Posted inଫୁରସତ

ନଛିପୁର: ଜାବୁଡି ଧରି ରଖିଛି ଓଡ଼ିଶାର ସଂସ୍କୃତି, ପରମ୍ପରାକୁ; ଗାଁର ବଡ଼ ପର୍ବ ରଜ

ରଜ ଆଗରୁ ଆସୁଥିଲା, ଏବେବି ଆସୁଛି। ହେଲେ ଆଗଭଳି ଆଉ ସେଥିରେ ନାହିଁ ମଉଜ। କାହା ଘରୁ ଆସୁନି ପୋଡ଼ ପିଠାର ମହକ କି ଗାଁ ଦାଣ୍ଡ ଆଉ ଦୁଲୁକୁନି ପୁଚି, କବାଡ଼ି ଖେଳରେ । କାରଣ ଆଧୁନିକତାର ଛାପରେ ଏବେ ସମସ୍ତେ ଭୁଲିବାକୁ ବସିଲେଣି ନିଜ ପରମ୍ପରା, ସଂସ୍କୃତି ଓ ପର୍ବପର୍ବାଣିକୁ। ହେଲେ ନୟାଗଡ଼ ଜିଲାର ଛୋଟିଆ ଗାଁ ନଛିପୁରର ଯୁବଗୋଷ୍ଠୀଙ୍କଠାରେ ଦେଖିବାକୁ ମିଳିଛି ବ୍ୟତିକ୍ରମ। ଆଧୁନିକତାର ତାଳ ସହ ତାଳ ଦେଇ ଚାଲିବା ସହ ସେମାନେ ଓଡ଼ିଶାର ପରମ୍ପରାକୁ ପୁନଃ ଜୀବିତ କରିବା ପାଇଁ କରିଛନ୍ତି ପ୍ରୟାସ। ଆଉ ରଜ ପର୍ବକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରି ସାରା ଓଡ଼ିଶାରେ ନିଜ ଗାଁର ତିଆରି କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ..


ନୟାଗଡ଼ ଜିଲା ସଦର ବ୍ଲକସ୍ଥ ଇକିରି ପଞ୍ଚାୟତର ନଛିପୁର ଗାଁ। ଏକ ଛୋଟିଆ ଗାଁ। ୩୦୦-୩୫୦ ହେଉଛି ଏହାର ଜନସଂଖ୍ୟା। ହେଲେ ଏଇ ଗାଁ ଏବେ ପାଲଟିଛି ଆଦର୍ଶ। କାରଣ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ପର୍ବପର୍ବାଣିକୁ ଏହା ଜାବୁଡି ଧରି ରଖିଛି। ଆଉ ଏହା ସମ୍ଭବ ହୋଇଛି ଗ୍ରାମର ଯୁବଗୋଷ୍ଠୀ ତଥା ସେମାନଙ୍କ ଦ୍ୱାରା ଗଠିତ ଆଲୋକ ଜ୍ୟୋତି ୟୁଥ୍‌ ପାୱାର ନାମକ କ୍ଲବ୍‌ର ପ୍ରୟାସ ଯୋଗୁ। ଗାଁରେ ସେମାନେ ରଜପର୍ବକୁ ପାଳନ କରୁଛନ୍ତି ବେଶ୍‌ ଧୁମ୍‌ଧାମ୍‌ରେ। ପର୍ବ ପାଳନ ସହ ପୁରୁଣା ସଂସ୍କୃତିକୁ ପୁନଃ ଜୀବିତ କରିବା ଲାଗି ଏଠି ଓଡ଼ିଶାର ବିଭିନ୍ନ ପାରମ୍ପରିକ ଖେଳର ପ୍ରତିଯୋଗିତା ଆୟୋଜନ ବି କରାଯାଉଛ। ପିଲାଠୁ ବୁଢା ଯାଏଁ, ଏମିତିକି ଆଖପାଖ ଗାଁ ଲୋକ ବି ଏଥିରେ ସାମିଲ ହେଉଛନ୍ତି । ଯଦିଓ ମାତ୍ର ୪ ବର୍ଷ ତଳେ ଗାଁ ଯୁବକଙ୍କ ପ୍ରୟାସରେ ଏହା ଆରମ୍ଭ ହୋଇଛି, ହେଲେ ଏବେ ସାରା ଜିଲାରେ ଚହଳ ପକାଇ ଦେଇଛି।


