ନକଲି ସୁନାଗହଣା ପିନ୍ଧି ରେଲଓ୍ବେ ଷ୍ଟେଶନରେ ପଇଁତରା: ଯାତ୍ରୀଙ୍କୁ ଭୁଆଁ ବୁଲାଇ କରୁଥିଲେ ଲୁଟ

ଭୁବନେଶ୍ୱର,୭।୭(ବ୍ୟୁରୋ): ବେଶଭୂଷା, କଥାବାର୍ତ୍ତା ପୂରା କୋଟିପତି ଭଳି। ବେକ, ହାତ ଓ ଆଙ୍ଗୁଠିରେ ଏକାଧିକ ନକଲି ସୁନା ଗହଣାରେ ଭର୍ତ୍ତି। ଷ୍ଟେଶନରେ ପଇଁତରା ମାରି ଯାତ୍ର୍ରୀଙ୍କୁ ଭୁଆଁ ବୁଲାଇ କରୁଥିଲେ ଲୁଟ। ହେଲେ କେହି ତାଙ୍କୁ ସନ୍ଦେହ କରୁ ନ ଥିଲେ। ଶେଷରେ ଏଭଳି ହାଇଟେକ୍‌ ଦୁର୍ବୃତ୍ତଙ୍କୁ ଗିରଫ କରିଛି ଭୁବନେଶ୍ୱର ଜିଆର୍‌ପି ପୋଲିସ। ଅଭିଯୁକ୍ତ ନିକଟରୁ ପୋଲିସ ସବୁ ନକଲି ସୁନା ଗହଣା, ମୋବାଇଲ୍‌ ଓ ୪୮୫୦ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ପୁରୀ ଜିଲା ପିପିଲି ଥାନା ଅଞ୍ଚଳ ନାଥସାହିର ନବକିଶୋର ନାୟକ(୨୮)। ଜିଆରପି ପୋଲିସ ଦଫା ୩୮୦ରେ ନଂ. ୧୧୩/୧୯ରେ ମାମଲା ରୁଜୁ କରି ଶନିବାର ତାଙ୍କୁ କୋର୍ଟ ଚାଲାଣ କରିଛନ୍ତି।

ପୋଲିସ ସୂଚନା ମୁତାବକ, ନବକିଶୋର ଷ୍ଟେଶନ ନିକଟରେ ରହି ପ୍ଲାଟ୍‌ଫର୍ମରେ ବୁଲି ଚୋରି କରନ୍ତି। ସେ ନୂଆ ତରିକାରେ ଯାତ୍ରୀଙ୍କୁ ଲୁଟ୍‌ କରିବାକୁ ଯୋଜନା କରିଥିଲେ। ସେ ଦୋକାନରୁ ନକଲି ଗହଣା କିଣିଥିଲେ। ବେକରେ ଏକାଧିକ ଚେନ, ହାତରେ କଡ଼ା ଓ ଆଙ୍ଗଠିରେ ମୁଦି ପନ୍ଧିଥିଲେ। ଏପରିକି ଭଲ ପ୍ୟାଣ୍ଟଶାର୍ଟ ପିନ୍ଧି ଷ୍ଟେଶନରେ ବୁଲନ୍ତି। ଜଣେ ଯାତ୍ରୀଙ୍କୁ ଟାର୍ଗେଟ କରିବା ସହ ତାଙ୍କ ସହ ମିଶି ଭଲରେ କଥା ହୁଅନ୍ତି। ମୋ ଘର ବାହାରେ, ଓଡ଼ିଶାରେ ଏକ କମ୍ପାନୀ ଖୋଲିବାକୁ ଏଠାକୁ ଆସିଥିବା ଲୋକଙ୍କୁ ମିଛ କଥା କହିଥାନ୍ତି। ତାଙ୍କ କଥାବାର୍ତ୍ତା, ବେଶଭୂଷା କୋଟିପତିଙ୍କ ଭଳି ହୋଇଥିବାରୁ ଅନେକ ଯାତ୍ରୀ ତାଙ୍କ କଥାକୁ ବିଶ୍ୱାସ କରି ନେଇଥାନ୍ତି। ଏହା ମଧ୍ୟରେ ନବକିଶୋର ଯାତ୍ରୀଙ୍କ ସହ ବନ୍ଧୁତା ସ୍ଥାପନ କରିଥାନ୍ତି। ଯାତ୍ରୀଙ୍କ ଅସାବଧାନତାର ସୁଯୋଗ ନେଇ ସେ ତାଙ୍କର ସର୍ବସ୍ବ ଲୁଟି ନେଇ ଚମ୍ପଟ ମାରିଥାନ୍ତି। ଭୁବନେଶ୍ୱର ରେଳ ଷ୍ଟେଶନରେ ପ୍ଲାଟଫର୍ମ ନଂ. ୬ରେ ଶନିବାର ସକାଳେ ବିହାରର ରାମବିନିୟ ମହତ୍‌ ନାମକ ଜଣେ ଯାତ୍ରୀ ଛିଡା ହୋଇଥିଲେ। ନବକିଶୋର ତାଙ୍କ ପାଖକୁ ଯାଇ ମିଠା କଥାବାର୍ତ୍ତା ହୋଇଥିଲେ। ପରେ ରାମବିନିୟଙ୍କ ଅସାବଧାନତାର ସୁଯୋଗ ନେଇ ତାଙ୍କର ଏକ ବ୍ୟାଗ୍‌ ଚୋରି କରି ନେଇଥିଲେ। ସେଥିରେ ୬ ହଜାର ଟଙ୍କା, ମୋବାଇଲ୍‌ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଥିଲା। ଏ ନେଇ ରାମବିନିୟ ଜିଆରପି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ନବକିଶୋରଙ୍କୁ ଧରି ଥାନାକୁ ଆଣିଥିଲେ। ଥାନାରେ ପୋଲିସ ଆଗରେ କୋଟିପତି ଭଳି କଥାବାର୍ତ୍ତା କରି କେତେ ଟଙ୍କା ନେଲେ ମୋତେ ଛାଡି ଦେବୁ ବୋଲି ସେ କହିଥିଲେ। ମୋ ନିକଟରେ କୋଟି କୋଟି ଟଙ୍କା ମୁଁ ଏଭଳି ଏକ ବ୍ୟାଗ ଚୋରି କରିନି ବୋଲି ପୋଲିସକୁ ଚକମା ଦେବାକୁ ଚେଷ୍ଟା କରିଥିଲେ। ଶେଷରେ ପୋଲିସ ତାଙ୍କ ଆବଭାବକୁ ଲକ୍ଷ୍ୟ କରି ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri