯାୟୀ ଦୁର୍ଘଟଣାରେ ଅନ୍ୟ କୌଣସି ଗାଡ଼ିର ଭୂମିକା ନ ଥିଲା। ଦୁର୍ଘଟଣାଗ୍ରସ୍ତ ବସ୍‌ରେ ଅପେକ୍ଷାକୃତ ଅଧିକ ଯାତ୍ରୀ ଯାଉଥିଲେ। ଅନେକ ପାଣିରେ ଏବେ ବି ନିଖୋଜ ଥିବାବେଳେ ତଲାସି କାର୍ଯ୍ୟ ଜାରି ରହିଥିବା ସେ କହିଛନ୍ତି।

Share