ଗାଁ ମୁହଁା ହେଲେଣି ଲୋକ- ରଜ ଏଠାରେ ଏତେ ଜାକଜମକରେ ପାଳନ କରାଯାଉଛି, ଯେ ଏହାକୁ ପାଳିବା ଲାଗି ଏବେ ସହରକୁ ଚାଲିଯାଇଥିବା ଗ୍ରାମବାସୀ ବି ଗାଁକୁ ଆସୁଛନ୍ତି। ରଜ ଦୁଇଦିନ ଏଠାରେ ହୁଏ ବିଭିନ୍ନ ପ୍ରତିଯୋଗିତା। ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ହେଉଥିବା କୃତିବାସ ମହାନ୍ତି କହନ୍ତି, ‘ଆଲୋକ ଜ୍ୟୋତି ୟୁଥ୍‌ ପାୱାର କ୍ଲବ୍‌ ଯୋଗୁ ବାହାରେ ରହୁଥିବା ଗ୍ରାମବାସୀ ଏବେ ରଜ ପାଳିବାକୁ ଗାଁ ମୁହାଁ ହେଉଛନ୍ତି, ଯାହାକି ଖୁସିର କଥା। ହେଉଥିବା ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଗାଁରେ ଲୁକ୍କାୟିତ ଭାବେ ଥିବା ପ୍ରତିଭା ସମସ୍ତଙ୍କ ସମ୍ମୁଖକୁ ଆସୁଛି। ଆଉ ବିଚାରକଭାବେ ଏସବୁ ଦେଖି ବେଶ୍‌ ଗର୍ବ ଉନଭୂତ ହେଉଛି।’ ଶିଶିର କୁମାର ବେହେରା ନାମକ ଜଣେ ଗ୍ରାମବାସୀ କୁହନ୍ତି, ‘ଗାଁର ଯୁବକମାନଙ୍କ ଉଦ୍ୟମ ଯୋଗୁ ଲୋପ ପାଇବାକୁ ବସିଥିବା ରଜ ପରମ୍ପରା ଏବେ ବେଶ୍‌ ଧୁମଧାମରେ ପାଳିତ ହେଉଛି। ଏଥିରେ ଗ୍ରାମବାସୀଙ୍କ ତରଫରୁ ବି ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି। ଖାଲି ଯେ ମହିଳା ଓ ଝିଅଙ୍କ ପାଇଁ ପ୍ରତିଯୋଗିତା ହେଉଛି ତାହା ନୁହେଁ ଯୁବକମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ହେଉଛି। ଆଉ ଗାଁ ସମ୍ପୂର୍ଣ୍ଣ ଉତ୍ସବମୁଖର ହେଇଯାଉଛି।’


ଏଥରର ଆକର୍ଷଣ-ଚଳିତ ବର୍ଷ ଏଠାରେ ୫ମ ପଞ୍ଚାୟତସ୍ତରୀୟ ରଜ ଉତ୍ସବ -୨୦୧୯ ଅନୁଷ୍ଠିତ ହେବ। ଆଉ ଏଥିରେ ଇକିରି ପଞ୍ଚାୟତର ୭ଟି ଗ୍ରାମ (ଇକିରି, ନଛିପୁର, ଆଡ଼ବନ୍ଧ, ଟିପୁରା, ନୂଆଗାଁ, ଖଇରପଟି, ତେନ୍ତୁଳିଆପଲ୍ଲୀ)ର ଯୁବତୀ ଓ ଯୁବକମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବେ। ନିଆରା ରଜ ଉତ୍ସବ ଗ୍ରାମ ପରିବେଶକୁ ରଙ୍ଗିନ କରିବ। ୫ବର୍ଷର ପିଲାଙ୍କଠାରୁ ଆରମ୍ଭ କରି ୬୦ ବର୍ଷର ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତାମାନ ପ୍ରସ୍ତୁତ କରାଯାଇଛି। ରଜ କୁଆଁରୀ ଝିଅମାନଙ୍କର ସ୍ବତନ୍ତ୍ର ପର୍ବ ହୋଇଥିବାରୁ ସେମାନଙ୍କ ଲାଗି ଝୋଟି, ପୁଚି, ଲେମ୍ବୁ ଚାମଚ, ହୁଳୁହୁଳି ପକାଇବା, ବିସ୍କୁଟ ଖିଆ, ବେଲୁନ ଫଟା, ମ୍ୟୁଜିକ୍‌ ଚେୟାର୍‌, ପାନଭଙ୍ଗା ଭଳି ୧୪ ପ୍ରକାରର ପ୍ରତିଯୋଗିତାମାନ ଆୟୋଜନ କରାଯାଇଛି। ସେହିଭଳି ପୁଅମାନଙ୍କ ପାଇଁ ମ୍ୟୁଜିକ୍‌ ଚେୟାର୍‌, ଲେମ୍ବୁ ଚାମଚ, କର୍କ ଆଦି ପ୍ରତିଯୋଗିତା କରାଯିବ। ଶେଷରେ ଏ ବର୍ଷର ଆକର୍ଷଣ ଭାବେ ମାଠିଆ ଭଙ୍ଗା ପ୍ରତିଯୋଗିତା କରାଯିବ, ଯେଉଁଥିରେ କି ୭ ବର୍ଷର ପିଲାଠାରୁ ଆରମ୍ଭ କରି ୬୦ ବର୍ଷର ବୃଦ୍ଧ ବି ସାମିଲ୍‌ ହେବେ। କ୍ଲବ୍‌ର ସଦସ୍ୟ ଓ ଗ୍ରାମବାସୀଙ୍କ ସହାୟତାରେ ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ୧୪ ତାରିଖ ଦିନ ବିଭିନ୍ନ ପ୍ରତିଯୋଗିତା ହେବାକୁ ଥିବାବେଳେ ଦ୍ୱିତୀୟ ଦିନ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯିବ। ଗାଁର ଯୁବତୀ ପ୍ରିୟଙ୍କା ପ୍ରିୟଦର୍ଶନୀ ମହାନ୍ତି କହନ୍ତି, ‘ପୂର୍ବରୁ ରଜରେ ଏତେ ମଜା ହେଉ ନ ଥିଲା ଯେତିକି ଏବେ ହେଉଛି। ରଜ ଖାଲି ଦୋଳି ଖେଳାରେ ସୀମିତ ଥିଲା। କିନ୍ତୁ ଏବେ ଏହା ବେଶ୍‌ ମଜାଦାର ହୋଇଯାଇଛି। ବିଭିନ୍ନ ପ୍ରତିଯୋଗିତା ହେଉଛି। ତେଣୁ ଉତ୍ସାହ ଲାଗି ରହୁଛି। ଦିନ କେମିତି ସରି ଯାଉଛି ଜଣାପଡୁନି।’

ଗାଁର କୁମୁଦିନୀ ବେହେରା କହନ୍ତି,‘ ପିଲାମାନଙ୍କ ଦ୍ୱାରା ଗ୍ରାମରେ କରାଯାଉଥିବା ଏହି ଉତ୍ସବ ବାସ୍ତବିକ ସ୍ବାଗତ ଯୋଗ୍ୟ। ରଜରେ କିଏ ପ୍ରତିଯୋଗିତାରେ ଜିତିବ ସେଥିପାଇଁ ଆଗରୁ ଚର୍ଚ୍ଚା ଆରମ୍ଭ ହୋଇଯାଉଛି। ତାଛଡ଼ା ଗାଁ ପିଲାମାନଙ୍କ ଦ୍ୱାରା କରାଯାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି। ବିଭିନ୍ନ ଗ୍ରାମରୁ ମଧ୍ୟ ଏସବୁ ଦେଖିବାକୁ ଲୋକେ ଆସୁଛନ୍ତି। ତେଣୁ ଗ୍ରାମରେ ଅଲଗା ମାହୋଲ ସୃଷ୍ଟି ହେଉଛି। ଆଲୋକ ଜ୍ୟୋତି ୟୁଥ୍‌ ପାୱାର କ୍ଲବ୍‌ ସଭାପତି ସନ୍ତୋଷ କୁମାର ବେହେରା କହନ୍ତି, ‘ରଜ ପାଇଁ ଇକିରି ପଞ୍ଚାୟତ ସମେତ ନଛିପୁର ଗ୍ରାମ ଉତ୍ସବମୁଖର ହୋଇଥାଏ। ଏଥିରେ ହେଉଥିବା ସମସ୍ତ ଖର୍ଚ୍ଚ ବି ଗାଁ ଲୋକେ ବହନ କରନ୍ତି।’ ସରପଞ୍ଚ ପ୍ରଫୁଲ୍ଲ କୁମାର ପାଳ କହନ୍ତି, ‘ଗ୍ରାମବାସୀ, କ୍ଲବର ସମସ୍ତ କର୍ମକର୍ତ୍ତା ଓ ସମ୍ପୂର୍ଣ୍ଣ ପଞ୍ଚାୟତର ସହଯୋଗରେ ଉତ୍ସବଟି ସଫଳ ହୋଇଥାଏ।’

ଛୋଟିଆ ହେଲେ ବି ଏହାର ପ୍ରୟାସ ନିହାତି ସ୍ବାଗତଯୋଗ୍ୟ। ଏଠାକାର ଯୁବଗୋଷ୍ଠୀ ଏବେ ସମସ୍ତଙ୍କ ପାଇଁ ଆଦର୍ଶ। ଯଦି ଏଭଳି ପ୍ରୟାସ ଓଡ଼ିଶାର ପ୍ରତ୍ୟେକ ଗାଁରେ ହୁଅନ୍ତା ତେବେ ପୁଣିଥରେ ସମୃଦ୍ଧ ହୋଇ ଯାଆନ୍ତା ଓଡ଼ିଶାର ଲୋପ ପାଇବାକୁ ବସିଥିବା ସଂସ୍କୃତି ଓ ପରମ୍ପରା।
– ରଞ୍ଜନ କୁମାର ପ୍ରଧାନ


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri