ନକଲି ପ୍ରଶ୍ନପତ୍ର ଭାଇରାଲ

କଟକ ଅଫିସ/ଭୁବନେଶ୍ୱର(ବ୍ୟୁରୋ)/ ଧର୍ମଗଡ଼,୨୦ା୨(ଡି.ଏନ.ଏ.): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ସାରା ରାଜ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା। ହେଲେ ଆରମ୍ଭ ଦିନରେ ନକଲି ଓଡ଼ିଆ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରୀକ୍ଷା ଶେଷ ହେବାର ଅଧଘଣ୍ଟା ପୂର୍ବରୁ ଓଡ଼ିଆ ସବ୍‌ଜେକ୍ଟିଭ୍‌ ପ୍ରଶ୍ନପତ୍ର ସେଟ୍‌-ବି’ର ଅନେକ ପୃଷ୍ଠା ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଓ କଳାହାଣ୍ଡି ଜିଲାର ଧର୍ମଗଡ଼ ଅଞ୍ଚଳରୁ ହ୍ବାଟ୍‌ସଆପ୍‌ରେ ଭାଇରାଲ ହୋଇଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତିଙ୍କ କହିବାନୁଯାୟୀ, ଯେଉଁ ଫଟୋ ଭାଇରାଲ ହୋଇଛି ତାହା ବୋର୍ଡର ପ୍ରଶ୍ନପତ୍ର ନୁହେଁ। ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି। ଭାଇରାଲ ଫଟୋ ବୋର୍ଡ ପ୍ରଶ୍ନପତ୍ରର ଏକ ନକଲ। କେହି ଜାଣିଶୁଣି ବୋର୍ଡକୁ ବଦନାମ କରିବା ପାଇଁ ଚେଷ୍ଟା କରିଛନ୍ତି। ପ୍ରତ୍ୟେକ ପ୍ରଶ୍ନପତ୍ରରେ ଏକ ସିକ୍ୟୁରିଟି କୋଡ୍‌ ଦିଆଯାଇଛି। କୋଡ୍‌ଟି ଖାଲି ଆଖିରେ ଦେଖାଯିବ ନାହିଁ। ହେଲେ ଏହାର ଫଟୋ ଉଠାଇଲେ ତାହା କେଉଁ କେନ୍ଦ୍ରର ପ୍ରଶ୍ନପତ୍ର, ସହଜରେ ଜଣାପଡ଼ିଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ମହାନ୍ତି କହିଛନ୍ତି। ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ପ୍ରଶ୍ନପତ୍ର ଭାଇରାଲ ହୋଇଥିଲେ ତଦନ୍ତ ହେବ। ଏଥିରେ ଯିଏ ସମ୍ପୃକ୍ତ ଥିବ ତା’ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି କଳାହାଣ୍ଡି ଜିଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର କହିଛନ୍ତି ଯେ, ପ୍ରଶ୍ନପତ୍ର ଭାଇରାଲ ଚର୍ଚ୍ଚା ହେବା ପରେ ଜିଲାର ସମସ୍ତ ୧୩ ବ୍ଲକରେ ଯାଞ୍ଚ କରାଯାଇଥିଲା। କିନ୍ତୁ କୌଣସି ପ୍ରମାଣ ମିଳି ନାହିଁ ବୋଲି ଚୋପଦାର କହିଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନର ଓଡ଼ିଆ ପ୍ରଶ୍ନପତ୍ର ସାଙ୍ଗକୁ ଗଣିତ ଓ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ତାହାକୁ ବୋର୍ଡ କର୍ତ୍ତୃପକ୍ଷ ସ୍ବୀକାର କରିଥିଲେ। ଭାଇରାଲ୍‌କୁ ରୋକିବା ପାଇଁ ଚଳିତବର୍ଷ ବୋର୍ଡ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବା ସହ ୧୦୦୦ କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି। ପ୍ରତି ପ୍ରଶ୍ନପତ୍ରରେ କୋଡ୍‌ର ବ୍ୟବସ୍ଥା କରାଯାଇଛି।
ସୂଚନାଥାଉ କି, ବୁଧବାର ସକାଳ ୯ଟାରୁ ପରୀକ୍ଷା କେନ୍ଦ୍ରର ଗେଟ୍‌ ଖୋଲିଥିଲା। ତ୍ରିସ୍ତରୀୟ ଯାଞ୍ଚ ପରେ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ଛଡ଼ାଯାଇଥିଲା। ସ୍ଥାନୀୟ ପ୍ରଶାସନିକ, ପୋଲିସ ଅଧିକାରୀ ଏବଂ ଶିକ୍ଷାଧିକାରୀମାନେ ଉପସ୍ଥିତ ରହି ପରୀକ୍ଷାର ସୁପରିଚାଳନା କରିଛନ୍ତି। ପରୀକ୍ଷାର ଦ୍ୱିତୀୟ ଦିବସଠାରୁ ସକାଳ ୯ଟା ୨୦ରେ ପରୀକ୍ଷା କେନ୍ଦ୍ର ଖୋଲିବ। ପ୍ରଥମ ଦିନରେ ପିଲାମାନେ ମାତୃଭାଷା ପରୀକ୍ଷା ଦେଇଛନ୍ତି। ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୨ଟାରେ ଶେଷ ହୋଇଥିଲା। ପ୍ରଥମ ଦିବସରେ ୬୯ଜଣ କପି କରି ଧରାପଡ଼ିବା ସହ ମାଲପ୍ରାକ୍ଟିସ ହୋଇଛନ୍ତି। ସେଥିମଧ୍ୟରୁ ମାଟ୍ରିକ ପରୀକ୍ଷାର ୪୪, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାର ୨୪ ଓ ମଧ୍ୟମାର ଜଣେ ପରୀକ୍ଷାର୍ଥୀ ଅଛନ୍ତି। ଉପରୋକ୍ତ ୩ଟି ଯାକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ରଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସହ ସଫଳତା କାମନା କରୁଛି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ପରୀକ୍ଷାର୍ଥୀମାନଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇବା ସହିତ ଛାତ୍ରଛାତ୍ରୀଙ୍କ ସଫଳତା କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri