ନକଲି ଭେଣ୍ଟିଲେଟରରେ ଅଣନିଃଶ୍ୱାସୀ ଗୁଜରାଟ ମଡେଲ

ଗାନ୍ଧୀନଗର, ୨୦ା୫: ନକଲି ଭେଣ୍ଟିଲେଟରରେ ଅଣନିଃଶ୍ୱାସୀ ଗୁଜରାଟ ମଡେଲ। କୋଭିଡ୍‌-୧୯ ସଙ୍କଟ ସମୟରେ ରୋଗୀଙ୍କ ଜୀବନକୁ ଅଧିକ ବିପଦରେ ପକାଇ ଦେଇଛି ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏଭଳି ନିମ୍ନମାନର ମେଶିନ। ଏହି ଘଟଣାର ପର୍ଦ୍ଦାଫାଶ ହେବା ପରେ ଏବେ ବିଜୟ ରୂପାନୀ ସରକାରଙ୍କ ତଣ୍ଟିରେ କଣ୍ଟା ଲାଗିଛି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ, ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ହିଁ ରାଜକୋଟ୍‌ର ଏକ ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏହି ଭେଣ୍ଟିଲେଟରକୁ ପ୍ରୋତ୍ସାହିତ କରିଥିଲେ। ଏହି ଗୁଜରାଟ ମଡେଲ ଭେଣ୍ଟିଲେଟରକୁ ଏପ୍ରିଲ ୪ରେ ଅହମଦାବାଦ ସିଭିଲ ହସ୍ପିଟାଲରେ ଉଦ୍‌ଘାଟନ କରାଯାଇଥିଲା। ରୂପାନୀଙ୍କ ବନ୍ଧୁ ଦେଇଥିବା ଭେଣ୍ଟିଲେଟର ନକଲି ଥିବା ଜଣାପଡ଼ିବା ପରେ ସମଗ୍ର ଦେଶରେ ହଇଚଇ ହୋଇଛି। ଏହା ଲୋକଲୋଚନକୁ ଆସିବା ପୂର୍ବରୁ ବିଭିନ୍ନ ହସ୍ପିଟାଲରେ ବ୍ୟବହୃତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଏଭଳି ଜରୁରୀ ସ୍ବାସ୍ଥ୍ୟ ଉପକରଣ ଯେ ନକଲି ହୋଇପାରେ ତାହା କେହି ବିଶ୍ୱାସ କରିପାରିବେନି ବୋଲି ଜଣେ ଅଧିକାରୀ କହିଛନ୍ତି। ଏହା ଗୁଜରାଟର ଛବିକୁ କେବଳ ଖରାପ କରିନି, ବରଂ ସ୍ବାସ୍ଥ୍ୟ ସଙ୍କଟକୁ ପଦାରେ ପକାଇଛି ବୋଲି କେତେକ ଖବରକାଗଜ ପକ୍ଷରୁ ଦର୍ଶାଯାଇଛି।
‘ଅହମଦାବାଦ ମିରର’କୁ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ, ଏହା ଏକ ଗମ୍ଭୀର ବିଷୟ। ଭେଣ୍ଟିଲେଟର ପରିବର୍ତ୍ତେ ‘ଅମ୍ବୁ-ବ୍ୟାଗ୍‌’କୁ ହସ୍ପିଟାଲରେ ଖଞ୍ଜାଯିବା ଲାଗି ନିର୍ଦ୍ଦେଶ ଦିଆଯିବା କେବଳ ଏକ ଅପରାଧ ନୁହେଁ, ଏହା ଜଣାଇ ଦେଉଛି ରୂପାନୀଙ୍କ ଶାସନ କାଳରେ ଗୁଜରାଟ ସରକାର କିଭଳି ଭାବେ ଚାଲିଛି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯେଭଳି ଭାବେ ତାଙ୍କ ବନ୍ଧୁଙ୍କ କମ୍ପାନୀ ଦ୍ୱାରା ନିର୍ମିତ ଭେଣ୍ଟିଲେଟରକୁ ବିଭିନ୍ନ ହସ୍ପିଟାଲକୁ ଯୋଗାଇ ଦେଇଛନ୍ତି, ତାହା ଚାରିଆଡ଼େ ଆଲୋଚନାର ବିଷୟ ପାଲଟିଛି ଓ ଏହା ଗୁଜରାଟକୁ ଛବିକୁ ମଳିନ କରିଦେଇଛି। ଏପ୍ରିଲ୍‌ ୪ରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏକ ବିବୃତି ଦେଇ କହିଥିଲେ ଯେ, କୋଭିଡ୍‌-୧୯ ଦ୍ୱାରା ସମଗ୍ର ବିଶ୍ୱ ଆକ୍ତାମାକ୍ତା ହୋଇପଡ଼ିଛି। ଭେଣ୍ଟିଲେଟରର ଘୋର ଅଭାବ ଦେଖାଦେଇଛି। ଏଭଳି ସମୟରେ ଶସ୍ତାରେ ଭେଣ୍ଟିଲେଟର ଯୋଗାଇଦେଇ ବିଶ୍ୱସ୍ତରରେ ଗୁଜରାଟ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି। ତେବେ ଦୁର୍ନୀତି ପଦାରେ ପଡ଼ିବା ପରେ ମିରର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିକଟତମ ଜଣେ ପ୍ରଶାସକ ଉକ୍ତ ଖବରକାଗଜକୁ ପ୍ରଭାବିତ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ମିରରର ସାମ୍ବାଦିକ ଏ ନେଇ ସମ୍ପୃକ୍ତ ପ୍ରଶାସକଙ୍କ ସହ ଯୁକ୍ତି କରିବା ପରେ ସେ ଟେଲିଫୋନ୍‌ ସଂଯୋଗକୁ ବିଚ୍ଛିନ୍ନ କରିଦେଇଥିଲେ। ଉକ୍ତ ଖବରକାଗଜ ପକ୍ଷରୁ ଖୋଳତାଡ଼ କରାଯିବା ପରେ ଅନେକ ତ୍ରୁଟି ପଦାକୁ ଆସିଛି। ସରକାରଙ୍କ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜକୋଟଭିତ୍ତିକ ଘରୋଇ କମ୍ପାନୀ ଜ୍ୟୋତି ସିଏନ୍‌ସି ପ୍ରଥମେ ‘ଧମନ-୧’ ନାମକ ଭେଣ୍ଟିଲେଟର ମାତ୍ର ୧୦ ଦିନ ଭିତରେ ତିଆରି କରିବାରେ ସକ୍ଷମ ହୋଇଥିଲା। ଏହାର ମୂଲ୍ୟ ୧ ଲକ୍ଷ ଟଙ୍କାରୁ କମ୍‌ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ତ୍ୱାକାଂକ୍ଷୀ ‘ମେକ୍‌ ଇନ୍‌ ଇଣ୍ଡିଆ’ର ଅଂଶସ୍ବରୂପ ଏଭଳି ଭେଣ୍ଟିଲେଟର ତିଆରି କରାଯିବାକୁ ବୃହତ୍‌ ସଫଳତା ଭାବେ ପରିଗଣିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରୂପାନୀ କହିଥିଲେ ଯେ, ରାଜକୋଟଭିତ୍ତିକ ସ୍ଥାନୀୟ ଶିଳ୍ପପତି ପରାକ୍ରମସିହ୍ନ ଜାଡେଜା ଏବଂ ଜ୍ୟୋତି ସିଏନ୍‌ସି କମ୍ପାନୀର ସଦସ୍ୟମାନେ ‘ମେକ୍‌ ଇନ୍‌ ଇଣ୍ଡିଆ’ ଏବଂ ‘ମେକ୍‌ ଇନ୍‌ ଗୁଜରାଟ’ କ୍ୟାମ୍ପେନ୍‌କୁ ସଫଳ କରିବାରେ ସହାୟକ ହୋଇଥିଲେ। କିନ୍ତୁ କୋଭିଡ୍‌-୧୯ ଚିକିତ୍ସା କ୍ଷେତ୍ରରେ ‘ଧମନ-୧’ ବିଫଳ ହେବା ନେଇ ଗୁଜରାଟ ସିଭିଲ ହସ୍ପିଟାଲର ଡାକ୍ତର ଜଣାଇବା ପରେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିଥିଲା। ଅନ୍ୟପକ୍ଷରେ ସ୍ପଷ୍ଟୀକରଣ ଦେବାକୁ ଯାଇ ଜ୍ୟୋତି ସିଏନ୍‌ସିର ସିଏମ୍‌ଡି ଜାଡେଜା କହିଛନ୍ତି, ‘ଧମନ-୧’ ଭେଣ୍ଟିଲେଟର ଏକ ସ୍ବୟଂସମ୍ପୂର୍ଣ୍ଣ ମେଶିନ ନୁହେଁ। ଏ ବିଷୟରେ ସରକାରଙ୍କୁ ଯଥେଷ୍ଟ ଆଗରୁ ଜଣାଇ ଦିଆଯାଇଥିଲା। କମ୍ପାନୀ ପକ୍ଷରୁ ‘ଧମନ-୩’ ନାମରେ ଏକ ସ୍ବୟଂସମ୍ପୂର୍ଣ୍ଣ ଭେଣ୍ଟିଲେଟର ବିକଶିତ କରାଯାଉଛି। କିନ୍ତୁ ଜରୁରିକାଳୀନ ପରିସ୍ଥିତିକୁ ମୁକାବିଲା କରିବା ଲାଗି ‘ଧମନ-୧’ ଯୋଗାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri