ନଓ୍ବାଜଙ୍କ ପରେ ତାଙ୍କ ଝିଅ ବି ହସ୍ପିଟାଲରେ ଭର୍ତ୍ତି

ଲାହୋର,୨୪।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପରେ ତାଙ୍କ ଝିଅ ମରିୟମ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନୱାଜଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସୋମବାର ଲାହୋରରେ ଥିବା ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭିଆଇପି ରୁମ୍‌ ନଂ ୧ ଭର୍ତ୍ତି କରାଯାଇଥିଲାବେଳେ ମରିୟମଙ୍କୁ ଭିଆଇପି ରୁମ୍‌ ନଂ ୨ରେ ରଖାଯାଇଛି। ନଓ୍ବାଜଙ୍କ ବ୍ଲଡ ପ୍ଲେଟିଲେଟସ ୧୬ ହଜାରରୁ ୨ହଜାର ହୋଇଛି। ଏବେ ନଓ୍ବାଜଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଏପଟେ ନଓ୍ବାଜ ଜେଲରେ ଥିବାବେଳେ ତାଙ୍କ ଖାଇବାରେ ବିଷ ଦିଆଯାଇଛି ବୋଲି ତାଙ୍କ ପୁଅ ହୁସେନ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ପାନାମା ପେପର ମାମଲାରେ ସେ ଏବେ ପାକିସ୍ତାନର ସୁପ୍ରିମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇଛନ୍ତି। ୨୪ ଡିସେମ୍ବର ୨୦୧୮ରୁ ସେ ଏବେ ଜେଲରେ ସଜା କାଟୁଛନ୍ତି। ୭ ବର୍ଷ ପାଇଁ ଜେଲ ସଜା ଦେଇଛନ୍ତି ପାକିସ୍ତାନର ସର୍ବୋଚ୍ଚ କୋର୍ଟ।

Share